Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିରର ଶୁଭ ଉଦଘାଟନ

21 0

ବୌଦ୍ଧ:୨/୯(ଚିତ୍ତ ରଞ୍ଜନ ସିଂ)ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସଂଶାଧନ ସଭ୍ୟ ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟଅତିଥି ଏବଂ ଅନ୍ୟାନ୍ୟ ଅତିଥିବୃନ୍ଦଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ଏବଂ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଅତିଥିମାନଙ୍କୁ ସ୍ଵାଗତ କରିବା ସହ, ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ଜ୍ଞାପନ ଏବଂ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବୌଦ୍ଧ, ନୃସିଂହ ଚରଣ ସ୍ଵାଇଁ ଏହି ପ୍ରଶିକ୍ଷଣ ଶିବିରର ମୂଲ ଉଦ୍ଦେଶ୍ୟ, ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ଉପକ୍ରମରେ ଆୟୋଜିତ ଜିଲ୍ଲା ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ କଳାକାରମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୁମିକା ରହିବ ବୋଲି ମତବ୍ୟକ୍ତ କରିବା ସହ ଏହି କାର୍ଯ୍ୟକ୍ରମର ମାର୍ଗଦର୍ଶିକା ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୌଦ୍ଧ ମହାପାତ୍ର କୁଲଦୀପ ମହାନ୍ତି ଏବଂ କଣ୍ଟାମାଲ କଳାକୃଷ୍ଣ ପ୍ରଧାନ, ତହସିଲଦାର ବୌଦ୍ଧ ପ୍ରୀତିବାଳା ରଣା, ବରିଷ୍ଠ ନାଟ୍ୟକାର କରୁଣାକର ଘଣ୍ଟୁଆଳ, ହରଭଙ୍ଗା ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି, ବାଞ୍ଛାନିଧି ପ୍ରଧାନ ଯୋଗଦେଇ ବକ୍ତବ୍ୟ ମାଧ୍ୟମରେ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।

ସଂସାଧନ କର୍ମୀ ଭାବେ ଜିଲ୍ଲା କଳା ସଂସ୍କୃତି ସଂଘ ର ଉପସଭାପତି ଦିବ୍ୟଶଙ୍କର ରାଉତ ଲୋକକଳା ପରିବେଷଣରେ ନାଟକୀୟତାର ଗୁରୁତ୍ଵ, ପ୍ରମୁଖ ଆଠଗୋଟି ଯୋଜନାର ରୂପରେଖ, ସୂଚନା, ଶିକ୍ଷା ଓ ସଂଚାର ଅଭିଯାନ କୁ ସଫଳ କରିବା ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସଂସାଧନ କର୍ମୀ ଭାବେ ସହକାରୀ ନିବନ୍ଧକ, ସମବାୟ ସମିତି ବୌଦ୍ଧ ଶ୍ରୀଯୁକ୍ତ ହାଡିବନ୍ଧୁ ମହାକୁଡ ଲୋକକଳା, ଲୋକ ସଂସ୍କୃତି ଓ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ତଥା ସଂସାଧନ ସଭ୍ୟ ସ୍ଵାଧୀନ କୁମାର ପରିଡା ସରକାରଙ୍କ ବିଭିନ୍ନ ଯୋଜନାଗୁଡିକୁ କବିତା ମାଧ୍ୟମରେ କଳାକାରମାନଙ୍କ ଦିଗଦର୍ଶନ କରିଥିଲେ ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଝାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ ସରକାରୀ ଯୋଜନା ବିଷୟରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଲ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା, ଜିଲ୍ଲା କ୍ରିଡା ଅଧିକାରୀ ପବିତ୍ର କୁମାର ରାଉତ, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର, ଡି.ପି.ସି ମିଶନଶକ୍ତି ରଶ୍ମୀରଞ୍ଜନ ସେଠୀ, ସ୍ୱାସ୍ଥ୍ୟ ବିଭାଗର ମୃତ୍ୟୁଞ୍ଜୟ ଭୁଜବଳ, ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ପଞ୍ଚାୟତ ସଂପ୍ରସାରଣ ଅଧିକାରୀ, ବରିଷ୍ଠ କଳାକାର, ସାହିତ୍ୟିକ, ନାଟ୍ୟକାର, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗାଦାନ କରି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ବସନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ, କାର୍ଯ୍ୟକ୍ରମର ସଂଯୋଜନା, ପାୱାରପଏଣ୍ଟ ମାଧ୍ୟମରେ ପାଲା, ଦାସକାଠିଆ ସମ୍ପର୍କିତ ଭିଡିଓ ପ୍ରଦର୍ଶନ କରିଥିଲେ । ମହାବୀର ଦାସକାଠିଆ ଦଳ ର ଗୃରୁ ସୌମିତ୍ରି ମାଟିଆ, କରୁଣାକର ବଗର୍ତ୍ତୀ ଦାସକାଠିଆ ପରିବେଷଣ କରିଥିଲେ । ଗୁରୁ ସମୀର ଭୋଇ ଓ ହୃଷୀକେଶ ମାଝୀ ତବଲା ବାଦନ କରିଥିଲେ । ରଘୁନାଥ ଗୌଡି ସମ୍ପ୍ରଦା ଦଳ, ଗୋବିନ୍ଦପୁର ର ଗୁରୁ ଘାସିରାମ ଝାଙ୍କର ଓ ସାଥି ସଙ୍କୀର୍ତ୍ତନ୍ୟ ପରିବେଷଣ, କଣ୍ଢେଇ କଳାକାର ରମାକାନ୍ତ ପ୍ରଧାନ ଓ କରୁଣାକର ବର୍ଗର୍ତ୍ତୀ ପ୍ଲା କାର୍ଡ ପ୍ରଦର୍ଶନ ପୂର୍ବକ ଅତିଥିଙ୍କୁ ସ୍ଵାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟ।ଳୟର କର୍ମଚାରୀ ମଣ୍ଟୁ ପାଣ୍ଡେ, ଅକ୍ଷୟ ମହାକୁଡ, ଜିତେନ୍ଦ୍ର ମହାନ୍ତୀ, ବୀରକିଶୋର କର୍ମୀ ସହଯୋଗ କରିଥିଲେ । ଆସନ୍ତାକାଲି ଏହି ତାଲିମ ଶିବିରର ଉଦଜ୍ଜାପନି ଉତ୍ସବ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

