କଣ୍ଟାବାଞ୍ଜି ବ୍ୟୁରୋ :(ନରେନ୍ଦ୍ର ନେଗୀ)ଶୁଣିଲାଣି ପ୍ରଶାସନ, ପକ୍କା ରାସ୍ତା ନିର୍ମାଣ ଦାବୀ ରେ କାଦୁଅ ପଚପଚ ରାସ୍ତାରେ ଧାନ ରୁଇ ଅଭିନବ ଢଙ୍ଗରେ ପ୍ରତିବାଦ କଲେ ଗ୍ରାମବାସୀ. ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ବସ୍ତିର ଗାଁ ରାସ୍ତା ଦେଇ ପ୍ରାୟ ୫ ଟି ପଂଚାୟତ ରୁ ହଜାର ହଜାର ଲୋକ ଯିବା ଆସିବା କରନ୍ତି। ପକ୍କା ରାସ୍ତା ନଥିବା ଯୋଗୁ ସାମାନ୍ୟ ବର୍ଷାରେ ରାସ୍ତା କାଦୁଅ ହୋଇଯାଇଥାଏ। କାଦୁଅ ରାସ୍ତା ଯୋଗୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ସ୍କୁଲ ଛାତ୍ରୀ ଛାତ୍ରୀ ମାନେ କାଦୁଅ ରାସ୍ତା ଦେଇ ସ୍କୁଲ ଯାଉଛନ୍ତି।
ଅନେକ ଥର ଗାଁ ଲୋକ ପକ୍କା ରାସ୍ତା ପାଇଁ ଦାବୀ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଗାଁ ବସ୍ତି ରାସ୍ତା ପକ୍କା ହୋଇନାହିଁ। ତେବେ ଗାଁର ମହିଳା ପୁରୁଷ ଏକଜୁଟ ହୋଇ ପ୍ରତିବାଦ କରିବା ସହ ରାସ୍ତାରେ ଧାନ ରୁଇଛନ୍ତି। ଯଦି ଆଗାମୀ ଦିନରେ ପକ୍କା ରାସ୍ତା ନହେଲେ ଆନ୍ଦୋଳନ କରିବେ ବୋଲି ଗାଁ ଲୋକ ଚେତାବନି ଦେଇଛନ୍ତି। ଯେହେତୁ ଉକ୍ତ ରାସ୍ତା ବଙ୍ଗୋମୁଣ୍ଡାରୁ ଚୁଲିଫଙ୍କା ଦେଇ ପାଳସଖଣ୍ଡ ପର୍ଯ୍ୟନ୍ତ ଆର ଡି ରାସ୍ତା ଯାଇଛି।
ଉକ୍ତ ରାସ୍ତା ଆର୍ଡି ରାସ୍ତା ହୋଇ ଥିବାରୁ ବ୍ଲକ୍ ପ୍ରଶାସନ ହସ୍ତକ୍ଷେପ କରିପାରୁ ନାହିଁ। ଶୀଘ୍ର ଉକ୍ତ ଗା ମଝି ରାସ୍ତା ଶୀଘ୍ର କଂକ୍ରିଟ ଓ ଡ୍ରେନ ନିର୍ମାଣ କଲେ ଲୋକେ ଉପକୃତ ହେବେ ନହେଲେ ଆସନ୍ତା ଦିନରେ ଆନ୍ଦୋଳନକୁ ଓହ୍ଲାଇବ ପାଇଁ ଗ୍ରାମବାସୀ ବଧ୍ୟାହେବେ ବୋଲି ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି। ପ୍ରତିବାଦ ସମୟରେ ବିନ୍ଦୁଲତା ଭୋଇ, ପ୍ରଭୁଲାଲ ବେହେରା, ସ୍ନେହ ବେହେରା, ଅଶୋକ ଦାସ, ସତ୍ୟ ପୁଟେଲ, ବୈଷ୍ଣବ ଜାନି, ମମିତା ବେହେରା, ପ୍ରେମ ବେହେରା , ପାର୍ଥବ ବେହେରା, ଲୋକନାଥ ପୁଟେଲ, ସୁଶାନ୍ତ ବେହେରା ସହ ଅନ୍ୟ ମହିଳା ପୁରୁଷ ସାମିଲ ଥିଲେ ।