Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ରାସ୍ତା ମଝିରେ ବସ୍‌କୁ ଅଟକାଇ ଠେଲିଲା, ଲୋକଙ୍କୁ ଆକ୍ରମଣ କଲା ଦନ୍ତା

92 0

ରାୟଗଡା: (ରମାକାନ୍ତ ପୋଡାଲ )ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସୀମା ନିକଟ ରାୟଗଡ଼ାରୁ ପାର୍ବତୀପୁରମକୁ ଯାତାୟାତ କରୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ (ଶ୍ରୀବିଜୟ ଦୁର୍ଗା)କୁ ଆଜି ଦିନ ପ୍ରାୟ ୧୨.୩୦ ମିନଟ ସମୟରେ ଏକ ଜଂଗଲୀ ହାତୀ ଅଟକାଇଛି। ପାର୍ବତୀପୁରମ ଠାରୁ ୫, କିମି ପୁର୍ବରୁ ଆର୍ଥମ ଗାଁ ନିକଟରେ ଥିବା କାଲିକୁଟା ଛକ ନିକଟରେ ରାସ୍ତା ମଝିରେ ଅଟକାଇ ଉପଦ୍ରବ କରୁଥିବା ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ମୁତାବକ ଉକ୍ତ ଅଞ୍ଚଳରେ ପନିପରିବା ତଥା କଦଳୀ ଚାଷ ବହୁଳ ଭାବରେ ହେଉଥିବା ବେଳେ ଏହି ଅଞ୍ଚଳରେ ଅନେକ ସମୟରେ ହାତୀ ଆତଙ୍କ ଦେଖିବାକୁ ମିଳୁଥିବା ସୂଚନା ମିଳୁଛି। ଜଙ୍ଗଲ ଯେଉଁଭଳି ଭାବରେ କଟାଯାଇ ପଦା କରାଯାଉଛି ଏବଂ ଜଂଗଲରେ ଖାଦ୍ୟାଭାବ ଦେଖାଦେବା ଯୋଗୁଁ ପ୍ରାୟତଃ ଜଂଗଲି ଜନ୍ତୁ ଗାଁ ମୁହାଁ ହେଉଛନ୍ତି। ଆନ୍ଧ୍ର-ଓଡିଶା ସୀମାନ୍ତରେ ଜଂଗଲ ରହିଥିବା ବେଳେ ହାତୀପଲ ବିଭିନ୍ନ ସମୟରେ ଓଡିଶାରୁ ଆନ୍ଧ୍ର ଏବଂ ଆନ୍ଧ୍ରରୁ ଓଡିଶା ମୁହାଁ ହୋଇଥାନ୍ତି। ଅର୍ଥମ ଗାଁ ନିକଟରେ ଜଂଗଲ ରହିଥିବା ଯୋଗୁଁ ବହୁ ସମୟରେ ଏହି ଗାଁକୁ ହାତୀମାନେ ଖାଦ୍ୟ ଅନ୍ବେଷଣରେ ଚାଲି ଆସନ୍ତି।

ଆଜି ସକାଳୁ ଏକ ଦନ୍ତା ଗାଁ ନିକଟରେ ବୁଲୁଥିବା ଲୋକେ ଦେଖିଥିଲେ। ପରେ ହାତୀଟି ଗାଁ ମୁଖ୍ୟ ଛକ ନିକଟକୁ ଆସି ରାସ୍ତା ଉପରେ ଉପଦ୍ରବ ମଚାଇଥିଲା। ରାୟଗଡା କଲ୍ୟାଣସିଂହପୁର ଠାରୁ ପାର୍ବତୀପୁରମ ଯାଉଥିବା ଏକ ଘରୋଇ ବସକୁ ଅଟକାଇ ନାହିଁ ନଥିବା ହଇରାଣ କରିଥିଲା। ଏପରିକି ହାତୀକୁ ଘଉଡାଇବାକୁ ଯିବା ବେଳେ କିଛି ଲୋକଙ୍କ ଉପରେ ହାତୀ ଆକ୍ରମଣ କରିଥିଲା। କିନ୍ତୁ କୌଣସି ଲୋକର କିଛି କ୍ଷତି ହୋଇନଥିବା ଦେଖିବାକୁ ମିଳିଛି। ବସରେ ବସିଥିବା ଲୋକେ ଭୟଭୀତ ହୋଇପଡ଼ିଥିଲେ।ବସ୍‌ଟି ହାତୀ ଠେଲିବାକୁ ଲାଗିଲା। ବସ୍‌ର ସମ୍ମୁଖରେ ଥିବା କାଚ ସଂପୂର୍ଣ୍ଣ ଭାଙ୍ଗିଯାଇଥିଲା। ଦୀର୍ଘ ସମୟ ଧରି ରାସ୍ତାରେ ଲୋକଙ୍କୁ ହଇରାଣ କରିବା ପରେ ବନ ବିଭାଗ ପହଞ୍ଚି ହାତୀକୁ ଘଉଡାଇବାକୁ ଚେଷ୍ଟା କରିଥିଲା। ତେବେ ଏହି ହାତୀ ଓଡିଶା ମୁହାଁ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ରାୟଗଡା ବନ ବିଭାଗ ଏଥିପ୍ରତି ସତର୍କ ରହିଥିବା ଜଣେ ଅଧିକାରୀ କହିଛନ୍ତି।

Related Post

ଦେଶର ଆଦର୍ଶ ବିଧାୟକ ମଧ୍ୟରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ସମ୍ମାନିତ

Posted by - June 27, 2023 0
ରାୟଗଡା :(ରମାକାନ୍ତ ପୋଡାଲ )MIT school of Government ଦ୍ଵାରା ଆୟୋଜିତ ତିନି ଦିନିଆ ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀ , ଭାରତ ମୁମ୍ୱାଇ ରେ ଅନୁଷ୍ଠିତ ହୋଇଥିଲା।…

୫ଦଫା ଦାବି ନେଇ ସମ୍ବଲପୁର ବନ୍ଦ ସଫଳ ଶିକ୍ଷାନୁଷ୍ଠାନ ଓ ଜରୁରୀକାଳୀନ ସେବାକୁ ବନ୍ଦରୁ ଦିଆଯାଇଛି ବାଦ

Posted by - November 24, 2022 0
ସମ୍ବଲପୁର :୨୩/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ବତନ୍ତ୍ର ରାଜ୍ୟ, ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା, ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ…

ଟିଟିଲାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀଙ୍କ ଦ୍ବାରା ବିଶ୍ଵ ପରିବେଶ ଦିବସ ପାଳିତ

Posted by - June 6, 2023 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ସୋମବାର ଦିନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଶ୍ଵ ପରିବେଶ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ…

ବିଶ୍ଵ ପିତୃ ଦିବସରେ ମଧ୍ୟ ବୃଦ୍ଧାଶ୍ରମ ରେ ଗୁମୁରି କାନ୍ଦୁଛି ହତଭାଗା ପିତା

Posted by - June 20, 2022 0
ଭୁବନେଶ୍ଵର (ବ୍ୟୁରୋ) : ଜୁନ ୧୯ ତାରିଖ ସମଗ୍ର ବିଶ୍ଵ ପାଳନ କରୁଛି ପିତୃ ଦିବସ ହେଲେ ଆଜିବି ଏମିତି କିଛି ହତଭାଗ୍ୟ ପିତା ଅଛନ୍ତି ଯେଉଁ…

ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା : ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲେ ପାଣିପାଗ ବିଭାଗ

Posted by - January 12, 2022 0
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ୧୭ ଟି ଜିଲ୍ଲାକୁ Yello ୱାର୍ଣିଁ…