Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବେଲଗୁଣ୍ଠା ବଣିକ ସଂଘ ତରଫରୁ ଶିକ୍ଷକ ପ୍ରତିଭା ସମ୍ମାନ ; ଏନ୍ଏସିର ଶହେରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମାନୀତ

25 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଆଜି ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ଡ.ରାଧାକ୍ରିଷ୍ଣନ୍ ଙ୍କର ଜନ୍ମଦିନରେ ସାରାଦେଶରେ ଗୁରୁଦିବସ ପାଳିତ ହେଉଥିବା ବେଳେ ବେଲଗୁଣ୍ଠା ବଣିକ ସଂଘ ତରଫରୁ ଏନ୍ଏସିର ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶିକ୍ଷକ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଛି I ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉପସଭାପତି ଜିତେନ୍ଦ୍ର ସୁବୁଦ୍ଧି,ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ,କୋଷାଧ୍ୟକ୍ଷ କେ ବୁଲୁ ପାତ୍ର,ସହସମ୍ପାଦକ ପ୍ରଭାତ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ I

କାର୍ଯ୍ୟକ୍ରମରେ ଅଧ୍ୟାପକ ଡ.ଗୁରୁମୂର୍ତ୍ତୀ ନାୟକ, ଶିକ୍ଷକ ପବିତ୍ର କୁମାର ପ୍ରଧାନ,ଶିକ୍ଷୟିତ୍ରୀ ଅଳକା ପ୍ରଧାନ ଏବଂ ଛାତ୍ରୀ ସ୍ମିତାରାଣୀ ସାହୁ ଗୁରୁଦିବସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ବଣିକ ସଂଘ ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଭ୍ୟ ସୁଦାମ ତ୍ରିପାଠି ଧନ୍ୟବାଦ ଜ୍ଞାପନ କରିଥିଲେ I

ଏଥିରେ ବେଲଗୁଣ୍ଠା ଏନ୍ଏସିର ବାଲିଡ଼ି,ଭଗବତ ପାଟଣା,ପଟେଲ୍ ରୋଡ଼୍ ପ୍ରାଥମିକ ବିଦ୍ୟାଳୟ,ବାଳିକା ଉଚ୍ଚ ବିଦ୍ୟାଳୟ,ଜିଟି ହାଇସ୍କୁଲ୍,ବେଲଗୁଣ୍ଠା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ,ସରସ୍ଵତୀ ଶିଶୁ ବିଦ୍ୟା ଭବନ,କୌତୁଲ୍ୟ ଇଂଲିଶ ମିଡିୟମ ସ୍କୁଲ୍,ତକ୍ଷଶିଳା,ବିବେକାନନ୍ଦ ଶିଶୁ ମନ୍ଦିର,ଏବଂ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଶହେରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପଢ଼ୌକନ, ପୁଷ୍ପଗୁଚ୍ଛ ଏବଂ ଉପହାର ଦେଇ ସମ୍ମାନୀତ କରାଯାଇଥିଲା I ବେଲଗୁଣ୍ଠା ବଣିକ ସଂଘକୁ ପଚିଶି ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ସବୁ ସମୟରେ ବଣିକ ସଂଘ ତରଫରୁ ବିଭିନ୍ନ ଜନହିତକାର ତଥା ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାରୁ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରଶଂସା କରିଥିଲେ I

Related Post

ବୃଦ୍ଧଙ୍କ ଶବ ସତ୍କାର କଲେ ବିଜୁ ଯୁବ ବାହିନୀ

Posted by - July 14, 2020 0
ବରୀ:ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଧିନ ବାଲିଆ ପଂଚାୟତ ନହଣ ଗ୍ରାମର ବୃଦ୍ଧ କାର୍ତିକ ଚନ୍ଦ୍ର ଦାସ(୭୫)ଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ଦାସଙ୍କର ଏକମାତ୍ର ଦିବ୍ୟାଙ୍ଗ…

ଖପ୍ରାଖୋଲ ଅଞ୍ଚଳରେ ରଥଯାତ୍ରା : ହରିଶଙ୍କର ରେ ରଥ ଟାଣିଲେ ମହିଳା

Posted by - July 1, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଅଞ୍ଚଳ ର ବିଭିନ୍ନ ଗାଁରେ ଶୁକ୍ରବାର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦୁଇ ବର୍ଷ ହେଲା କୋଭିଡ ଯୋଗୁଁ…

ସମାଜ ସେବିଙ୍କ ପରଲୋକ

Posted by - February 20, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ଗ୍ରାମ ପଂଚାୟତ ର ପୂର୍ବତନ ସମିତିସଭ୍ୟ ତଥା ସମାଜ ସେବି ମହଞ୍ଜି ଲାଲ (60)ଙ୍କ ପରଲୋକ ଆଜି ହୋଇଛି!ସୂଚନା…

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ମିଳିତ ମଞ୍ଚ ଗଠିତ।

Posted by - September 25, 2022 0
ବୌଦ୍ଧ :(ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଶିକ୍ଷକ ସଂଘର ସଭାପତି ଶ୍ରୀ ଦିଲୀପ ପ୍ରଧାନ…

ମୁନିଗୁଡା ବିଜେଡି ପାଳୁଛି ବିଜୁବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ ପାଳନ ଓ ରୋଗୀମାନଙ୍କ ଫଳ ଓ ବସ୍ତ୍ର ବଣ୍ଟନ

Posted by - April 18, 2023 0
ମୁନିଗୁଡା:(ରମାକାନ୍ତ ପୋଡାଲ )ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ବିଜୁବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ ଅବସରେ ମୁନିଗୁଡା ବିଜୁଜନତାଦଳର ବ୍ଲକ ସଭାପତି ରତ୍ନଲାଲ ଜୈନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯାଇ…