ଶିକାରୀର ବିଦ୍ୟୁତ୍ ଫାଶରେ ଚାଷୀ ; ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ; ଜଣେ ଶିକାରୀ ଗିରଫ

28 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ଚାଷୀ ଶିବରାମ ସ୍ୱାଇଁ (45) ଶିକାରୀ ବିଛାଇ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିବା ଅଭିଯୋଗ ଆଣିଛନ୍ତି ଶିବରାମଙ୍କ ପୁଅ ଶୁଭମ୍ I ଶୁଭମ୍ ଙ୍କ ଏତାଲା ପ୍ରକାରେ ଗତ ଶୁକ୍ରବାର ରାତି ନଅ ଘଣ୍ଟା ସମୟରେ ତାଙ୍କ ବାପା ଶିବରାମ ଏବଂ ଗାଙ୍ଗପୁର ଥାନା ଅନ୍ତର୍ଗତ କୁମୁଣ୍ଡି ଗ୍ରାମର ଶ୍ରୀକର ବିଷୋୟୀ ବିଞ୍ଝଗିରି ଶିବ ମନ୍ଦିର ନିକଟରେ ଥିବା ଜମିକୁ ପାଣି ମଡାଇବା ପାଇଁ ଯାଇଥିଲେ I

ସେମାନେ ଜମିରୁ ଫେରିବା ସମୟରେ ରାସ୍ତାରେ ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଶିବରାମ ଆସି ଗୁରୁତର ଆହତ ହୋଇଥିଲେ I ସେଠାରୁ ଶ୍ରୀକର ଏବଂ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଶିବରାମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଭଞ୍ଜନଗରରେ ଭର୍ତ୍ତି କରାଯାଇଥିଲା I କିନ୍ତୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ତାଙ୍କୁ ସେଠାରୁ ବ୍ରହ୍ମପୁର ଏବଂ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଦିଆଯାଇଥିଲା I ତେବେ ଶିବରାମ ଫେରିବା ରାସ୍ତାରେ କିଛି ବନ୍ୟଜନ୍ତୁ ଶିକାରୀ ବିଦ୍ୟୁତ୍ ତାର ବିଛାଇଥିବା ପୋଲିସ ଠାରୁ ଜଣାପଡିଛି ।

ଏନେଇ ଶୁଭମଙ୍କ ଏତାଲା ପ୍ରକାରେ ଗାଙ୍ଗପୁର ପୋଲିସ୍ 653/23 ରେ ଏକ ମାମଲା ରୁଜୁ କରି ବିଞ୍ଜିଗିରି ଗ୍ରାମର ଫକୀର ଗୌଡ଼ କୁ ଗିରଫ କରିବା ସହ ବିଦୂତ ତାର ଜବତ ଜରିଛି ଗାଙ୍ଗପୁର ପୋଲିସ । ଏହି ମାମଲାରେ ଆହୁରି 2/3 ଜଣ ସମ୍ପୃକ୍ତ ଥିବା ପୋଲିସ କହିଛି । ପ୍ରକାଶ ଥାଉକିକୁମୁଣ୍ଡି ବିଞ୍ଝଗିରି ଅଞ୍ଚଳରେ ବିଭିନ୍ନ ବନ୍ୟଜନ୍ତୁ ବିଚରଣ କରୁଥିବାରୁ ଶିକାରୀମାନେ ବହୁ ସମୟରେ ଏହି ଅଞ୍ଚଳରେ ବିଦ୍ୟୁତ୍ ତାର ବିଛାଇବାର ନଜିର ରହିଛି I ତେବେ ଶିକାରୀ ମାନଙ୍କର ଏହିଭଳି କାର୍ଯ୍ୟ ପାଇଁ ଅଞ୍ଚଳର ଚାଷୀମାନେ ଆଉ ନିଜକୁ ସୁରକ୍ଷିତ ମନେ କରୁନାହାଁନ୍ତି I ସଞ୍ଜ ନଇଁଲେ ଚାଷୀମାନେ ଜମିକୁ ଯିବାକୁ ଭୟ କରୁଛନ୍ତି I ତେଣୁ ଶିକାରୀଙ୍କ ରୋକିବା ଦିଗରେ ସ୍ଥାନୀୟ ବନ ବିଭାଗ,ପୋଲିସ୍ ଏବଂ ବିଦ୍ୟୁତ୍ ବିଭାଗ ମିଳିତ ପ୍ରୟାସ କରିବା ଉଚିତ୍ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି I

Related Post

ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Posted by - July 12, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟିର ସଭାପତି ଶ୍ରୀ ଶିବାଜି ମହାନ୍ତିଙ୍କ ସଭାପତିତ୍ବରେ ଟିଟିଲାଗଡ ନିକଟସ୍ଥ ପିପଲପଦର ଠାରେ ଥିବା ଶୁଭ…

ଦକ୍ଷିଣ ଷୌଣ୍ଡିକ ସମାଜର ମାଠାକୁରାଣୀଙ୍କ ପରିକ୍ରମା ରଥ କୁ ବାଲସିରେ ଭବ୍ୟ ସ୍ୱାଗତ

Posted by - March 27, 2023 0
କେସିଙ୍ଗା:(ପ୍ରିତେଶ ପଟେଲ)ଦକ୍ଷିଣ ଷୌଣ୍ଡିକ ସମାଜ କଳାହାଣ୍ଡି ଓ ଟିଟିଲାଗଡ଼ ଆନୁକୂଲ୍ୟରେ ହେବାକୁ ଥିବା ପଞ୍ଚମ ମହାସଭା ଆସନ୍ତା 07 ଏପ୍ରିଲ ରୁ 09 ଏପ୍ରିଲ କୋକସରା ବ୍ଲକ…

୫୭ ନଂ ଜାତୀୟ ରାଜପଥ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଯାତ୍ରୀବାହି ବସ ଓ ବୋଲେରୋ ପିକଅପ ମୁଁହା ମୁଁହି ଧକ୍କା

Posted by - May 18, 2023 0
ହରଭଙ୍ଗା :୧୭ /୦୫ (ଚିତ୍ତରଞ୍ଜନ ସିଂହ)ଖୋର୍ଦ୍ଧା -ବଲାଙ୍ଗୀର 57ନଂ ଜାତୀୟ ରାଜପଥ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା!ଦୁଇଜଣ ଗୁରୁତର!ସୂଚନା ଅନୁଯାଇ ଗତକାଲି ବିଳମ୍ବିତ ରାତ୍ରି 1ଘଣ୍ଟା ସମୟରେ…

ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୩ ମୃତ

Posted by - October 6, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ଜବଲପୁର ଗ୍ରାମରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଥିବା…

ବୌଦ୍ଧ ମହୋତ୍ସବ ଉପଲକ୍ଷେ ସ୍ମରଣିକା କମିଟି ବୈଠକ

Posted by - December 18, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ଗତକାଲି ଅପରାହ୍ନରେ ସଂଯୋଜକ ତଥା ଉପଜିଲ୍ଲାପାଳ, ବୌଦ୍ଧ ରବୀନ୍ଦ୍ରନାଥ କହଁର ଙ୍କ ଅଧକ୍ଷତା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ମରଣିକା କମିଟି ବୈଠକ…