ଟିଟିଲାଗଡ ସାହିତ୍ୟ ସଂସ୍କୃତି ପକ୍ଷରୁ ସ୍ୱାଭିବକବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

20 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ ସହରର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ସାହିତ୍ୟ ସଂସ୍କୁତି ପକ୍ଷରୁ ସ୍ଵଭାଵକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି | ସକାଳେ ଗଙ୍ଗାଧରଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା | ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ଡ଼ ଛାୟାକାନ୍ତ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସାରସ୍ୱତ ସଭା କାର୍ଯ୍ୟକ୍ରମରେ ଗ୍ରାଫଇଟ ଇଣ୍ଡିଆ ଲିମିଟେଡ଼, ପାଓମେକ୍ସ ଷ୍ଟିଲ ଡିଭିଜନର ସହକାରୀ ପ୍ରବନ୍ଧକ ଡ଼ ସରୋଜ କୁମାର ନାୟକ ମୁଖ୍ୟ ଅତିଥି ଏବଂ ମଦନପୁର – ରାମପୁରର ବିଶିଷ୍ଟ ସାହିତ୍ୟିକ ପଦ୍ମ ଲୋଚନ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ |

ନିଜ ଗୁଣ ଏବଂ ବ୍ୟକ୍ତିତ୍ୱ ପାଇଁ ଗଙ୍ଗାଧର ମେହେର ସବୁଠାରୁ ଅଧିକ ପୂଜ୍ୟ ପୂଜାର ସମ୍ମାନ ପାଉଥିବା କବି ବୋଲି ବକ୍ତାମାନେ ମତ ଦେଇଥିଲେ | ଅନୁଷ୍ଠାନର ସମ୍ପାଦକ ସତ୍ୟବ୍ରତ ପଣ୍ଡା ସମ୍ପାଦକୀୟ ଭାଷଣ ପ୍ରଦାନ କରିଥିଲେ | ଉମେଶ ଚନ୍ଦ୍ର ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ଜଗନ୍ନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ | ବରିଷ୍ଠ ସଦସ୍ୟ ରାଜୀବ ଲୋଚନ ପାଢ଼ୀ ସ୍ୱାଗତ ସମ୍ଭାଷଣ ଦେଇଥିଲେ | ଏହି ଅବସରରେ ସେବକ ଚରଣ ଦାଶଙ୍କ ପୁସ୍ତକ ସିଲି ଉନ୍ମୋଚନ ହୋଇଥିଲା | ଏହି ପୁସ୍ତକର ସମୀକ୍ଷା ଜ୍ୟୋତି ପ୍ରକାଶ ଗଡ଼ତ୍ୟା କରିଥିଲେ | ଅନୁଷ୍ଠାନର ସଦସ୍ୟ ପ୍ରମୋଦ ପାଲ, ବ୍ରହ୍ମାନନ୍ଦ ପୁହାଣ, ଅନିରୁଦ୍ଧ ସାହୁ, ଶର୍ମିଷ୍ଠା ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ |

Related Post

ବଡ଼ବିଲ: ୨୮ ପ୍ରବାସୀଙ୍କ ପଡୋଶୀ ରାଜ୍ୟ ଝାରଖଣ୍ଡ ପ୍ରଶାସନ ସହାୟତାରେ ଘର ବାହୁଡା।

Posted by - May 7, 2020 0
ବଡବିଲ:(ସୀତାରାମ ଦୀକ୍ଷିତ) କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ଵ ଥରହର ହେଉଥିବା ବେଳେ ଆମ ଦେଶରେ ମଧ୍ୟ ଏହାର ପ୍ରକୋପ ବୃଦ୍ଧି ହେବାରେ ଲାଗିଛି ଏବଂ ଆମ…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଉପଲକ୍ଷେ ୧୪ ରୁ ୨୦ ତାରିଖ ପଯ୍ୟନ୍ତ ସେବା ସପ୍ତାହ ରୂପେ ପାଳନ

Posted by - September 18, 2020 0
ଯାଜପୁର ଅଫିସ :ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିବସ କୁ ୧୪ ରୁ ୨୦ ତାରିଖ ପଯ୍ୟନ୍ତ ସେବା ସପ୍ତାହ ରୂପେ ପାଳନ କରାଯାଇଛି । …

ନେହେରୁ ଯୁବ କେନ୍ଦ୍ରର ଗ୍ରାମ୍ୟ କ୍ଳଷ୍ଟର ସ୍ତରୀୟ ସ୍ପୋର୍ଟସ ମିଟ

Posted by - December 22, 2022 0
ବୌଦ୍ଧ (ଚିତ୍ତରଞ୍ଜନ ସିଂ): ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଜୟ ମାଁ ଦୁର୍ଗା ଯୁବକ ସଙ୍ଘର…

ଗୀତା ଜାଗରଣ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉସô୍ବ

Posted by - November 15, 2019 59
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବୈତରଣୀ ନଦୀ ଦଶ୍ୱାମେଧ ଘାଟଠାରେ ଗୀତା ଜାଗରଣ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉସô୍ବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ଯାଜପୁର…