Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଇବର୍ ସିକ୍ୟୁରିଟି ସଚେତନତା କାର୍ଯ୍ୟକ୍ରମ

90 0

ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭଞ୍ଜନଗର ତାଲୁକା ଆଇନ୍ ସେବା କମିଟି ତରଫରୁ ସାମାଜିକ ଗଣମାଧ୍ୟମ ନିରାପତ୍ତା ଏବଂ ସାଇବର୍ ଅପରାଧ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I

କାର୍ଯ୍ୟକ୍ରମରେ ତାଲୁକା ଆଇନ୍ ସେବା କମିଟି ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଳାଜଜ୍ ଦେବଦତ୍ତ ପଟ୍ଟନାୟକ ଉଦ୍‌ଘାଟକ ରୂପେ ଯୋଗ ଦେଇଥିବା ବେଳେ ସବଡିଭିଜନ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଅମିତ୍ କୁମାର, ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ସନ୍ଧ୍ୟା ସୁଚରିତା, ଆସିଷ୍ଟାଣ୍ଟ କଲେକ୍ଟର୍ ସୁନନ୍ଦ ଶେଖର୍ ସାହାଣି, ତାଲୁକା ଆଇନ୍ ସେବା କମିଟି ସଭ୍ୟ ଡ.ପୂର୍ଣ୍ଣଚନ୍ଦ୍ର ତ୍ରୀପାଠି, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଶ୍ୱମିତ୍ରା ହରପାଲ୍,ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ,ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଡଃ ସଂଯୁକ୍ତା ପଣ୍ଡା ପ୍ରମୁ୍ଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ସାଇବର୍ ଠକେଇ ଶିକାରର କାରଣ , ନିରାକରଣ ଏବଂ ସାଇବର୍ ଅପରାଧର ବିଭିନ୍ନ ଦିଗ ଉପରେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ

ସମାଜର ସମସ୍ତ ବର୍ଗର ବ୍ୟକ୍ତି କିପରି ସାଇବର୍ ଠକେଇରୁ ସୁରକ୍ଷିତ ରହିବେ ଏବଂ ମୋବାଇଲ୍ ର ଉପଯୁକ୍ତ ବ୍ୟବହାର ଏବଂ ସାଇବର୍ ଠକେଇର ବିଭିନ୍ନ ଆଇନ୍ ସମ୍ପର୍କରେ ବୁଝାଇଥିଲେ I ସାଇବର୍ ଠକେଇରୁ ମୁକ୍ତି ପାଇବା ପାଇଁ ସ୍ଥାନୀୟ ପୋଲିସ୍ ଏବଂ ସାଇବର୍ ଥାନାର ସହାୟତା ନେବାପାଇଁ ପରାମର୍ଶ ଦେଇଥିଲେ ଉପସ୍ଥିତ ଅତିଥି I କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶୈକ୍ଷିକ ଏବଂ ଅଣଶୈକ୍ଷିକ କର୍ମଚାରୀ ସହଯୋଗ କରିଥିବା ବେଳେ ଅଧ୍ୟକ୍ଷା ଡଃ ସଂଯୁକ୍ତା ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ I

Related Post

ଶିକ୍ଷା ରଥ ମାଧ୍ୟମରେ ସଚେତନତା ଅଭିଯାନ ର ଶୁଭାରମ୍ଭ

Posted by - December 24, 2021 0
କୁଡୁମୁଲୁ ଗୁମ୍ମା :(ଅବଦୁଲ ଗନି)ଗୁରୁବାର ସ୍ଥାନୀୟ ଡିଡାଇ ଉନ୍ନୟନ କାର୍ଯ୍ଯଳୟ ପରିସରରେ ୟୁନିସେଫ୍ ସହାୟତାରେ ସ୍ବେଚ୍ଛାସେବୀ ସଙ୍ଗଠନ ପରିବର୍ତ୍ତନ ସ°ସ୍ଥା ଦ୍ବାରା ଦୁଇଟି ଶିକ୍ଷା ର ବାର୍ତ୍ତା…

ବୌଦ୍ଧ ଜିଲାପରିଷଦ ବୈଠକ ଅନୁଷ୍ଠିତ

Posted by - November 30, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲା ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ଜିଲାପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଯାଜପୁର ଜିଲାରେ କୋଭିଡ-୧୯ ପରିପ୍ରେକ୍ଷୀରେ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି

Posted by - June 18, 2020 0
ଯାଜପୁର ଅଫିସ :ସଂପ୍ରତ୍ତି କରୋନା ବିଶ୍ୱ ସାରା କାୟା ବିସ୍ତାର କରିସାରିଚ୍ଥି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଳ୍‌ାର ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତ ବୃନ୍ଦଙ୍କ ଅବଗତି…

ନବରଙ୍ଗପୁର ଛାତ୍ର ଛାତ୍ରୀ ମାନଙ୍କ ସହ ଜୀବନ ସହ ଖେଳୁଛନ୍ତି ITDA ଏବଂ DWO

Posted by - October 19, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ର ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କ ଜୀବନ ସହ ଖେଳୁଛନ୍ତି ନବରଙ୍ଗପୁର ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)ଏବଂ ନବରଙ୍ଗପୁର…

ରାଜ୍ୟ ହସ୍ତତନ୍ତ, ବୟନ ଶିଳ୍ପ ମନ୍ତ୍ରୀ ଓ ରାଜ୍ୟ ବୟନିକା ସଭାପତି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

Posted by - July 15, 2023 0
ସୁବର୍ଣ୍ଣପୁର;(ଅଜିତ କୁମାର ପୁଜାହାରୀ)ଓଡିଶା ରାଜ୍ୟ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତ ଶିଳ୍ପ ମନ୍ତ୍ରୀ ରୀତା ସାହୁ ଓ ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର…