ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୈାରପରିଷଦ ଓ ବିନିକା,ତରଭା ବିଜ୍ଞାପିତ ଅଚଂଳ ପରିଷଦରେ ଆଜି ଆଖିଳ ଭାରତ ସ୍ୱାୟତ ସାଶନ ଦିବସ ପାଳିତ ହୋଇଯାଇଛି । ଆଜି ସକାଳୁ ସୋନପୁର ପୈାରପରିଷଦର ଅଧକ୍ଷା ଓ ନିର୍ବାଚିତ କାଉନସିଲର ମାନଙ୍କ ସହିତ ପ୍ରଥମେ ସୋନପୁର ସହରରେ ଥିବା ବିଜୁ ପଟ୍ଟନାୟକଙ୍କ ଓ ଅନ୍ୟ ମହାପୁରୁଷ ମାନଙ୍କ ପ୍ରତିମୃର୍ତୀରେ ପୁଷ୍ପମାଲ୍ୟ ଅର୍ରପଣ କରିଥିଲେ । ପରେ ପୈାରପରିଷଦ କାର୍ଯ୍ୟଳୟ ଠାରେ ପତାକା ଉତଳନ କରିଥିଲେ ।
ଆଜି ସ୍ୱାୟତ ସାଶନ ଦିବସ ଆବସରରେ ସୋନପୁର ସହରର ବିଭିନ୍ନ ସାହି ମାନଙ୍କରେ ନୂତନ ପ୍ରକଳ୍ପ ମାନଙ୍କର ଉଦଘାଟନ ମଧ୍ୟ କରିଥିଲେ । ପରେ ସହରର ନୂତନ ଟାଉନ ହଲ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ।
ଏହି ସଭାରେ ମୁଖ୍ୟ ଆତିଥି ଭାବରେ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟଣ ମନ୍ତ୍ରୀ ନିରଞନ ପୂଝାରୀ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କଥା କୁ ମେନେ ପକାଇ ସୋନପୁର କୁ ସୁବର୍ଣ୍ଣପୁର ଜିଲ୍ଲା କରିଥିଲେ ଓ ଆଗାମି ଦିନରେ ସୁବର୍ଣ୍ଣପୁର କରିବାର ଦାୟୀତ୍ୱ ଜନସାଧାରଣଙ୍କୁ ଦେଇଥିଲେ ।
ତାହାକୁ କାର୍ଯ୍ୟରେ ସୋନପୁର ପୈାରପରିଷଦ ବିଭିନ୍ନ ଉନ୍ନୟନ ମୂଳକ କାମ କରି ପ୍ରତିପାଦନ କରୁଛି ବୋଲି କହିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସୋନପୁର ଜିଲ୍ଲାପାଲ, ପୈାରପରିଷଦ ଅଧକ୍ଷା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇ ଆଗାମି ଦିନରେ ସୋନପୁର ପୈାରପରିଷଦ ର ଲୋକେ ସହଯୋଗ କଲେ ସୋନପୁର ସୁବର୍ଣ୍ଣପୁର ହେବ ବୋଲି ମତ ଦେଇଥିଲେ ।