Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କରେ କୃତ୍ରିମ ବନ୍ଧ

23 0

ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝାରଖମଣରୁ କଣ୍ଠିପଦର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ଗୁଣ୍ଡୁରୀସାହି ଛକ ନିକଟରେ ବହୁଦିନ ଧରି ଏକ କୃତ୍ରିମ ବନ୍ଧ ସୃଷ୍ଟି ହେଇ ପାଣି ଜମି ରହିଛି l ସୂଚନା ଥାଉକି୨୦୧୯  ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ୨୦୨୫  ମସିହା ପର୍ଯ୍ୟନ୍ତ ଚୁକ୍ତି ହେଇଥିଲା l

ତେବେ ଏହି ରାସ୍ତା ନିର୍ମାଣ ନିମ୍ନ ମାନର ହୋଇଥିବାରୁ ଗାଡ଼ିମଟର ଯାତାୟତ ଫଳରେ ବିଭିନ୍ନ ସ୍ଥାନରେ ରାସ୍ତା ଶୋଚନୀୟ ହେବା ସହ ଏହି ଜାଗାରେ ରାସ୍ତା ନିର୍ମାଣ ସମୟ ପୂର୍ବରୁ ଖାଲ ଥିବାରୁ ଖରା ବର୍ଷା ବାରମାସୀ ପାଣି ଜମି ରହୁଛି ଓ ପାଣି ଯିବା ପାଇଁ ଅନ୍ୟ କୌଣସି କେନାଲ କିମ୍ବା ନିଷ୍କାସନର ବ୍ୟବସ୍ଥା ନଥିବାରୁ ଯାନ ବାହାନ ଗମନା ଗମନରେ ବ୍ୟାଘାତ ହେବା ସହ ଏହି ସ୍ଥାନ ଲୋକଙ୍କ ପାଇଁ ମରଣ ଜନ୍ତା ପାଲଟିଛି l

ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସମ୍ପୃକ୍ତ ଠିକାଦାର ଏହି ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ନିଅନ୍ତୁ ବୋଲି ଗୁଣ୍ଡୁରୀସାହି ଗ୍ରାମବାସୀ ଦାବି କରିଛନ୍ତି l ନଚେତ ଏହା ଏକ ତୀବ୍ର ଆନ୍ଦୋଳନର ରୂପରେଖ ନେବବୋଲି ଚେତାବନୀ ଦେଇଛନ୍ତି l

Related Post

ଦାନାମାଲ ବିଦ୍ୟାଳୟ ର ଶ୍ରେଣୀ ଗୃହ ନିର୍ମାଣ ପାଇଁ ଦାବି

Posted by - September 22, 2022 0
ଖପ୍ରାଖୋଲ: ୨୨/୦୯ ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ପାଇଁ ଦାବି ହେଉଛି । ବିଦ୍ୟାଳୟ…

ବନ ବିଭାଗ ପକ୍ଷରୁ ମହିଳା ଗୋଷ୍ଠୀଙ୍କୁ ଖଲି ଦନା ତିଆରି ମେସିନ ପ୍ରଦାନ

Posted by - June 30, 2023 0
ହରଭଙ୍ଗା :୨୯/ ୦୬ ( ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକର ଉପାନ୍ତ ତଥା ବଣ ପାହାଡ଼ ଘେରା ଅଞ୍ଚଳ ରେ ରହୁଥିବା ଆଡ଼େନିଗଡ଼ ପଞ୍ଚାୟତ ର କଣ୍ଡରା ଗ୍ରାମକୁ…

ମଙ୍ଗଳବାରଠାରୁ ୧୪ ଜିଲା ଲକ୍‌ଡାଉନ୍‌:ନିୟମ ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

Posted by - March 23, 2020 0
ଭୁବନେଶ୍ୱର:୨୩।୦୩ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନକୁ ସମ୍ପ୍ରସାରଣ କଲେ ରାଜ୍ୟସରକାର। ୫ ଜିଲ୍ଲାରୁ ୧୪ ଜିଲ୍ଲାକୁ ସରକାର ଲକଡାଉନ ସମ୍ପ୍ରସାରଣ କରିଛନ୍ତି। ସଂପ୍ରସାରଣ ହୋଇଥିବା ଲକଡାଉନ୍…

ଦୈବୀ ଦୁର୍ଘଟଣାକୁ ନେଇ ବିଜେପି ହିନ ରାଜନୀତି ନ କରୁ- ସାମ୍ବାଦିକ ସମ୍ମିଳନୀରେ ଆଦିବାସି ସଙ୍ଘର ଚେତାବନୀ

Posted by - May 27, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)କିଛି ଦିନ ତଳେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶିଙ୍କ ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟଙ୍କଧର…