Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

କେସିଙ୍ଗା ଏନ୍ ଏ ସି ରେ ସ୍ୱାୟତ୍ତ ଶାସନ ଦିବସ ପାଳନ

28 0

କେସିଙ୍ଗା:(ପ୍ରୀଟେଶ ପଟେଲ୍ ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି ପାଖ କଲ୍ୟାଣ ମଣ୍ଡପ ରେ ମହା ଆଡ଼ମ୍ବରରେ ସ୍ୱାୟତ୍ତ ଶାସନ ଦିବସ ପାଳନ ହୋଇ ଯାଇଛି।ଗୁରୁବାର ଭୋର ୪ଟା ରୁ ରାମଧୁନ କରାଯାଇଥିବା ବେଳେ ୭.୩୦ ମିନିଟ ସମୟରେ ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ନଗର ପାଳ ଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇ ଥିଲା।

ସେହିପରି ପ୍ରାୟ ୮ ଟା ବେଳେ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ମାନେ ଓ ପରିଷଦ କର୍ମଚାରୀ ମାନେ ସମସ୍ତ କାଉନସିଲର, ନଗର ପାଳ, ଉପ ନଗରପାଳ ଙ୍କ ସହିତ ମାନ୍ୟବର ରାଜ୍ୟ ସଭା ସଦସ୍ୟ ସୁଜିତ ସେଠ୍ ମଧ୍ୟ ଯୋଗ ଦେଇ ନଗର ପରିକ୍ରମା କରି ସଫେଇ ସଚେତନତା ବିଷୟ ରେ ଜନସାଧାରଣ ଙ୍କୁ ସଚେତନ କରାଇ ଥିଲେ।ପରେ ଦିନ ୧୦ ଟା ସମୟରେ କେସିଙ୍ଗା ଏନ୍ ଏ ସି ତରଫରୁ ନବ ନିର୍ମିତ ଆହାର କେନ୍ଦ୍ର ର ରୋଷେଇଶାଲା ୱାର୍ଡ଼ ନ 11ଓ କେସିଙ୍ଗା ମିନିଷ୍ଟାଡ଼ିଅମ୍ ରେ ଖୋଲାମୁକ୍ତ ବ୍ୟାୟାମଶାଲା ଉଦ୍ଘାଟନ କରାଯାଇ ଥିଲା।

ତା ପରେ ପରେ ଏକ ସାଧାରଣ ସଭା ଆୟୋଜନ ହୋଇ ଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗଦାନ କରି କେସିଙ୍ଗା ଏନ୍ ଏ ସି ର ପ୍ରଗତି ଉପରେ ଆଲୋକପାତ କରିଥିଲେ ପରେ କେସିଙ୍ଗା ନଗର ପାଳ ନୃପ ରାଜ ଯାଦବ ତାଙ୍କ ଭାଷଣରେ ସରକାର ଙ୍କ ଦ୍ଵାରା ହେଉଥିବା ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଉପରେ ଆଲୋକପାତ କରି ସମସ୍ତ ଜନସାଧାରଣ ଙ୍କୁ ସରକାରୀ ଲାଭ ଉଠାଇବା ପାଇଁ ଅନୁରୋଧ କରିଥିଲେ।ଏଥିରେ ଅନ୍ୟ ତମ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ କେସିଙ୍ଗା ପଞ୍ଚାୟତ ସମିତି ଅଧକ୍ଷ ଚନ୍ଦନ ସେନାପତି ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଉପନଗର୍ ପାଳ ସରସ୍ଵତୀ ସାହା କାର୍ଯ୍ୟନିର୍ବାହୀ ଅଧିକାରୀ କିରଣ ବେହେରା ସମସ୍ତ ୱାର୍ଡ କାଉନସିଲର ଙ୍କ ସମେତ ପରିଷଦ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

 

Related Post

ଏସ.ବି ଆଇ ଲିଡ୍ ବ୍ୟାଙ୍କ ପକ୍ଷରୁ ଋଣ ସଂପ୍ରସାରଣ କାର୍ଯ୍ୟକ୍ରମ

Posted by - October 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଏସ.ବି ଆଇ ଲିଡ୍ ବ୍ୟାଙ୍କ ପକ୍ଷରୁ ଋଣ ସଂପ୍ରସାରଣ କାର୍ଯ୍ୟକ୍ରମ ବା କ୍ରେଡିଟ୍…

ମା ବୁଢିବାସୁଳାଇ ନାଟ୍ୟସାଂସଦ ତରଫରୁ ଆଶହାୟା ଲୋକମାନଙ୍କୁ ଖାଦ୍ୟ ବଣ୍ଟନ

Posted by - April 1, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) କୋରୋନା ମହାମାରୀ ପାଇଁ ବର୍ତ୍ତମାନ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଆମ ଦେଶରେ ଚାଲିଛି ଏକୋଇଶ ଦିନିଆ ଲକଡାଉନ । ଏହି…

ଦାଦନ ଚାଲାଣ ବେଳେ ପୋଲିସର ଚଢ଼ଉ , ୩୬ ଦାଦନ ଶ୍ରମିକ ଉଦ୍ଧାର ,ଦାଦନ ସରଦାର ଗିରଫ

Posted by - October 13, 2022 0
ପାଟଣାଗଡ : (ତାପସ ରଞ୍ଜନ ବେହେରା ) ପାଟଣାଗଡ ଉପଖଣ୍ଡ ଲାଠୋର ଥାନା ଅନ୍ତର୍ଗତ ଲାନ୍ଥ ନଦୀ ନିକଟରେ ଦାଦନ ଚାଲାଣ ହେଉଥିବା ସମୟରେ ୩୬ ଜଣ…

ଜରପଡା ଡିଗ୍ରୀ ମହାବିଦ୍ୟାଳୟ ପରିଚାଳନା ପରିଷଦ ବୈଠକ

Posted by - September 26, 2019 427
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡା ପତିତପାବନ ଡିଗ୍ରୀ ମହାବିଦ୍ୟାଳୟ ପରିଚାଳନା ପରିଷଦ ବୈଠକ ମଙ୍ଗଳବାର ଦିନ ୧୧ଟା ବେଳେ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟ ପରିଚାଳନା…