ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲାରେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ଶ୍ରମିକ ଙ୍କ ପାରିଶ୍ରମିକ ଅର୍ଥ ନ ପାଇ ଅଫିସ ରେ ତାଲା ପକାଇବା ସହିତ ହଟ୍ଟଗୋଳ କରିଥିଲେ ପ୍ରାୟ୧୦୦ ରୁ ଉର୍ଦ୍ଧ୍ବ ଶ୍ରମିକ। ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ବାରିଗିଂ , କରଞ୍ଜକଟା, ସୋରିଷ ପଖାଳ ଆଦି ଅଞ୍ଚଳରେ ଚାଲିଥିବା ରେଳେବାଇ ପ୍ରକଳ୍ପର ମାଟି ଓ ଘାସ ଲଗା କାର୍ଯ୍ୟ ରେ ପ୍ରାୟ ୧୪୦ ଜଣ ଶ୍ରମିକ ଦୀର୍ଘ ତିନିମାସ ହେବ ନିୟୋଜିତ ଥିଲେ।
ରେଳେବାଇ ବିଭାଗ ର ଠିକା ସଂସ୍ଥା ଏକ ପେଟି ଠିକାଦାର ଦ୍ଵାରା କାର୍ଯ୍ୟ ଆଦେଶ ଦେଇ କାମ କରାଇଥିଲା। ତେବେ ଠିକା ସଂସ୍ଥା ରୁ ତିନିମାସ ହେବ ପେଟି ଠିକାଦାର ମଜୁରୀ ଅର୍ଥ ପାଇ ନଥିବା ବେଳେ ଶ୍ରମିକ ମାନଙ୍କ ପାରିଶ୍ରମିକ ଅର୍ଥ ଦେବାରେ ଠିକାଦାର ଅସମର୍ଥ ହୋଇଥିବା ପେଟି ଠିକାଦାର ଉତ୍ତମ୍ ପାତ୍ର କହିଛନ୍ତି। ବାରମ୍ବାର ରେଳେବାଇ ଠିକା ସଂସ୍ଥା କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ଗୁହାରି କରିଥିଲେ ମଧ୍ଯ ଆଜି କାଲି କହି ତାଙ୍କୁ ଭୂତାଉ ଥିବା କହିଛନ୍ତି।
ଶେଷରେ ଶ୍ରମିକ ମାନେ ଅତିଷ୍ଠ ହୋଇ ପେଟି ଠିକାଦାର ଉତ୍ତମ୍ ପାତ୍ର ଙ୍କ ସମେତ ପୁରୁଣାକଟକ ରେଳେବାଇ ପ୍ରକଳ୍ପ କାର୍ଯ୍ୟାଳୟ କୁ ଆସି କାର୍ଯ୍ୟାଳୟ ତାଲା ପକାଇବା ସହିତ ଧାରଣା ରେ ବସିଥିଲେ। ପରେ ଠିକା ସଂସ୍ଥା ର ଅଧିକାରୀ ଓ ପେଟି ଠିକାଦାର ଉତ୍ତମ୍ ପାତ୍ର ଙ୍କୁ ଡାକି ଶ୍ରମିକ ଙ୍କ ଆଗରେ ବୁଝା ଶୁଝା କରି ବୁଧବାର ସମସ୍ତ ବକେୟା ଅର୍ଥ ଦେବାପାଇଁ ପ୍ରତିଶ୍ରୁତି ଦେବା ପରେ ଶ୍ରମିକ ମାନେ ବୁଝିଥିଲେ। ଅନ୍ୟପଟେ ବୁଧବାର ଯଦି ଅର୍ଥ ପୈଠ ନ କରାଯାଏ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ଶ୍ରମିକ ମାନେ ଚେତାବନୀ ମଧ୍ୟ ଦେଇଥିଲେ।