ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ତିନିଦିନିଆ ରାଜ୍ୟ ସ୍ତରୀୟ ଯୁବ ଶିବିର ଉଦଘାଟିତ

15 0

ବୌଦ୍ଧ:୦୨ /୦୯ (ଚିତ୍ତ ରଞ୍ଜନ ସିଂ).ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ତୋଫାନପରି ଫାଉଣ୍ଡେସନ ଓ ଜାତୀୟ ଯୁବ ପ୍ରକଳ୍ପ ଓଡିଶା ର ମିଳିତ ଆନୁକୂଲ୍ୟରେ ବିକଶିତ ଓଡିଶା ୨୦୪୭  ରେ ବିକଶିତ ଭାରତ ଶୀର୍ଷକରେ ଯୁବକଙ୍କ ଭୂମିକା ସମ୍ପର୍କରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଯୁବ ଶିବିର ଉଦ୍ଘାଟିତ ହୋଇଯାଇଛି ।।

ଏହି ଅବସରରେ ତୋଫାନପରି ଫାଉଣ୍ଡେସନ ସଭାପତି ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିର ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ, ପଞ୍ଚାୟତ ରାଜ ପାନୀୟଜଳ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ଶିବିରକୁ ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବି ମା ଭୈରବୀ ଙ୍କ ନିକଟରେ ପୁଷ୍ପ ମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଟିକୁ ଉଦ୍ଘାଟନ କରିଥିଲେ ଓ ଅlଗାମୀ ଦିନରେ ଯୁବପିଢ଼ି ଙ୍କ ଭୂମିକା ଓଡିଶା ବିକାଶ ଦିଗରେ ଏକ ଯୁଗାନ୍ତକାରୀ ଅଧ୍ୟାୟ ସୃଷ୍ଟି କରିବl ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ!

ଉକ୍ତ କାର୍ଯ୍ୟକ୍ରମ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଙ୍କ ସମେତ ଅନ୍ୟତମ ଅତିଥି ଭାବେ ଭୈରବୀ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ଼ ରମେଶ ଚନ୍ଦ୍ର ତାରେଣିଆ,ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୋମ ଭାଇ ,ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ଅଧ୍ୟାପକ ତଥା ଯୁବ ରେଡ଼କ୍ରୋସ ଜିଲ୍ଲା ସମ୍ପାଦକ ଡ଼ ପ୍ରବୀର କୁମାର ଦାସ,ତୋଫାନପରି ଫାଉଣ୍ଡେସନର ଉପଦେଷ୍ଟା ମନୋଜ ପ୍ରଧାନ ପ୍ରମୁଖ ମଂଚାସିଂନ ଥିଲେ ।

ଫାଉଣ୍ଡେସନର ସମ୍ପାଦକ ତୋଫାନ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏଥିରେ ରାଜ୍ୟର 30ଟି ଜିଲ୍ଲାର ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ ଶେଷରେ ଅସମାନ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ!ଏହି କାର୍ଯ୍ୟକ୍ରମ ଆଜି ଶନିବାର ଠାରୁ ସୋମବାର ଦିନ ପର୍ଯ୍ୟନ୍ତ ଚାଲୁରହିବ ବୋଲି ତୋଫାନ ପରି ଫାଉଣ୍ଡେସନ ସମ୍ପାଦକ ତୋଫାନ ପରିଡା ସୂଚନା ଦେଇଛନ୍ତି!

Related Post

ଟିଟିଲାଗଡ ହେଲୋ କିଡସ ପ୍ଲେ ସ୍କୁଲର ଛାତ୍ରଛାତ୍ରୀ ବୁଲିଲେ ମାଉସୀ ମା ମନ୍ଦିର ଏବଂ ଦେଖିଲେ ରଥ

Posted by - July 7, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଜୁଲାଇ ମାସରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ରଥଯାତ୍ରାର ସଂସ୍କୃତି ଏବଂ ପରମ୍ପରା ବିଷୟରେ କୁନି ପିଲା ମାନଙ୍କୁ ସମ୍ୟକ…

ସଟ ଡାଉନ ସ୍ଥିତିର ସମୀକ୍ଷା ପାଇଁ ଯାଜପୁରରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ

Posted by - April 24, 2020 9
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ସଟ ଡାଉନ ସ୍ଥିତିର ସମୀକ୍ଷା ପାଇଁ ଯାଜପୁର ଜିଲା ଗସ୍ତ ରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ । ଜିଲ୍ଲାର ବିରାଜାପୁର…

ଯାଜପୁର ଜିଲ୍ଲାରେ ଅଭିନବ ପ୍ରତିବାଦ

Posted by - December 18, 2019 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଜାତୀୟ ରାଜପଥ ମରାମତି ଦାବିରେ ଅଭିନବ ଉପାୟରେ ପ୍ରତିବାଦ। ହେଲମେଟ୍ ନାଇ ରାସ୍ତା ଉପରେ ଶୋଇ ରାସ୍ତା ମରାମତି ଦାବି କଲେ ସ୍ଥାନୀୟ…

ଫୁଟବଲ ଖେଳ ହେଲା କାଳ,ଖେଳୁଥିବା ବେଳେ ଖେଳାଳି ଙ୍କ ମୃତ୍ୟୁ

Posted by - August 23, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ଫୁଟବଲ ଖେଳ ହେଲା କାଳ l ଏପରି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଗଇଲମରା ଗାଁରେ l ଫୁଟବଲ…

ପୁରୁଣାକଟକ ଜାତୀୟ ରାଜପଥ ପାର୍ଶ୍ଵ ରେ ଥିବା ଗୋଚର ଜମିରୁ ମୂଲ୍ୟବାନ ଗଛ କାଟିଲେ ଦୁର୍ବୁତ୍ତ

Posted by - June 9, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ପୁରୁଣା କଟକ ସ୍ଥିତ ଜାତୀୟ ରାଜପଥ ପାର୍ଶ୍ଵ ରେ ଥିବା ଗୋଚର ଜମିରୁ ମୂଲ୍ୟବାନ ଗଛ କାଟି କିଛି ଦୁର୍ବୁତ୍ତ…