ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦିନକୁ ଦିନ ଲୋକେ ଯେତେ ଉନ୍ନତି କରୁଛନ୍ତି ସେତିକି ସୁକୁମାରିୟା ଜିବନ ମଧ୍ଯ ଅତିବାହିତ କରୁଛନ୍ତି। ବିଭିନ୍ନ ପ୍ରକାର ରୋଗ ସଂକ୍ରମଣ ମଧ୍ୟ ବଢୁଛି, ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ସହର ଏବଂ ଆଖପାଖ ଅଞ୍ଚଳରେ ଥିବା କର୍କଟ ରୋଗୀ ତଥା ସନ୍ଦେହରେ ଥିବା ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନିମନ୍ତେ ଟିଟିଲାଗଡ ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା, ପ୍ରଗତି ଶାଖା ସହିତ ବାଲକୋ ମେଡିକାଲ ସେଣ୍ଟରର ମିଳିତ ଆନୁକୁଲ୍ୟରେ ଏକ ନିଶୁଳ୍କ କର୍କଟ ରୋଗ ପରୀକ୍ଷଣ ଶିବିର ସ୍ଥାନୀୟ ଡି ଏନ ରିସର୍ଟ ଠାରେ ଆୟୋଜିତ ହୋଇଯାଇଛି
ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ଜଳ ସମ୍ପଦ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଯୋଗଦେଇ ଏହି ଶିବିରର ଉଦ୍ଘାଟନ କରିଥିଲେ। ଏକ ଭେନ ସହ ବାଲକୋ ମେଡିକାଲ ସେଣ୍ଟରର ଅଭିଜ୍ଞ ଡାକ୍ତର ତଥା ଟେକ୍ନି ସିଆନ୍ ମାନେ ଆସି ଆସିଥିବା ଲୋକଙ୍କୁ ପରୀକ୍ଷଣ କରିଥିଲେ। ଯେଉଁ ମାନଙ୍କ ରୋଗ ଚିହ୍ନଟ ହୋଇଛି ତାଙ୍କୁ ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଇଛି।
ଏଥିରେ ଯିଏ ବିଜୁ ସ୍ୱାସ୍ଥ୍ୟ କାର୍ଡ ଧାରି ଥିବ ତାର ଚିକିତ୍ସା କରାଯିବ, ଯାହାର ନାହିଁ ଯଦି ସେମାନେ ବାଲକୋ ମେଡିକାଲ ସେଣ୍ଟରରେ ଚିକିତ୍ସିତ ହେବାକୁ ଚାଂହିବେ ତାହେଲେ ତାଙ୍କୁ ଟିଟିଲାଗଡ ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା ଲେଟର ପେଡ ରେ ଲେଖିକି ଦେଲେ ରୋଗୀଙ୍କୁ 10 ପ୍ରତିଶତ ରିହାତି ମିଳିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ସଭାପତି ଗୋପାଳ ଜୈନ ଙ୍କ ସଭାପତିତ୍ବରେ ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖାର ଅଙ୍କୁର ଅଗ୍ରୱାଲ, ଆରୁଷ ଶର୍ମା ସଂସ୍କାର ଅଗ୍ରୱାଲ, ରାହୁଲ ଜୈନ, ଭୂପେନ ଜୈନ, ଦିପେଶ ଜୈନଙ୍କ ସମେତ ମାରୱାଡ଼ି ପ୍ରଗତି ଶାଖାର ମହିଳା ସଦସ୍ୟ ଓ ଯୁବା ମଞ୍ଚର ସଦସ୍ୟ ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ।