Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ

24 0

କଣ୍ଟାବାଞ୍ଜି ବ୍ୟୁରୋ: ୧୩/୦୯(ନରେନ୍ଦ୍ର ନେଗୀ)ଜିଲ୍ଲା ସଂଘର୍ଷ ସମିତିର ଆହ୍ବାନ କ୍ରମେ ଆଜି କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଗାଡ଼ି ମଟର ଚଳାଚଳ ମଧ୍ୟ ବନ୍ଦ ରହିଛି। ଜରୁରୀକାଳୀନ ସେବାକୁ ଏବଂ ପରୀକ୍ଷା ଚାଲୁଥିବା ସ୍କୁଲକୁ ବନ୍ଦରୁ ବାଦ ଦିଆଯାଇଛି।

ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦଶନ କରାଯାଇଛି ।ଏହି ବନ୍ଦ ଡାକରା ଦେବା ସହ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ମିଳୁ ବୋଲି ଦାବି କରାଯାଇଛି ।

ଆଜିର ଏହି ବନ୍ଦରେ ସହର ର ଅନେକ ସଂଗଠନ ସାମିଲ ହୋଇଛନ୍ତି। ଶେଷଦେବ ପୁଟେଲ, (ସଭାପତି,ଜିଲ୍ଲା ସଙ୍ଘର୍ଷ ସମିତି), ବରିୟାମ ସିଂ ସାଲୁଜା (ଏନଏସି ଅଧକ୍ଷ, କଣ୍ଟାବାଞ୍ଜି ), ବ୍ରଜଶ୍ୟାମ ଗୁରୁ (କାର୍ଯ୍ୟକାରୀ ସଭାପତି , ଜିଲ୍ଲା ସଂଘର୍ଷ ସମିତି କଣ୍ଟାବାଞ୍ଜି ) , ଗିରି ରାଜ ସିଂହ ମାଝୀ, ବିକାସ ତରିଆ, ପ୍ରଦୀପ ବାଗ, କୈଳାଶ ଦୀପ, ଅଜୟ ଅଗ୍ରୱାଲ, ଅମରଚନ୍ଦ ଶର୍ମା, , ବେଦ ବ୍ୟାସ ନାଗ, ପ୍ରେମ ବାଗ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ।

Related Post

ସିଂହପୁର ପଞ୍ଚାୟତ ରେ ଆମରଣ ଅନଶନ ଜାରି 

Posted by - August 19, 2021 0
ଯାଜପୁର ଜିଲା ବିଂଝାରପୁର ବ୍ଲକ ସିଂହପୁର ପଂଚାୟତ ରେ ହୋଇଥିବା ଦୁର୍ନିତି ଘଟଣାର ତଦନ୍ତ ଦାବୀରେ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଆମରଣ ଅନଶନ ଜାରି ରହିଛି । ଗତକାଲି ଠାରୁ ଆରମ୍ଭ ହୋଇଥିବା ଅନଶନ ଜାରି ରହିଥିବା ବେଳେ ବର୍ତମାନ ସୁଦ୍ଧା କୌଣସି ସୁପଂଳ ମିଳିପାରିନାହିଁ ସିଂହପୁର ପଂଚାୟତରେ ମନରେଗା କାମରେ ହୋଇଥିବା ଦୁର୍ନିତି ଘଟଣାର ତଦନ୍ତ ଦାବୀ କରିବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୂର୍ବତନ ସରପ୍ଜକ୍ଟ୍ର ନିରଂଜନ ବେହୁରିଆ ଙ୍କ ନେତୃତ୍ୱରେ ଅନଶନ ଜାରି ରହିଛି । ଗତକାଲି ବିଜେପି ନେତ୍ରୀ ବବିତା ମଲ୍ଲିକ ଅନଶନ ସ୍ଥଳରେ ପହଂଚି ସମର୍ଥନ ଜଣାଇଥିବା ବେଳେ ଆଜି ବିଂଝାରପୁର ବିଡିଓ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସିସୁପଂଳ ମିଳିନାହିଁ । ବିଭିନ୍ନ ପ୍ରକଳ୍ପରେ ଦୁର୍ନିତି ,ରାଜ୍ୟ ଓ ଦେଶ ବାହାରେ ରହୁଥିବା ବ୍ୟକ୍ତିଙ୍କ ନାଁରେ ଜବକାର୍ଡ କରି ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି ।ଏହି ଦୁର୍ନିିତିର ବିଦ୍ଧିବଦ୍ଧ ଭାବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ  ନ କରିବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଚେତାବନି ଦିଆଯାଇଛି । 

ଚାଷୀଙ୍କ ମୁଣ୍ଡରେ ଚଡକ,ଟ୍ରାନ୍ସଫରମର ପୋଡିଯିବାରୁ ୬୦ ଏକର ଧାନ ଚାଷ ଉଜୁଡିବାକୁ ବସିଲାଣି

Posted by - October 22, 2022 0
ହରଭଙ୍ଗା :୨୧/୧୦(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ କୋଇଲିସୂତା ଗ୍ରାମରେ 60ଏକର ଧାନ ଚାଷ ଏବେ ଉଜୁଡିବାକୁ ବସିଲାଣି!ସୂଚନା ମତେ ଚଳିତ ବର୍ଷ ଏହି ଖରିବ…

ହରିଶଙ୍କରରେ ମାଡି ଆସିଲା ୧୦ଫୁଟର ପାଣି, ଖସିଲା ମାଟି ଅତଡା,ଯୋଗାଯୋଗ ବିଚ୍ଛିନ୍ନ

Posted by - August 12, 2019 0
ଭୁବନେଶ୍ୱର : ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ଅଭାବ ରହିଥିବାବେଳେ ଆଉ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବଲାଙ୍ଗୀରର…

ସ୍ୱଚ୍ଛ ଭାରତ ମିଶନ ଯୋଜନା ଦିଗହରା

Posted by - June 23, 2023 0
ହରଭଙ୍ଗା:୨୨/୦୬(ଚିତ୍ତରଞ୍ଜନ ସିଂହ)ସରକାର ସ୍ୱଚ୍ଛ ଭାରତ ମିଶନ ଯୋଜନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ ତାହା ତୃଣ ମୂଳକ୍ଷେତ୍ର ରେ କେତେଦୂର ସଠିକ…

ସ୍କୁଲରେ ଅଲିମ୍ପିକ ଶିକ୍ଷା ପ୍ରଦାନ ବ୍ୟବସ୍ଥା, ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Posted by - May 25, 2022 0
ଭୁବନେଶ୍ବର (ବ୍ୟୁରେ।) :ଆଗାମୀ ଦିନରେ ସ୍କୁଲ ସ୍ତରରୁ ଅଲିମ୍ପିକ କ୍ରିଡ଼ା ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ। ଏଥିପାଇଁ ସ୍କୁଲ ରେ ଅଲିମ୍ପିକ ଶିକ୍ଷାଦାନ ବ୍ୟବସ୍ଥା ଯୋଜନାର ଶୁଭାରମ୍ଭ…