Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଗ୍ରାମସଭା ର ପ୍ରସ୍ତାବକୁ ଉପେକ୍ଷା

76 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଗତ କିଛି ଦିନ ତଳେ ରାଜ୍ୟ ସରକାର “ଆମ ଓଡିଶା ନବୀନ ଓଡିଶା ” ନାମରେ ଏକ ନୂଆଁ ଯୋଜନା ଆରମ୍ଭ କରିଛନ୍ତି.ଏହି ଯୋଜନା ଅନୁସାରେ ରାଜ୍ୟର ପ୍ରତ୍ୟେକ ପଂଚାୟତ କୁ ପଚାଶ ଲକ୍ଷ ଲେଖାଏଁ ଟଙ୍କା ବରାଦ କରିଛନ୍ତି. ଏହି ଟଙ୍କାରେ ପଂଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାମ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି. ତେଵେ ଏ ସମ୍ବନ୍ଧରେ ଯୋଜନା ସବୁ ସିଧା ଲୋକଙ୍କ ଠାରୁ ତଥା ଲୋକ ପ୍ରତିନିଧି ମାନଙ୍କ ଠାରୁ ପ୍ରସ୍ତାବ ସଂଗ୍ରହ କରିବାକୁ ସରକାରୀ ନିର୍ଦେଶ ରହିଛି.

ତଦନୁସାରେ କିଛି ଦିନ ତଳେ ଧର୍ମଗଡ଼ ବ୍ଲକ ଜୟନ୍ତପୁର ପଂଚାୟତ ପାଇଁ ଏହି ଯୋଜନାରେ କାର୍ଯ୍ୟଖସଡ଼ା ତିଆରି କରାଯାଇଥିଲା. ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ, ନାଏବ ସରପଞ୍ଚ, ବିଧାୟକ, ପୂର୍ବତନ ବିଧାୟକ, ୱାର୍ଡ ସଭ୍ୟ ସଭ୍ୟା ତଥା ପଂଚାୟତ ବାସୀ ଙ୍କ ଉପସ୍ଥିତି ରେ ଗ୍ରାମ ସଭା ହୋଇ ସମସ୍ତଙ୍କ ସମ୍ମତି କ୍ରମେ ସରକାରୀ ନିର୍ଦେଶାବଳି ଅନୁସାରେ ପ୍ରକଳ୍ପ ସବୁ ଚୟନ କରା ଯାଇଥିଲା. ତେଵେ ଦୁଃଖର କଥା ଉକ୍ତ ଗ୍ରାମ ସଭାରେ ଜୟନ୍ତପୁର ଧର୍ଣ୍ଣିଗୁଡ଼ି ଓ ଅଲେଖ ମହିମା ମନ୍ଦିର ତିଆରି ପାଇଁ ସର୍ବାଗ୍ରେ ପ୍ରସ୍ତାବ ଥିବାବେଳେ ଅନୁମୋଦନ ତାଲିକାରେ ଏହି ଦୁଇ ପ୍ରସ୍ତାବ କୁ ସମ୍ପୂର୍ଣ୍ଣ କାଟି ଦିଆଯାଇଛି. ଅନ୍ୟ ପକ୍ଷରେ ପଂଚାୟତ ର କିଛି ବ୍ୟକ୍ତିଗତ ଦେବୀ ଗୁଡ଼ି କୁ ଅର୍ଥ ବରାଦ ହୋଇଛି.

ପ୍ରସ୍ତାବିତ ଧର୍ଣ୍ଣି ଗୁଡ଼ି ଗାଁ ପ୍ରତିଷ୍ଠା ସମୟରେ ହୋଇଥିଲା. ଅଲେଖ ମନ୍ଦିର ମଧ୍ୟ ପ୍ରାୟ ଶହେ ବର୍ଷ ତଳେ ନିର୍ମାଣ ହୋଇ ବର୍ତମାନ ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ରହିଛି. ଧର୍ଣ୍ଣି ଗୁଡ଼ିରେ ପଂଚାୟତ ବାସୀ ସମସ୍ତେ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ବିହନ ଛିନା ଯାତ୍ରା ପାଳନ କରୁଥିବା ବେଳେ ଅଲେଖ ମହିମା ମନ୍ଦିର ରେ ଏ ଅଂଚଳ ର ପ୍ରାୟ କୋଡିଏ ଖଣ୍ଡ ଗାଁର ଶହ ଶହ ମହିମା ଧର୍ମୀ ସାଧୁ ଭକ୍ତ ମାନେ ବିଭିନ୍ନ ପର୍ବ, ଜାଗ – ଯଜ୍ଞ ଆଦି କରିଥାନ୍ତି. ମନ୍ଦିର ଦୀର୍ଘ ଦିନ ହେଲା ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ରହିଥିବା ବେଳେ ଏହାର ନିର୍ମାଣ ପାଇଁ ବାରମ୍ବାର ଧର୍ମଗଡ଼ ବିଧାୟକ,ପୂର୍ବତନ ବିଧାୟକ ସାଂସଦ ଙ୍କୁ ଲିଖିତ ଅନୁରୋଧ କରାଯାଇଛି ହେଲେ ଏ ପର୍ଯ୍ୟନ୍ତ ଟଙ୍କାଟିଏ ମିଳିଲା ନାହିଁ

.ଗତ ନିର୍ବାଚନ ସମୟରେ ମଧ୍ୟ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ରେ ଅର୍ଥ ବରାଦ କରିବାକୁ ପ୍ରତିଶୃତି ଦେଇ ପ୍ରତିନଧି ମାନେ ଠକି ଦେଉଛନ୍ତି. ତେଣୁ ଏଥିରେ କ୍ଷୁବ୍ଧ ହୋଇ ଆଜି ଏହି ପଂଚାୟତ ର ପଂଚାୟତ ପ୍ରତିନିଧି,ଜନସାଧାରଣ, ମହିମା ଧର୍ମୀ ଭକ୍ତ ମାନେ ଏକ ରେଲିରେ ଆସି ଧର୍ମଗଡ଼ ବିଡ଼ିଓ ଙ୍କୁ ତୁରନ୍ତ ଏହି ଦୁଇ ମନ୍ଦିର କୁ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ସାମିଲ କରିବାକୁ ଦାବୀ କରିଥିଲେ. ଦାବୀ ପୂରଣ ନ ହେଲେ ଆସନ୍ତା ୧୧  ତାରିଖ ସୋମବାର ଦିନ ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବା ସହିତ ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହେବାକୁ ଚେତାବନୀ ଦେଇଥିଲେ.

ପୁନଶ୍ଚ ମହିମା ଭକ୍ତ ମାନେ ଉକ୍ତ ଅଲେଖ ମନ୍ଦିର ତିଆରି ପାଇଁ ସ୍ୱତନ୍ତ୍ର ଭାବେ ବିଡ଼ିଓ ଙ୍କ ଜରିଆରେ 5T ସଚିବ vk ପାଣ୍ଡିଆନ ଙ୍କୁ ଅର୍ଥ ବରାଦ କରିବାକୁ ଦାବିପତ୍ର ଦେଇଥିଲେ.ଉକ୍ତ କାର୍ଯ୍ୟକ୍ରମ ରେ ସରପଞ୍ଚ ଜୟନ୍ତୀ ବାଗ, ନାଏବ ସରପଞ୍ଚ ବାଳମତି ପୂଝରୀ, ସମିତି ସଭ୍ୟ ଥବିର ନାଗ, ୱାର୍ଡ ସଭ୍ୟ ମହେଶ୍ୱର ନାଏକ, ଭକ୍ତରାମ ମେହେର, ଜିତେନ୍ଦ୍ରିୟ ନାଏକ, ଲଲାଟ ନାଏକ, ହୀରାଜିତ ନାଏକ,, ଫଳତ ନାଏକ, ଚୈତନ୍ୟ ଦୁରିଆ, ତ୍ରିନାଥ ଭକ୍ତ, ବୈକୁଣ୍ଠ ଭକ୍ତ, ଯୁଧିଷ୍ଠିର ଭକ୍ତ ଦିଗାମ୍ବର ଦୁରିଆ ଆଦି ଯୋଗ ଦେଇଥିଲେ.

Related Post

କବି ସ୍ନେହଲତା ଦ୍ୱିବେଦୀ କୁଂ ନିର୍ଝରିଣୀ ସାହିତ୍ୟ ସଂସଦ ,କୁଡୁମୁଲୁଗୁମ୍ମା ତରଫରୁ ସମ୍ବର୍ଦ୍ଧନା

Posted by - February 15, 2022 0
କୁଡୁମୁଲୁଗୁମ୍ମା:(ଅବଦୁଲ ଗନି)କଟକ ମାଟି ର ସନ୍ତାନ ବରିଷ୍ଟ କବୀ ସ୍ନେହଲତା ଦ୍ୱିବେଦୀ କଂ ମାଲକାନଗିରି ଗ୍ରସ୍ତ ଅବସରରେ କୁଡୁମୁଲୁଗୁମ୍ମା ଡାର୍ୱିନ୍ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଏକ…

୧୧% ମହଙ୍ଗା ଭତ୍ତା ପାଇଁ ଦାବି କଲା ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ

Posted by - July 23, 2021 0
ନବରଙ୍ଗପୁର ୨୨/୭:(ବେଣୁ ଗୋପାଳ ରାଓ) ରାଜ୍ୟ ସରକାରୀ କର୍ମଚାରୀ ଙ୍କ ବର୍ଦ୍ଧିତ ୧୧% ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି ଓଡିଶା ରାଜସ୍ୱ ଅମଲା…

ଲରମ୍ଭା ମହାବିଦ୍ୟାଲୟରେ ସହିଦ ସି ଡି ଏସ ଲେପ୍ଟେନାଣ୍ଟ ଜେନେରାଲ ବିିପିନ ରାବତଙ୍କ ଉଦ୍ୟେଶ୍ୟରେ ଶୋକସଭା

Posted by - December 13, 2021 0
ବରଗଡ/ଅତାବିରା:ସାରା ଦେଶ ଭାରତର ସେନା ମୁଖ୍ୟ ସହିଦ ସି ଡି ଏସ ଲେପ୍ଟେନାଣ୍ଟ ଜେନେରାଲ ବିପିନ ରାବତଙ୍କ ପତ୍ନି ଏବଂ ଅନ୍ୟ ୧୩ ଜଣ ସହିଦ ଜବାନଙ୍କ…

ସ୍ବାଧୀନତା ସଂଗ୍ରାମୀଙ୍କ ଦେହାନ୍ତ

Posted by - January 7, 2022 0
ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ଶେଷ ସ୍ବାଧୀନତା ସଂଗ୍ରାମୀ ଙ୍କ ଆଜି ଦେହାନ୍ତ ହୋଇଛି।ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ଡଗରା ପଞ୍ଚାୟତର ଡଗରା ଗ୍ରାମର ସ୍ବାଧୀନତା…

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ କୋଭିଡ ୧୯ ଫଣ୍ଡକୁ ଅର୍ଥ ଦାନ

Posted by - April 25, 2020 6
ବଡ଼ବିଲ:(ସୀତାରାମ ଦୀକ୍ଷିତ) ଆଦିବାସୀ ବିକାଶ ସମିତି ଜେନେରାଲ ବଡି କମିଟି ତରଫରୁ ୫୦,୦୦୦ ହଜାର ଟଙ୍କା ଚେକ ପ୍ରଦାନ ।ବୈଷୟିକ ମହାମାରୀ କରୋନାର ଭୟାବହତା ସାରା ବିଶ୍ବକୁ…