ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ଜ଼ିଲ୍ଲା ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ଠାରେ ଜ଼ିଲ୍ଲା ସ୍ତରୀୟ ଆଇନ ସାକ୍ଷରତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଜ଼ିଲ୍ଲା ରେ ଥିବା ବିଦ୍ୟାଳୟ ସ୍ତରୀୟ ଆଇନ ସାକ୍ଷରତା କ୍ଲବ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l
ଏହି ଜ଼ିଲ୍ଲା ସ୍ତରୀୟ ଆଇନ ସାକ୍ଷରତା ଉତ୍ସବ ରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜ଼ିଲ୍ଲା ଜଜ ଶ୍ରୀ ରଶ୍ମି ମୋହନ ଆଚାର୍ଯ୍ୟ, ଜ଼ିଲ୍ଲା ମାଜିଷ୍ଟ୍ରେଟ ଏବଂ ଜ଼ିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ, ଅତିରିକ୍ତ ଜ଼ିଲ୍ଲା ଜଜ ଶ୍ରୀମତୀ ପୁର୍ଣିମା ଜେନା,ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ପ୍ରିୟ ରଞ୍ଜନ ବାରିକ, ବରିଷ୍ଠ ଦେୱାନୀ ଜଜ ଶ୍ରୀ ଅମିତାଭ ପଣ୍ଡା, ସିଭିଲ ରେଜିଷ୍ଟ୍ରାର ଶ୍ରୀମତୀ ସଦ୍ୟସ୍ନାତା ପଟି, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ବଦେଶନା ପଟ୍ଟନାୟକ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମିସ ମନସ୍ବିନୀ ମହାପାତ୍ର ଏବଂ ଉପ ଖଣ୍ଡିୟ ଆରକ୍ଷୀ ଅଧିକ୍ଷକ, ସୋନପୁର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ I
ଏହି ଉତ୍ସବ କୁ ଜ଼ିଲ୍ଲା ଆଇନସେବା ପ୍ରାଧିକରଣ, ସୁବର୍ଣ୍ଣପୁର ର ସଚିବ ମିସ କୁମୁଦିନୀ ମୁଦୁଲି ପରିଚାଳନା କରିଥିଲେ ଏଥିରେ ସୁବର୍ଣ୍ଣପୁର ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ର ଅର୍ଜୁନ ବେହେରା, ବିନ୍ଦୁସାର ମହାପାତ୍ର, ଗୌରୀ ଶଙ୍କର ପାଣିଗ୍ରାହୀ, କେଶବ ଗୁରୁ, ଜ୍ୟୋସ୍ନାରାଣୀ ବେହେରା, ସିଦ୍ଧାନ୍ତ କୁମାର ବାଘ, କମଲ ଲୋଚନ ବେହେରା, କାଁହୁ ଚରଣ ରଥ, ଅନାମ ସାହୁ, ବେଣୁଧର ମଲ୍ଲିକ ଏବଂ ରଞ୍ଜନ କୁମାର ଭୋଇ ପ୍ରମୁଖ ସହଯୋଗ କରି ଥିଲେ l