ଟିଟିଲାଗଡ ସରକାରି ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ଠାରୁ ରୋଗୀ ବେଶି, ତଳେ ଶୋଇ ହେଉଛନ୍ତି ଚିକିତ୍ସା

64 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସରକାରି ଡାକ୍ତରଖାନାରେ ଉପରେ ସହର ତଥା ଆଖପାଖ ଅଞ୍ଚଳର ଜନ ସାଧାରଣ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି। ପ୍ରତ୍ୟେକ ଦିନ ଶହ ଶହ ରୋଗୀ ଏଠାକୁ ଆସି ଚିକିତ୍ସିତ ହୋଇ ଫେରୁଛନ୍ତି। କିଛି ଦିନ ହେବ ଏବେ ଝାଡ଼ା, ବାନ୍ତି, ଜ୍ଵର ଭଳି ରୋଗରେ ପଡି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଡାକ୍ତରଖାନା ଭିତରେ ଶଯ୍ୟା ଠାରୁ ଅଧିକ ରୋଗୀ ଭର୍ତି ହେବା ଫଳରେ ତଳେ ରୋଗୀ ଚିକିତ୍ସିତ ହେବାକୁ ପଡୁଛି।

ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀଙ୍କ ଚେଷ୍ଟା ବଳରେ ଏବେ ପୁଣି ପାଞ୍ଚୋଟି ଡାକ୍ତର ଆସି ଯୋଗଦେବା ପରେ ରୋଗୀଙ୍କୁ ଆଉ ଭଲ ଚିକିତ୍ସା ଯୋଗାଇ ଦିଆଯାଉଥିବା ବେଳେ ସ୍ବାସ୍ଥ୍ୟ ସେବା ଉପରେ ଲୋକଙ୍କ ଭରସା ମଧ୍ଯ ବଢ଼ିଛି କିନ୍ତୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ମଧ୍ଯ ଚିନ୍ତାର କାରଣ ପାଲଟିଛି। କିଛି ଦିନ ତଳେ ସହରରୁ ଦୁଇଟି ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ମଶା ମାରିବା ଧୂଆଁ, ବ୍ଲିଚିଂ ପାଉଡର ସିଞ୍ଚନ କରାଯାଉ ନାହିଁ, ଡେଙ୍ଗୁ କିପରି ନ ବ୍ୟାପୁ ସେଥିପାଇଁ ଡାକ୍ତରଖାନା କତ୍ତୃପକ୍ଷ ଏକ ଟିମ ପଠାଇ ଯେଉଁ ଅଞ୍ଚଳରୁ ରୋଗୀ ବାହାରିଥିଲେ ସେଠାରେ ଏକ ସଚେତନା ସଭା ଅନୁଷ୍ଠିତ କରି ସ୍ଥାନୀୟ ଲୋକଙ୍କୁ ସଚେତନ କରାଇଥିଲେ।

ଅକ୍ଟୋବର ମାସରେ ପିପଲ ପଦର ସ୍ଥିତ ମାତୃ ଶିଶୁ ହସ୍ପିଟାଲ ଆରମ୍ଭ ହେବାକୁ ଯାଉଛି, ତାହା ଆରମ୍ଭ ହେଲେ ଆହୁରି ଲୋକ ସୁବିଧା ପାଇ ପାରିବେ ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି।ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ସହ ଲୋକ ନିଜେ ସଚେତନ ହେବାର ଜରୁରୀ ଅଟେ, ଘର ତଥା ଆଖପାଖ ଅଞ୍ଚଳରେ ସଫାସୁତୁରା ରଖିବା, ଅଳିଆ ଆବର୍ଜ୍ଜନା ଜମା ନ କରିବା, ଜ୍ଵର, ଖାସ, ଥଣ୍ଡା, ମୁଣ୍ଡ ବ୍ୟଥା , ବାନ୍ତି ହେଲେ ସଙ୍ଗେ ସଙ୍ଗେ ଡ଼ାକ୍ତରଙ୍କ ପରାମର୍ଶ ନେଲେ ସ୍ୱାସ୍ଥ୍ୟ ବିଗିଡିବା ପୁର୍ବରୁ ସୁସ୍ଥ ହୋଇପାରିବା ବୋଲି ଚିକିତ୍ସକ ମାନେ ପରାମର୍ଶ ଦେଉଛନ୍ତି। ଏଣୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଜ ହାତରେ। ଜନ ସାଧାରଣ ନିଜେ ଏ ଦିଗରେ ସଚେତନ ହେବା ସହ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ ହୋଇଗଲାଣି।

Related Post

ଗୁଲାବ ଠୁ ଅଧିକ ହେବ ଜୱାଦ,ଲାଣ୍ଡଫଲ ବେଳେ ପବନର ବେଗ ୮୦ରୁ ୯୦ କିମି ରହିବ

Posted by - December 3, 2021 0
ଭୁବନେଶ୍ବର: ପୁରୀ ସ୍ଥଳଭାଗ ଛୁଇଁ ଯିବ ବାତ୍ୟା ଜୱାଡ।   ଆସନ୍ତା ୪ତାରିଖ ସନ୍ଧ୍ୟା କିମ୍ବା ୫ତାରିଖରେ ସ୍ଥଳଭାଗ ଛୁଇଁବ ବାତ୍ୟା। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା…

ବାଲେଶ୍ୱର ଭୋଗରାଇ ବ୍ଲକ୍‌ରେ ବିଜୁ ଯୁବ ବାହିନୀ କୁ ମୋବାଇଲ ବଣ୍ଟନ ବେଳେ ହାତାହାତି

Posted by - March 1, 2019 87
ବିଜୁ ଯୁବ ବାହିନୀକୁ ମାଗଣା ମୋବାଇଲ୍ ବାଣ୍ଟିବା ପାଇଁ ଆସିଥିଲା। କିନ୍ତୁ ମୋବାଇଲ କିଏ ପାଇବେ ତାକୁ ନେଇ ହାତାହାତି ହୋଇଥିଲେ ଦୁଇ ଗୋଷ୍ଠୀ। ସମାଧାନ ପାଇଁ…

ଲଞ୍ଚ୍‌ ହେଲା ‘ମୋ ସ୍କୁଲ୍‌’ ମୋବାଇଲ୍‌ ଆପ୍,ଚକୋଲେଟ ବାଣ୍ଟି ଶିଶୁଦିବସ ପାଳିଲେ ମୁଖ୍ୟମନ୍ତ୍ରୀ

Posted by - November 14, 2019 117
ଭୁବନେଶ୍ୱର: ‘ମୋ ସ୍କୁଲକୁ’ ପୂରିଛି ଦୁଇ ବର୍ଷ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ମୋ ସ୍କୁଲ୍‌’ ମୋବାଇଲ୍‌ ଆପ୍‌ ଉନ୍ମୋଚନ କରିଛନ୍ତି। ଲୋକସେବା ଭବନରେ…

ବିଜୁ ମହିଳା ,ଯୁବ,ଏବଂ ଛାତ୍ର ଜନତା ଦଳ ତରଫରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ

Posted by - November 23, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ରନ୍ଧନ ଗ୍ୟାସ ର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଯୁବ ଏବଂ ଛାତ୍ର ଜନତାଦଳ ପକ୍ଷରୁ ବାଲିଆପାଳ ବ୍ଲକ ରେ ଆଜି ବିକ୍ଷୋଭ…

ଲୋକପ୍ରିୟ ଓଡ଼ିଆ କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କର ପରଲୋକ

Posted by - June 19, 2021 0
ଭୁବନେଶ୍ୱର : ଲୋକପ୍ରିୟ ଓଡ଼ିଆ କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କର ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। କିଛିଦିନ…