୧୬ ଦିନରେ ପହଞ୍ଚିଲା “ଧର୍ମଗଡକୁ ଜିଲ୍ଲା ଦାବୀ” ଜଗନ୍ନାଥ ସେବା ସମିତିର ଗଣଧାରଣା

190 0

ପ୍ରବଳ ବର୍ଷା ସତ୍ତ୍ୱେ ସମର୍ଥନରେ ବସିଲେ ୧୦୪ ବର୍ଷୀୟା ବୃଦ୍ଧା ମା ଚାମେଲି ଦେବୀ….

ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)ଆଜି ୧୬ ତମ ଦିବସରେ ୧୦୪ ବର୍ଷୀୟା ଚମେଲି ଦେବୀ ଗଣ ଧାରଣାରେ ବସି ଧର୍ମଗଡ ଜିଲ୍ଲା ଦାବୀ କରିବା ସବୁଠାରୁ ଉଲ୍ଲେଖନୀୟ ର ବିଷୟ ଥିଲା।ଧର୍ମଗଡ ଜିଲ୍ଲା ଗଠନ ଦାବୀ ନେଇ ଗଣଧାରଣାରେ ଆଜି ପ୍ରବଳ ବର୍ଷା ସତ୍ତ୍ୱେ ଗଣ ଧାରଣା ରେ ବସିଛନ୍ତି ଧର୍ମଗଡ ଜଗନ୍ନାଥ ସେବା ସମିତିର କର୍ମକର୍ତ୍ତା ଓ ଶ୍ୟାମ ପରିବାର ର ମହିଳା ସ୍ବେଚ୍ଛସେବୀ ମାନେ।

ବର୍ଷା ସତ୍ତ୍ୱେ ଧର୍ମଗଡ ଜିଲ୍ଲା ଦାବୀ କୁ ନୈତିକ ସମର୍ଥନ କରି ଶତାଧିକ ସଦସ୍ୟ ଓ ସଦସ୍ୟା ମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅନିର୍ଦ୍ଦିଷ୍ଟ କାଳପାଇଁ ଚାଲିଥିବା ଗଣଧାରଣାରେ ବସିଥିଲେ ଓ ଧର୍ମଗଡ ଉପଖଣ୍ଡ କୁ ଶୀଘ୍ର ନୂତନ ଜିଲ୍ଳା ଘୋଷଣା କରିବା ପାଇଁ ଦାବି କରିଥିଲେ।ଜଗନ୍ନାଥ ସେବା ସମିତିର ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଓ ଶ୍ୟାମ ପରିବାର ର ଶ୍ରୀମତୀ ସୁନିତା ଅଗ୍ରୱାଲ ଙ୍କ ନେତୃତ୍ଵରେ ଜଗନ୍ନାଥ ସେବା ସମିତି ର ସଂପାଦକ ବୈଦନାଥ ବେହେରା, ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ବରିଷ୍ଠ ଉପଦେଷ୍ଟା ସୁଧୀର ରଞ୍ଜନ ପଟ୍ଟଯୋଷୀ, ପ୍ରଦୀପ କୁମାର ଦାସ,

ବାସ ଚନ୍ଦ୍ର ପାଣିଗ୍ରାହି, ସୁମନ୍ତ କୁମାର ପଣ୍ଡା, କିଶୋର ଅଗ୍ରୱାଲ, ଘନଶ୍ୟାମ ଅଗ୍ରୱାଲ, ହିମାଂଶୁ ପଣ୍ଡା, ରମଣୀ ଜାଲ ଏବଂ ଶ୍ୟାମ ପରିବାର ର ଶ୍ରୀମତୀ ସାରଳା ଦେବୀ ଅଗ୍ରୱାଲ, ମୀନା ଅଗ୍ରୱାଲ, ଚଞ୍ଚଳା ଅଗ୍ରୱାଲ, ଅନିତା ଅଗ୍ରୱାଲ, ପ୍ରୀତି ଜୈନ, ବିରେନ୍ଦି ଡାଲମିଆ ପ୍ରମୁଖ ସଦସ୍ୟାମାନେ ଧାରଣା ରେ ବସି ଧର୍ମଗଡ କୁ ଜିଲ୍ଲା ଦାବୀ ପ୍ରସଙ୍ଗକୁ ଦୋହରାଇ ଥିଲେ।

ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଶୀ ସଭା ପରିଚାଳନା କରିଥିବା ବେଳେ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ବିଦ୍ୟାଧର ସାହୁ, ଇଙ୍ଗିତ ପଣ୍ଡା, ଅଂଶୁମାନ ପାତ୍ର, ସନ୍ତୋଷ ପାଢ଼ୀ, ପଙ୍କଜ ଅଗ୍ରୱାଲ ଅଶ୍ୱିନ ପଣ୍ଡା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ୧୬ ଦିନରେ ପହଞ୍ଚିଛି । ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଉଛନ୍ତି।

Related Post

ପୁଣି ପ୍ରଚାର କୁ ଫେରିଲେ ବିଂଝାରୁର ବିଧାୟିକା ପ୍ରମିଳା ମଲ୍ଲିକ

Posted by - February 18, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପୁଣି ପ୍ରଚାର କୁ ଫେରିଲେ ବିଂଝାରୁର ବିଧାୟିକା ପ୍ରମିଳା ମଲ୍ଲିକ । ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିୋଗ ରେ ପ୍ରମିଳା…

ଜଗନ୍ନାଥ ସଡ଼କ ଉପରେ ତିଆରି ହୋଇଥିବା ସେତୁ ର ଶଙ୍କଟାପର୍ଣ୍ଣ ଅବସ୍ଥା

Posted by - June 15, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ) ବୌଦ୍ଧ ଜିଲ୍ଲା ରୁ ବାହାରି ମହାନଦୀ କୂଳେ କୂଳେ ଜଗନ୍ନାଥ କ୍ଷେତ୍ର ପୁରୀ କୁ ସିଧାସଳଖ ଲମ୍ବୀଯାଇଥିବା ରାସ୍ତା ର ନାମ ଜଗନ୍ନାଥ…

ଆରମ୍ଭ ହେଲା ବିଧାନସଭା ଉଠିଲା ମାସ୍କ ଦୁର୍ନୀତି କଥା

Posted by - September 30, 2020 0
ମହାମାରୀ କରୋନା କାଳରେ ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ବସିବାକୁ ଥିବା ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ପିଏଚ ଡାକ୍ତର

Posted by - September 15, 2021 0
ସୋନପୁର:( ଅଜିତ୍ କୁମାର ପୂଜାରୀ)୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ପିଏଚ ଡାକ୍ତର…

କନ୍ୟା ମାନଙ୍କ ବିବାହ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ର ମଞ୍ଜୁରୀ

Posted by - December 17, 2021 0
ନୂଆଦିଲ୍ଲୀ/ଭୁବନେଶ୍ୱର:ବହୁ ପ୍ରତୀକ୍ଷିତ କନ୍ୟା ମାନଙ୍କ ବିବାହ ବୟସ ସମ୍ପର୍କୀତ ଆଇନ୍ ପରିଶେଷରେ କ୍ୟାବିନେଟ ମୋହର ହାସଲ କରିଛି। ଗତ ବୁଧବାର ଦିନ ଅନୁଷ୍ଠିତ କେନ୍ଦ୍ର ସରକାର ଙ୍କ…