କଳାହାଣ୍ଡି:(ନରେନ୍ଦ୍ର ନେଗୀ)ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଇଁ ପଲ୍ଲୀଠୁ ଦିଲ୍ଲୀ ଯାଏ ଉତ୍ସବ ମୁଖର ହୋଇ ଉଠିଛି l ଏହି ପରିପ୍ରେକ୍ଷିରେ କଳାହାଣ୍ଡିରେ ମଧ୍ୟ ଧୂମଧାମରେ ଜନ୍ମାଷ୍ଟମୀ ଓ ନାନ୍ଦୋତ୍ସବ ପାଳନ କରାଯାଇଛି l
ଜିଲ୍ଲା ଯୁବ ଯାଦବ ଶକ୍ତି ପକ୍ଷରୁ ଭବାନୀପାଟଣା ରେ ଏକ ବିରାଟ ଶୋଭାଯାତ୍ରା ର ଆୟୋଜନ କରାଯାଇଥିବାବେଳେ ଜୟପାଟଣାରେ ମଧ୍ୟ ଯାଦବ ସମାଜ ପକ୍ଷରୁ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଧୁମଧାମରେ ପାଳନ କରାଯାଇଛି । ଯାଦବ ଭବନ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜୟପାଟଣା ନଗର ପରିକ୍ରମା କରାଯାଇଥିଲା ।
ଏଥିରେ ଅଞ୍ଚଳର ଶହ ଶହ ଭକ୍ତ ସାମିଲ ହୋଇଥିଲେ। ଯାଦବ ସାମ୍ପ୍ରଦାୟ ର ଯୁବକ ମାନେ ପାରମ୍ପରିକ ବେଶରେ ସଜ୍ଜିତ ହୋଇ ବନାବାଡ଼ି ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହାସହ ନନ୍ଦ ଓ ଯଶୋଦା ବେଶରେ ଶ୍ରୀ କୃଷ୍ଣଙ୍କୁ ମୁଣ୍ଡରେ ବୋହି ନଗର ପରିକ୍ରମା କରି ଯୁବକ ମାନେ ଦହି ହାଣ୍ଡି ଭାଙ୍ଗି ଉତ୍ସବକୁ ଆହୁରି ଭକ୍ତିମୟ କରିଥିଲେ l