Related Post

କେସିଙ୍ଗା ପୋଲିସ ଜବତ କଲା ୫୬ ଲିଟର ୪୦୦ଏମେଳ ଚୋରା ବିଦେଶୀ ମଦ

Posted by - February 21, 2022 0
କେସିଙ୍ଗା:(ପିତେଶ ପଟେଲ)ନିର୍ବାଚନ ମାହୋଲ ପୁରାପୁରି ଗରମ।ଆସନ୍ତା ୨୪ ତାରିଖ ଭୋଟ ଗ୍ରହଣ ।ଏହି ସମୟ ରେ କେସିଙ୍ଗା ଥାନା କେସିଙ୍ଗା -ଟିଟିଲାଗଡ଼ ରାସ୍ତା ତେଲନଦୀ ନିକଟରୁ ଏକ…

ବ୍ରାହ୍ମଣୀ ଗାଁ ରେ ହାତୀ ଆତଙ୍କ ଭାଙ୍ଗିଲା ଦୁଇ ଘର , ଫସଲ ନଷ୍ଟ

Posted by - September 8, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ବ୍ରାହ୍ମଣୀ ଗାଁ ରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଗନ୍ଧମାର୍ଦ୍ଦନ ପାହାଡ଼…

ପାଠୀ ସାରଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Posted by - June 1, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟର ଜନ ପ୍ରିୟ ଅଧକ୍ଷ ମନୋଜ କୁମାର ପାଠୀ ଦୀର୍ଘ 38 ବର୍ଷ ପରେ ଚାକିରୀରୁ ଅବସର ନେଇଛନ୍ତି. ସେ…

ଯାଜପୁର ରେ ସାମୁହିକ ବ୍ରତୋପନୟନ ସେବା

Posted by - March 24, 2019 0
ଯାଜପୁର:୨୪/03(ଆନନ୍ଦ ଚନ୍ଦ୍ର ସାହୁ ) ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିରଜା ମଣ୍ଡଳ ବିଦ୍ୱତ୍ ପରିଷଦ ପକ୍ଷରୁ ଦ୍ୱାଦଶ ବର୍ଷିକ ସାମୁହିକ ବ୍ରତୋପନୟନ ସେବା ଅନୁଷ୍ଠିତ ହୋଇଯାଇଛି…