Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବିଦ୍ୟୁତ୍ ବିଭାଗ ଟାଟା କମ୍ପାନୀ ହାତକୁ ଯିବାପରେ ବଢ଼ିଛି ଉପଭୋକ୍ତାଙ୍କ ଦୂର୍ଦ୍ଦଶା ; ବିଲ୍ ଆଦାୟ ନାମରେ ଚାଲିଛି ଉପଭୋକ୍ତା ଶୋଷଣ

39 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବିଦ୍ୟୁତ୍ ଉପଭୋକ୍ତାଙ୍କର ଆଶା ଥିଲା ବିଦ୍ୟୁତ୍ ବିଭାଗକୁ ଟାଟା ଭଳି ଏକ ନାମିଦାମୀ କମ୍ପାନୀ ନେବାପରେ ଉପଭୋକ୍ତାଙ୍କ ସୁବିଧା ପାଇଁ ବିଦ୍ୟୁତ୍ ବିଭାଗରେ ଏକ ବିରାଟ ପରିବର୍ତ୍ତନ ହେବ I କିନ୍ତୁ ଉପଭୋକ୍ତାଙ୍କର ସ୍ଵପ୍ନ ସ୍ଵପ୍ନରେ ହିଁ ରହିଗଲା I ଟାଟା କମ୍ପାନୀ ହାତକୁ ଯିବାପରେ ବିଦ୍ୟୁତ୍ ବିଭାଗରେ ପରିବର୍ତ୍ତନ ଘଟିଛି ସତ କିନ୍ତୁ ତାହା ଉପଭୋକ୍ତାଙ୍କର ସୁବିଧା ପାଇଁ ନୁହେଁ, ଏହି ପରିବର୍ତ୍ତନ କେବଳ ଉପଭୋକ୍ତାଙ୍କୁ ଶୋଷଣ କରିବାକୁ ହୋଇଛି ବୋଲି ଅଭିଯୋଗ ହେଉଛି I

ବିଶେଷ କରି ବିଦ୍ୟୁତ୍ ବିଭାଗ ଟାଟା କମ୍ପାନୀ ହାତକୁ ଯିବା ପରେ ବିଦ୍ୟୁତ୍ ଦେୟ ଅସ୍ୱାଭାବିକ ଭାବେ ବଢିଛି I ପୂର୍ବରୁ ଯେଉଁ ଉପଭୋକ୍ତାଙ୍କର ମାସିକ ବିଦ୍ୟୁତ୍ ବିଲ୍ ୩୦୦  ଟଙ୍କା ଆସୁଥିଲା ବର୍ତ୍ତମାନ ସେହି ଉପଭୋକ୍ତାଙ୍କର ବିଲ୍ ୧୦୦୦  ରୁ ୧୨୦୦  ଟଙ୍କା ପର୍ଯ୍ୟନ୍ତ ଆସୁଛି I ଯେଉଁମାନଙ୍କର ବିଲ୍ ୫୦୦  ରୁ ୬୦୦  ଟଙ୍କା ପର୍ଯ୍ୟନ୍ତ ଆସୁଥିଲା ବର୍ତ୍ତମାନ ସମୟରେ ସେହି ଉପଭୋକ୍ତାଙ୍କର ମାସିକ ବିଲ୍ ୨୦୦୦  ଟଙ୍କା ପର୍ଯ୍ୟନ୍ତ ଆସୁଛି I

ବିଶେଷ କରି ପୁରୁଣା ମିଟର୍ ଲାଗିଥିବା ଉପଭୋକ୍ତାଙ୍କର ବିଲ୍ ଅପେକ୍ଷାକୃତ କମ୍ ଆସୁଥିବା ବେଳେ ଟାଟା କମ୍ପାନି ଲଗାଇଥିବା ମିଟର୍ ଗୁଡ଼ିକରେ ପ୍ରାୟ ତିନି ଗୁଣା ଅଧିକ ବିଲ୍ ଆସୁଛି I ତେଣୁ ଉପଭୋକ୍ତାଙ୍କର ଟାଟା କମ୍ପାନି ଲଗାଇଥିବା ମିଟର୍ ଉପରେ ସନ୍ଦେହ ବଢ଼ିବାକୁ ଲାଗିଲାଣି I ଉପଭୋକ୍ତାଙ୍କର ଅଭିଯୋଗ ଯେ ଏହି ମିଟର୍ ଦ୍ୱାରା ଟାଟା କମ୍ପାନି ବିଧିବଦ୍ଧ ଭାବେ ଦିନ ଦ୍ୱିପ୍ରହରେ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ସେମାନଙ୍କୁ ଲୁଟିବାରେ ଲାଗିଛି I

