ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ପ୍ରଥମ ଓପୋଲଫେଡ଼ ଚିକେନ ଫ୍ରେସ ବିକ୍ରୟ କେନ୍ଦ୍ର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି l ଉକ୍ତ ଉଦଘାଟନୀ ଉତ୍ସବ ଅବସରରେ ଅତିଥି ଭାବେ ସଭାପତି ଓପୋଲଫେଡ଼ ଶ୍ରୀ ଉଲେଶ୍ୱର ସ୍ୱାଇଁ, ଜିଲ୍ଲାପାଳ ଶ୍ରୀ ଵିମଳେନ୍ଦୁ ରାୟ, ସୋନପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ତାମସୀ ତମସ୍ମିତା ନାୟକ, ଓପୋଲଫେଡ଼ ବିପ୍ପଣ ଅଧିକାରୀ ଶ୍ରୀ ରତ୍ନାକର ରାଉତ, ଶ୍ରୀ ତରଣୀ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ l
ଏହି ଓପୋଲଫେଡ଼ ଚିକେନ ବିକ୍ରୟ କେନ୍ଦ୍ର ରେ ଦୈନିକ ୨ ହଜାର କୁକୁଡ଼ା ର ବୈଜ୍ଞାନିକ ପଦ୍ଧତିରେ ପ୍ରକିୟାକରଣ କରାଯାଇ ପାରିବ l ଏହା ଫଳରେ ଜିଲ୍ଲାର ଖାଉଟି ମାନେ ସ୍ୱଳ୍ପ ସମୟରେ ରକ୍ତ ଛିଟା ବିହୀନ ସୁସ୍ୱାଦୁ କୁକୁଡ଼ା ମାଂସ ଓ ଅଣ୍ଡା ପାଇପାରିବେ l ଏହି ଚିକେନ ଫ୍ରେସ ବିକ୍ରୟ କେନ୍ଦ୍ର ମାଧ୍ୟମରେ ସୋନପୁର ସହରର ନିକଟବର୍ତ୍ତି କ୍ଷୁଦ୍ର ଓ ମଧ୍ୟବିତ୍ତ କୁକୁଡ଼ା ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠି ମାନେ ସେମାନଙ୍କ କେନ୍ଦ୍ର ଦ୍ୱାରା ଉତ୍ପାଦିତ ଅଣ୍ଡା ଓ କୁକୁଡ଼ା ଗୁଡିକୁ ଉଚିତ ମୂଲ୍ୟରେ ବିକ୍ରୀବଟା କରି ପାରିବେ ବୋଲି ବିପ୍ପଣ ଅଧିକାରୀ ଓପୋଲଫେଡ଼ ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି l