Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଖାଦ୍ୟଶସ୍ୟ ଉତ୍ପାଦନରେ ପାରଦର୍ଶିତା ପାଇଁ ଓଡ଼ିଶାକୁ ପ୍ରଶଂସା ପତ୍ର

311 0

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ସଫଳତା ପାଇଁ ଓଡ଼ିଶାକୁ ୫ମ ଥର ପାଇଁ ‘କୃଷି କର୍ମଣ’ ପୁରସ୍କାର ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟ କୃଷିମନ୍ତ୍ରୀ ଡ.ଅରୁଣ ସାହୁଙ୍କୁ ‘କୃଷି କର୍ମଣ’ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଶ୍ରୀ ସାହୁ ପୁରସ୍କାର ସ୍ୱରୂପ ଏକ କୋଟି ଟଙ୍କା ପୁରସ୍କାର ଗ୍ରହଣ କରିଛନ୍ତି।ଦେଶରେ ସାମଗ୍ରୀକ କୃଷି ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ଦ୍ଵିତୀୟ ଶ୍ରେଣୀ ରାଜ୍ୟ ଭାବେ ଚୟନ କରିଛନ୍ତି। ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଣଠୁଁ ଆରମ୍ଭ କରି ଉତ୍ପାଦନ ପର୍ଯ୍ୟନ୍ତ ଆବଶ୍ୟକ ଭିତ୍ତିଭୂମି ଯୋଗାଇବାରେ ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, କୃଷି କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ସଫଳତା ପାଇଁ ଓଡ଼ିଶାକୁ ପୂର୍ବରୁ ୪ ଥର ‘କୃଷି କର୍ମଣ’ ପୁରସ୍କାର ମିଳିସାରିଛି । ବର୍ଷ ୨୦୧୦-୧୧, ୨୦୧୨-୧୩, ୨୦୧୩-୧୪ ଓ ୨୦୧୪-୧୫ ପାଇଁ ଏହି ପୁରସ୍କାର ମିଳିଥିଲା।ପିଏମ୍‌ କିଷାନ ସମ୍ମାନ ନିଧିର ତୃତୀୟ କିସ୍ତି ପ୍ରଦାନ କରଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।କର୍ଣ୍ଣାଟକ ତୁମୁକୁରୁରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଏହି କିସ୍ତି ପ୍ରଦାନ କରିଛନ୍ତି। ୨୦୧୯ ଡିସେମ୍ବରରୁ ମାର୍ଚ୍ଚ ୨୦୨୦ ଅବଧି ପାଇଁ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।  ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୬ କୋଟି ହିତାଧିକାରୀ ଏଥିରେ ଉପକୃତ ହୋଇଛନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ସ୍ୱରୂପ ଏହି ଯୋଜନା ଗତବର୍ଷ ଫେବ୍ରୁଆରୀରୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଛନ୍ତି। ଚାଷୀମାନେ ପୂର୍ବ ୨ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ପାଇଥିବା ବେଳେ ଏବେ ଅବଶିଷ୍ଟ ୨ ହଜାର ଟଙ୍କା ପାଇଛନ୍ତି

Related Post

ଓଡିଶା ରେ ୭୨ ଘଣ୍ଟା ରୁ କମ ରହିଲେ ସଙ୍ଗରୋଧ ଜରୁରୀ ନୁହେଁ

Posted by - May 24, 2020 0
ଭୁବନେଶ୍ୱର: କରୋନା ଭୟ ଭିତରେ ଜୀବନ ଯାତ୍ରାକୁ ସ୍ୱାଭାବିକ କରିବାକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କାଲିଠୁ ରାଜ୍ୟରେ ଫୁଲ ଫେଜ୍‌ରେ ଯାତ୍ରୀ ପରିବହନ ସେବା…

ଅବକାରୀ ବିଭାଗରେ ପଶିଲା କରୋନା ,ସିଲ ହେଲା କାର୍ଯ୍ୟାଳୟ

Posted by - July 23, 2020 0
ଅନୁଗୁଳ :(ମହେଶ ଭୋମରାଜ) ଅନୁଗୁଳ ଜିଲ୍ଲାରୁ ଗତକାଲି ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ଅବକାରୀ ଅଧୀକ୍ଷକଙ୍କ ସମେତ ୩ ଜଣ କରୋନା…

କରୋନା ପୁଲିସ ବିଭାଗକୁ ଡେଇଁଲା,ଗଞ୍ଜାମରେ ଦୁଇଜଣ ଗୃହରକ୍ଷୀ କରୋନାରେ ଆକ୍ରାନ୍ତ

Posted by - May 27, 2020 13
ଭୁବନେଶ୍ବର :ବ୍ରହ୍ମପୁର ଅଞ୍ଚଳରେ ଦୁଇଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପୋଲସର ଥାନାର ଏହି ଦୁଇ ହୋମଗାର୍ଡ କରୋନା ସଂକ୍ରମିତ ହୋଇଥିବା ଗଞ୍ଜାମ ଏସପି ଟ୍ବିଟ କରି…

ଛତିଆ ବଜାରରେ ପରିମଳ ବ୍ୟବସ୍ଥା ସୁଧୁରୁନି ,ମୁଖ୍ୟ ଡ୍ରେନ୍ ଜାମ୍ ଉଝୁଳୁଛି ଜଳ

Posted by - June 15, 2021 0
ଛତିଆ (ପ୍ରମୋଦ ନାୟକ) : ଛତିଆ ବଜାରରେ ପରିମଳ ବ୍ୟବସ୍ଥା ସୁଧୁରୁନି । ଡ୍ରେନ୍ ଠାରୁ ଆରମ୍ଭ କରି ଜଳ ନିଷ୍କାସନ ଆଦି ଫେଲ ମାରିଛି ।…

ଚିକିତ୍ସାଳୟ ରେ ମଧ୍ଯ ଭି ଆଇ ପି ରାଜ, ବିଧାୟକ ଙ୍କ ସୁବିଧା ପାଇଁ ସାଧାରଣ ୱାର୍ଡ କୁ ଗୁରୁତର ଶିଶୁ ସ୍ଥାନାନ୍ତର

Posted by - May 5, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବିଧାୟକ ଙ୍କ ସୁବିଧା ପାଇଁ ଜଣେ ୮ ବର୍ଷ ର ଗୁରୁତର ଶିଶୁ କୁ ସାଧାରଣ ୱାର୍ଡ କୁ ସ୍ଥାନାନ୍ତର…

Leave a comment

Your email address will not be published.