କୋର୍ଟ ଚାଲାଣ ହେଲେ ସାମ୍ବାଦିକ, ପଲମ୍ ଫାଣ୍ଡି ରେ ଦାଦାଗିରି

39 0

କେସିଙ୍ଗା:(ପ୍ରିତେଶ୍ ପଟେଲ୍ )ଫାଣ୍ଡିକୁ ମଦପିଇ ଯାଇ ପୋଲିସ ସହ ଦାଦାଗିରି କରିବା ଏବଂ ଫାଣ୍ଡି କାର୍ଯ୍ୟାଳୟକୁ ଟେକାପଥର ମାରି ଫାଣ୍ଡି କର୍ମଚାରୀ ମାନଙ୍କୁ ଆକ୍ରମଣ କରିବା ଘଟଣା ଏକ ସମ୍ବାଦିକଙ୍କ ସହ ଚାରିଜଣଙ୍କୁ ମହଙ୍ଗା ପଡିଛି ।ଏହିଭଳି ଏକ ଆକ୍ରମଣାତ୍ମକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ନର୍ଲା ବ୍ଲକ୍ ଅନ୍ତର୍ଗତ ପଲମ ଫାଣ୍ଡି ଠାରେ ।

ସୂଚନା ଅନୁସାରେ ହାତିଖୋଜ ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀଶ୍ରୀ ସିଦ୍ଧେଶ୍ଵର ମହାଦେବ ମନ୍ଦିରର ଠିକା କାର୍ଯ୍ୟକୁ ନେଇ ତା ୧୧/୦୯/୨୦୨୩ରିଖ ସୋମବାର ଦିନ କମିଟିର ସଦସ୍ୟ ବିବେକା ନାଏକଙ୍କ ସହ ନିଜକୁ ଜଣେ ବରିଷ୍ଠ ସାମ୍ବାଦିକ ବୋଲାଉଥିବା ଶ୍ରୀପୁର ଗ୍ରାମରୁ ଆସି ବେଲସାପଡାରେ ଘରଜୋଇଆଁ ଭାବରେ ରହୁଥିବା କୃଷ୍ଣ ନାଏକଙ୍କ ମଧ୍ୟରେ ବଚସା ଉପୁଜିଥିଲା ।ଏହାକୁ କେନ୍ଦ୍ର କରି ସାମ୍ବାଦିକ କୃଷ୍ଣ ନାଏକ ପଲମ ଫାଣ୍ଡି ଅଧିକାରୀଙ୍କୁ ଫୋନ୍ କରି ଘଟଣା ସ୍ଥଳକୁ ଆସିବା ପାଇଁ କହିଥିଲେ ।ଖବର ପାଇଁ ପଲମ ଫାଣ୍ଡି ଅଧିକାରୀ ସଦଳବଳ ସହ ଘଟଣାସ୍ଥଳରେ ପହଞ୍ଚି ଘଟଣା ବିଷୟରେ ଅନୁଧ୍ୟାନ କରିଥିଲେ ।

କମିଟିର ସଦସ୍ୟ ବିବେକା ନାଏକଙ୍କୁ ଗିରଫ୍ କରିବା ପାଇଁ ସାମ୍ବାଦିକ କୃଷ୍ଣ ନାଏକ ଫାଣ୍ଡି ଅଧିକାରୀଙ୍କୁ କହିବାରୁ ଫାଣ୍ଡିବାବୁ ଏକ ଲିଖିତ ଅଭିଯୋଗ ଦେବାପାଇଁ ସାମ୍ବାଦିକଙ୍କୁ କହିଥିଲେ ।କିନ୍ତୁ ସାମ୍ବାଦିକ ଜଣକ ଲିଖିତ ଅଭିଯୋଗ ଦେବାପାଇଁ ମନାକରିଥିଲେ ।ପରିସ୍ଥିତିକୁ ଦୃଷ୍ଟିରେ ରଖି ଫାଣ୍ଡିବାବୁ ବାଧ୍ୟହୋଇ ବିବେକା ନାଏକଙ୍କୁ ପୋଲିସ ହେପାଜତରେ ଆଣି ଫାଣ୍ଡିରେ ରଖିଥିଲେ ।

ତାପର ଦିନ ଅର୍ଥାତ୍ ତା ୧୨/୦୯/୨୦୨୩ ରିଖ ମଙ୍ଗଳବାର ଦିନ ସାମ୍ବାଦିକ କୃଷ୍ଣ ନାଏକ(ବେଲସାପଡା) ,ତାଙ୍କ ବାପା ରାମବିଳାସ ନାଏକ(ଶ୍ରୀପୁର) ,ତାଙ୍କ ଦୁଇଭାଇ ଜୟ ନାଏକ ଓ ଶତୃଘନ ନାଏକ(ଶ୍ରୀପୁର) ଏବଂ ସହଯୋଗୀ ପୁରୁଷ୍ତମ ନାଏକ(ଲବାଙ୍ଗପଡା) ପ୍ରଚୁର ମଦପିଇ ପଲମ ଫାଣ୍ଡିକୁ ଆସି ଦାଦାଗିରି କରି ଭୁଜାଲି ଧରି ପୋଲିସ ହେପାଜତରେ ଥିବା ବିବେକା ନାଏକଙ୍କୁ ଫାଣ୍ଡି ଭିତରେ ଜୀବନରୁ ମାରିଦେବା ପାଇଁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିବା ବେଳେ ପଲମ ଫାଣ୍ଡି ଅଧିକାରୀ ଅକ୍ଷୟ ପ୍ରସାଦ ପଟ୍ଟନାୟକ ଏହାକୁ ବାରଣ କରିବାରୁ ଫାଣ୍ଡିବାବୁଙ୍କୁ ଅନେକ ଅଶ୍ଲିଷ ଭାଷାରେ ଗାଳିଗୁଲଜ କରିବା ସହ ଫାଣ୍ଡିବାବୁଙ୍କୁ ଜୀବନରୁ ମାରିଦେବୁ ବୋଲି ଭୁଜାଲି ଧରି ଆକ୍ରମଣ କରିଥିଲେ ଏବଂ ଫାଣ୍ଡି କାର୍ଯ୍ୟାଳୟକୁ ଟେକାପଥର ମାଡ କରିଥିଲେ ।

ତା ୧୩/୦୯/୨୦୨୩ ରିଖ ବୁଧବାର ଦିନ କେସିଙ୍ଗା ଥାନା ପକ୍ଷରୁ ଏମାନଙ୍କ ବିରୁଦ୍ଧରେ କେସ୍ ନଂ-୩୩୫/୨୦୨୩ ଦଫା ନଂ-୩୫୩ ,୨୯୪ ,୩୨୪ ,୩୦୭ ,୩୩୬ ,୧୪୩ ,୧୪୭ ,୧୪୮ ,୧୪୯ ଓ ୫୦୬ ଆଇ.ପି.ସି ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ମାନଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିଲେ ।କୋର୍ଟରେ ଏମାନଙ୍କ ଜାମିନ୍ ନାମାଞ୍ଜୁର ହେବାରୁ ଜିଲ୍ଲା କାରାଗାରକୁ ପଠାଇଦିଆଯାଇଛି ।

 

Related Post

ଅମ୍ଳଜାନ ଅଭାବରୁ କଳ୍ପନା ଦାସଙ୍କ ଦେହାନ୍ତ

Posted by - May 24, 2019 259
ହିମାଳୟର ଦୁଃସାହସିକ ଅଭିଯାନ ବେଳେ ଅମ୍ଳଜାନ ଅଭାବରୁ କଳ୍ପନା ଦାସଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ହିମାଳୟ ଶିଖରରେ ପହଞ୍ଚି ପାଦ ଦେଶକୁ ଓହ୍ଲାଇବା ବେଳେ ଏହି…

୧୩୩ ଗାଁ କୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କଲେ ଜିଲ୍ଲାପାଳ

Posted by - September 3, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ କାୟମ ରହିଛି…

ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ

Posted by - April 20, 2023 0
ମୁନିଗୁଡା :(ରମାକାନ୍ତ ପୋଡାଲ )ସମ୍ବଲପୁର ହିଂସା ପ୍ରତିବାଦରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଶ୍ବହିନ୍ଦୁ ପରିଷଦ ବନ୍ଦ ଡାକରା ଦେଇଥିବା ବେଳେ ରାୟଗଡ ଜିଲ୍ଲାରେ ମଧ୍ୟ ଏହି ବନ୍ଦ…

ପ୍ରଫେସରଙ୍କୁ ଆକ୍ରମଣ କରିବା ଘଟଣାକୁ ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ପକ୍ଷରୁ ନିନ୍ଦା

Posted by - February 14, 2023 0
କଳାହାଣ୍ଡି :(ଅର୍ଜୁନ ପଟ୍ଟନାୟକଙ୍କ ସହ ନରେନ୍ଦ୍ର ନେଗୀ)ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ହଲ୍ ରେ ସିଟିଜେନ୍ ଫୋରମ୍ ପକ୍ଷରୁ ଆୟୋଜିତ ସେମିନାର କାର୍ଯ୍ୟକ୍ରମରେ କିଛି ଅଣ…

ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘର ଆନ୍ଦୋଳନ ଚେତାବନୀ

Posted by - December 1, 2021 0
ସମ୍ବଲପୁର: :(ରମାକାନ୍ତ ବିଶ୍ବାଳ)ରାଜ୍ୟର ଜନସ୍ୱାସ୍ଥ୍ୟ ବିଭାଗ ରେ କାମ କରୁଥିବା ସହ ସହ କର୍ମଚାରୀ ମାନଙ୍କ ନାର୍ଯ୍ଯଦାବି ପୁରଣ ପାଇଁ ଆନ୍ଦୋଳନ କରିବ ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ…