Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବରେ ଯୁବ କଂଗ୍ରେସ ତରଫରୁ ବିଜେଡ଼ି ନେତାଙ୍କୁ କଳାପତାକା ପ୍ରଦର୍ଶନ

62 0

ନର୍ଲା:(ଅମୀୟ ଦାସ)କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୬ତମ ଜିଲ୍ଲା ସ୍ତରୀୟ ପବିତ୍ର ଗୁରୁଦିବସ ଉତ୍ସବଟି ନର୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ନର୍ଲା ଦ୍ୱାରା ନର୍ଲା ପ୍ରାଥମିକ ଶିକ୍ଷକ ଭବନଠାରେ ଆୟୋଜିତ ହୋଇଯାଇଛି। ନର୍ଲା ପ୍ରାଥମିକ ଶିକ୍ଷକ ଭବନ ପରିସରରେ ଆୟୋଜିତ ଉତ୍ସବରେ ଜିଲ୍ଲା ସଭାପତି ସୁରେନ୍ଦ୍ର ମୋହନ ଯୋଶୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ମୁଖ୍ୟ ବକ୍ତା ଭାବେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳସଚିବ ଡ. ନୃପରାଜ ସାହୁ, ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ବିଦ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବିଜୁ ଜନତା ଦଳ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ ପ୍ରମୁଖ ମଞ୍ଚାସୀନ ଥିଲେ।

ପ୍ରାରମ୍ଭରେ ଦିବଂଗତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉପଦେଷ୍ଟା ମଣ୍ଡଳୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନର୍ଲା ବ୍ଲକ ସଂପାଦକ ଅମିତ କୁମାର ଶର୍ମା ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ସାଧାରଣ ସଂପାଦକ ଧିରେନ୍ଦ୍ର କୁମାର ପଟ୍ଟନାୟକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଲାଞ୍ଜିଗଡ଼ ବ୍ଲକ ଶିକ୍ଷକ ସଂଘର ସଭାପତି ଅଜିତ କୁମାର ନାୟକ ଓ ଶିକ୍ଷୟିତ୍ରୀ ପ୍ରୀତିନନ୍ଦା ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ନର୍ଲା ବ୍ଲକ ସଭାପତି ମୀନକେତନ ସାହୁ।

ଏହି ଅବସରରେ କୃତୀ ଶିକ୍ଷକ ସଂଯୁକ୍ତା ରାଣୀ ବେହେରା, ଟଙ୍କଧର ସାହା, ନରେନ୍ଦ୍ର ବାଗ, ଯୋଗୀରାମ ସାହୁ, ନିର୍ମଳ ବାରିକ, ବିଜୟ କୁମାର ନାୟକ, ସୋମେଶ୍ବର ସାହୁ, ମୋହନ ମୁଣ୍ଡ, ଅର୍ଚ୍ଚନା ମିଶ୍ର, ବିମ୍ବାଧର ମୁଣ୍ଡ, ସୁରେନ୍ଦ୍ର ପ୍ରଧାନ, ମନୋଜ କୁମାର ପ୍ରଧାନ, ରାମାନୁଜ ମୁଣ୍ଡ, ରମେଶ ଚନ୍ଦ୍ର ସେନାପତି, ରତ୍ନାକର ତାଣ୍ଡି, ଉଗ୍ରସେନ ନାଏକ ଓ ଗୋପାଳ ଅଗସ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଅବସରପ୍ରାପ୍ତ ଶିକ୍ଷକ ଦିଲ୍ଲୀପ କୁମାର ଦାସ, ଦେବେନ୍ଦ୍ରନାଥ ସାହୁ, ଅଭିରାମ ସାହୁ, ପ୍ରଭାତ କୁମାର ପାଣିଗ୍ରାହୀ, ନାରାୟଣ ଭୋଇ, କ୍ଷୀରସାଗର ରଣା, ଲକ୍ଷ୍ମୀଧର ପଣ୍ଡା, ଦେବେନ୍ଦ୍ର ବିଶ୍ବାଳ, ଭୁବନେଶ୍ଵର ଭଏଁଶାଲ, କୃଷ୍ଣଚନ୍ଦ୍ର ବେହେରା, ଗୋପାଳକୃଷ୍ଣ ନେଗୀ ଓ ହରଦେବ ମହାନନ୍ଦଙ୍କୁ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ନର୍ଲା ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନେ ସାଂସ୍କୃତିକ ଓ ଭଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ସମୟରେ ନର୍ଲା ପ୍ରାଥମିକ ଶିକ୍ଷକ ଭବନ କୁ ବିଜେଡି ନେତାମାନେ ଆସୁଥିବା ବେଳେ ପ୍ରାଥମିକ ଶିକ୍ଷକ ଭବନ ନିକଟରେ ନର୍ଲା ଯୁବ କଂଗ୍ରେସ ତରଫରୁ ବିଜେଡ଼ି ନେତାଙ୍କୁ କଳାପତାକା ଦେଖାଇବା ସହିତ ଅଣ୍ଡା ଓ କାଦୁଅ ମାଡ କରିଥିବା ବେଳେ ନେତାଙ୍କ ଗାଡି ସମ୍ମୁଖରେ ଶୋଇ ବିଜେଡି ଗୋ ବେକ ସହିତ ଯୁବ କଂଗ୍ରେସ ଜିନ୍ଦାବାଦ ଶ୍ଲୋଗାନ ଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ବିଜେଡି କର୍ମୀ ଓ ଶିକ୍ଷକ ମାନେ ଏହା ଏକ ଦଳୀୟ ମିଟିଙ୍ଗ ନୁହେଁ ବୋଲି କହୁଥିଲେ ଓ ଏହି ଘଟଣା କୁ ଘୋର ନିନ୍ଦା କରିଥିଲେ ।

Related Post

ଦଶରଥପୁର ବ୍ଳକ କାର୍ଯ୍ୟାଳୟ ନିକଟରେ ଦଶରଥପୁର ବିଜେଡି ପକ୍ଷରୁ ପ୍ରତିବାଦ ସଭା

Posted by - February 17, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କେନ୍ଦ୍ର ସରକାର ଗରିବ ହିତାଧିକାରୀଙ୍କ ରାସନ ସାମଗ୍ରୀ କୁ କାଟିବା ପ୍ରତିବାଦ ରେ ଦଶରଥପୁର ବ୍ଳକ କାର୍ଯ୍ୟାଳୟ ନିକଟରେ ଦଶରଥପୁର ବିଜେଡି…

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ମଣିପୁର ଠାରେ ୮ନଂ ଜୋନର ବିଜେଡି ସାଙ୍ଗଠନିକ ବୈଠକ

Posted by - November 29, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ମଣିପୁର ଠାରେ ୮ନଂ ଜୋନ ର ବିଜେଡି ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି!ଏହି ବୈଠକ ରେ ମୁଖ୍ୟଅତିଥି…

ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜନ ଜାଗରଣ ଯାତ୍ରା ଆରମ୍ଭ

Posted by - November 27, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆଗକୁ ପଂଚାୟତ ନିର୍ବାଚନ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯାଜପୁର ଜିଲ୍ଲାରେ କଂଗ୍ରେସ…

ବିଶିଷ୍ଟ ବିଜେପି ନେତା ଶ୍ରୀ ବଳଦେବ ବେଦବାକ ଙ୍କ ନେତୃତ୍ୱରେ ପରିବର୍ତ୍ତନ ଯାତ୍ରା

Posted by - May 3, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ପରିବର୍ତ୍ତନ ଯାତ୍ରା ବିଶିଷ୍ଟ ବିଜେପି ନେତା ଶ୍ରୀ ବଳଦେବ ବେଦବାକ ଙ୍କ ନେତୃତ୍ୱରେ ଡୁଙ୍ଗୁରିପାଲି ବ୍ଲକ୍ କର୍ଲାଯୁଲି ଗ୍ରାମ ପଞ୍ଚାୟତର…

ବୀରନରସିଂପୁର ଠାରୁ କରଡ଼ି ରାସ୍ତାର ନବୀକରଣ ପାଇଁ ଦାବୀ ଜଣାଇଲା କଂଗ୍ରେସ

Posted by - November 27, 2021 0
ବୌଦ୍ଧ :(ସମରେଶ ମିଶ୍ର )ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନର ସିଂ ପୁର NH-57 ରୁ କରଡ଼ି ଗ୍ରାମକୁ ଯିବା ପାଇଁ ଏକ ନିତିଦିନିଆ ରାସ୍ତା ରହିଛି, ଏହି…