ତେଣୁ ସରକାରୀ ସ୍ତରରେ ଏହି ମିଟର୍ ଗୁଡ଼ିକର ଉଚ୍ଚ ସ୍ତରୀୟ ସିଏଜି ଯାଞ୍ଚ୍ କରାଯିବା ସହିତ ବୈଷୟିକ ବିଭାଗ ଦ୍ୱାରା ଏହାର ପରୀକ୍ଷା ନୀରିକ୍ଷା କରାଯାଇ ଉପଭୋକ୍ତାଙ୍କ ଘରେ ଲଗାଯାଉ ବୁଦ୍ଧିଜୀବୀ ଦାବି କରିଛନ୍ତି I ବର୍ତ୍ତମାନ ବିଦ୍ୟୁତ୍ ବିଭାଗର ଆଉ ଏକ ଘୋଟାଲା ନଜରକୁ ଆସିଛି I ବିଭାଗ ପ୍ରତି ମାସରେ ମିଟର୍ ରିଡିଂ ନେବା ବଦଳରେ ମନଇଛା ୩୮  ଦିନ/ ୪୦  ଦିନ ବ୍ୟବଧାନରେ ରିଡିଂ ନେଉଛି I ଯାହା ଫଳରେ ଉପଭୋକ୍ତା ନିଜେ ପ୍ରତିମାସରେ ବ୍ୟବହାର କରିଥିବା ୟୁନିଟ୍ ଏକକ ବଦଳରେ ୩୮ ଦିନରେ ବ୍ୟବହାର କରିଥିବା ୟୁନିଟ୍ ଏକକ ପାଇଁ ବିଲ୍ ପୈଠ କରିବା ପାଇଁ ବାଧ୍ୟ ହେଉଛନ୍ତି I

ଉଦାହରଣ ସ୍ଵରୁପ ଜଣେ ବିଦ୍ୟୁତ୍ ଉପଭୋକ୍ତା ଗୋଟିଏ ମାସରେ୫୦  ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କଲେ ୟୁନିଟ୍ ପିଛା ତିନି ଟଙ୍କା ହିସାବରେ ମାସକ ପାଇଁ ସେ ୧୫୦  ଟଙ୍କା ଦେବେ I କିନ୍ତୁ ମାସକୁ ଥରେ ରିଡିଂ ନ ନିଆଯାଇ ୩୮ /୪୦  ଦିନରେ ରିଡିଂ ନିଆଯିବା ଫଳରେ ଉପଭୋକ୍ତା ସେହି ସମୟ ଭିତରେ ୫୧  ୟୁନିଟ୍ ବିଦ୍ୟୁତ୍ ଖର୍ଚ୍ଚ କରିଥାନ୍ତି ତେବେ ସେ ସେଥିପାଇଁ ୟୁନିଟ୍ ପିଛା ୪.୮୦  ଟଙ୍କା ହିସାବରେ ୨୪୪.୮୦  ଟଙ୍କା ଦେବାକୁ ବାଧ୍ୟ ହୁଅନ୍ତି I

ଏହା କୌଣସି ଛୋଟ ଲୁଟ୍ ନୁହେଁ, ଉପଭୋକ୍ତା ଆଶ୍ଚର୍ଯ୍ୟଜନକ ଭାବେ ମାତ୍ର ଏକ ୟୁନିଟ୍ ପାଇଁ ୯୪  ଟଙ୍କା ୮୦  ପଇସା ବିଦ୍ୟୁତ୍ ବିଭାଗକୁ ପ୍ରଦାନ କରନ୍ତି, ଯାହା ଟାଟା କମ୍ପାନିର କୌଣସି ଡ଼କାୟତିଠାରୁ କମ୍ ନୁହେଁ ବୋଲି କିଛି ସଚେତନ ଉପଭୋକ୍ତା ପ୍ରକାଶ କରିଛନ୍ତି I ତେଣୁ ବିଭାଗ ପ୍ରତି ମାସରେ ରିଡିଂ ନେବାପାଇଁ ଉପଭୋକ୍ତା ଦାବି କରିଛନ୍ତି I ସେହିପରି ବିଭାଗର ଅଘୋଷିତ ବିଦ୍ୟୁତ୍ କାଟ୍ ବିଷୟରେ ତ ନକହିବା ଭଲ I ପୂର୍ବରୁ କେବଳ ଝଡ଼ ତୋଫାନ ହେଲେ ବିଦ୍ୟୁତ୍ କଟାଯାଉଥିବା ବେଳେ ବର୍ତ୍ତମାନ କୌଣସି ମୁହୂର୍ତ୍ତରେ ବି ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ହେଉଛି, ଯାହା ଉପଭୋକ୍ତାଙ୍କର ଅସନ୍ତୋଷକୁ ବୃ୍ଦ୍ଧି କରୁଛି I

Related Post

ବାଇକ୍‌ ଧକ୍କା ଦେବାରୁ ଘାଟିରେ ଓଲଟି ପଡ଼ିଲା ପିକ୍‌ନିକ୍‌ ବସ୍‌

Posted by - December 15, 2019 0
ଗଜପତି:ନୟାଗଡ଼ରୁ ୩୫ ଜଣ ଏକ ବସ୍‌ରେ ଗଜପତି ଜିଲ୍ଲା ଜିରଙ୍ଗ ଓ ଖସଡ଼ା ଜଳପ୍ରପାତକୁ ପିକନିକ କରିବା ପାଇଁ ଯାଇଥିଲେ। ସାନ୍ଧ୍ୟ ବେଳେ ସେମାନେ ପିକ୍‌ନିକ୍‌ ସାରି…

୧୧୯୭ ନମୂନା ପରୀକ୍ଷା କରାଯାଇଥିବାବେଳେ ସମସ୍ତ ନମୂନା ନେଗେଟିଭ୍

Posted by - April 16, 2020 155
ଭୁବନେଶ୍ୱର ୧୬।୦୪: ରାଜ୍ୟରେ ବଢ଼ିଲା କରୋନା ପରୀକ୍ଷଣ କ୍ଷମତା । ସ୍ଥାନୀୟ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆରଏମଆରସି)ରେ କୋଭିଡ୍‌-୧୯ର ସ୍ୱାବ୍‌ ଟେଷ୍ଟ କ୍ଷମତା ବୃଦ୍ଧି ପାଇଛି ।…

ଚିନ୍ତା ବଢାଉଛି ଭୁବନେଶ୍ବର,କୋରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୮୬ ହେଲେଣି

Posted by - June 6, 2020 7
ଭୁବନେଶ୍ବର: ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍ କଟକଣା ଜାରି ହୋଇଛି। ଜୁନ୍ ମାସର ପ୍ରତି ଶନିବାର ଓ ରବିବାର ଏହି ସଟ୍‌ଡାଉନ୍ କଟକଣା ରହିବ।…

ରାଜଧାନୀ ରେ କରୋନା ତାର ତାଣ୍ଡବ ରଚିରଚି ଚାଲିଛି,ଦେଶରେ ସର୍ବାଧିକ ହାର ଖୋର୍ଦ୍ଧା ଜିଲ୍ଲାରେ

Posted by - September 25, 2020 0
ଭୁବନେଶ୍ବର:ଖୋର୍ଦ୍ଧାରେ ସଙ୍ଗୀନ ହୋଇଉଠିଛି କରୋନା ସ୍ଥିତି । ଜିଲ୍ଲାରେ ଗଂଜାମଠାରୁ ୧୯ଗୁଣା ଅଧିକ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ବରିଷ୍ଠ ଚିକିତ୍ସକ ମନୋଜ ସାହୁଙ୍କ ମତରେ ସାରା…

ଗୀତାଜାଗରଣ ପରିଷଦ ପକ୍ଷରୁ ବଡ ଧୁମଧାମରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

Posted by - December 1, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ପ୍ରତିବର୍ଷ ଯାଜପୁରରେ ଗୀତାଜାଗରଣ ପରିଷଦ ପକ୍ଷରୁ ବଡ ଧୁମଧାମରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଥାଏ…