ନିଜ ଘର ଭିତରେ ବେକରେ ଫାଶୀ ଲଗେଇ ଆତ୍ମହତ୍ୟା

28 0

ଧର୍ମଗଡ଼: (ହେମନ୍ତ କୁମାର ମାଝୀ)ଧର୍ମଗଡ଼ ବ୍ଲକ କୋକସରା ଥାନା ଅନ୍ତର୍ଗତ ଗତ ବେହରାଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଗ୍ରାମର ଜଣେ ବିବାହିକ ଯୁବକ ନିଜ ଘର ରେ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ଜଣାପଡିଛି।ବ୍ୟକ୍ତି ଜଣକ ଗ୍ରାମର ପବିତ୍ରବାଗ (୨୪)ବୋଲି ଜଣାପଡିଛି।ସୂଚନା ମତେ ସକାଳବେଳା ଘରେ କେହି ନ ଥିବା ବେଳେ ପବିତ୍ର ନିଜ ବେକରେ ଶାଢ଼ୀ ଓଢଣୀକୁ ବେକରେ ପକେଇ ଆତ୍ମହତ୍ୟା କରିଥିଲେ।ଠିକ ଏତିକି ବେଳ କୁ ନିଜ ବାପା ଅନାମବାଗ ଓ ମାଆ ପହଞ୍ଚି ଦାଆ ସାହାଯ୍ୟ ରେ ବେକରେ ଲାଗିଥିବା ଫାଶୀ ଙ୍କୁ କାଟି ଉଦ୍ଧାର କରିଥିଲେ।

ତେବେ ସେଠାରେ ଗୁରୁତ୍ଅବସ୍ଥାରେ ଉଦ୍ଧାର କରାଯାଇ ଧର୍ମଗଡ଼ ଡାକ୍ତରଖାନା କୁ ଅଣାଯାଇଥିଲା।ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।କୋକସରା ପୋଲିସ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ବ୍ୟବସ୍ଥା କରିବା ସହ ତଦନ୍ତ ଚଳାଇବା ଥିବା ଜଣାପଡିଛି।ତେବେ ମୃତ୍ୟୁ ର କାରଣ ସ୍ପଷ୍ଟ ହୋଇ ପାରି ନ ଥିଲେ ବି ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ମୃତକ ଙ୍କ ବାପା ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାୟୀ ପବିତ୍ର ର ସ୍ତ୍ରୀ ଯଶୋଦା ଙ୍କ ସହ କୋକସରା ଥାନା ଅନ୍ତର୍ଗତ ଲଟା ପଡା ଗ୍ରାମର ଜକ୍ସନ ପୋଡ଼ ଙ୍କ ପ୍ରେମ ସମ୍ପର୍କ ରହିଥିଲା।

ଯାହା ପବିତ୍ର ତାମିଲନାଡୁ ଦାଦନ ଯାଇଥିବା ବେଳେ ନିଜ ଦାଦନ ସାଥି ଙ୍କ ଫୋନ ରେ ଦୁହିଁଙ୍କ ଅସଂଯତ ଅବସ୍ଥାରେ ଥିବା ଫୋଟ ଦେଖିଥିଲେ।ଘରକୁ ଫେରି ଆସି ନିଜ ସ୍ତ୍ରୀ ଙ୍କୁ ଏବିଷୟରେ କହିବା ପରେ ଦୁହିଁଙ୍କ ମଧ୍ୟରେ ଗୋଲଗଣ୍ଡ ଦେଖାଦେଇଥିଲା।ପରେ ସ୍ତ୍ରୀ କୁ ବାପ ଘରକୁ ନେଇ ଛାଡ଼ିଦେବାକୁ ଯାଇଥିବା ବେଳେ ସେଠାରେ ମାଝୀଗୁଡାର ପଞ୍ଚକ ପୋଡ଼ ନାମକ ବ୍ୟକ୍ତି ପବିତ୍ର କୁ ମାନସିକ ଚାପ ଦେଇଥିବା ଅଭିଯୋଗ ରେ ଉଲ୍ଲେଖ ରହିଛି।ସେହି ଚାପଭୟରେ ପବିତ୍ର ନିଜ ସ୍ତ୍ରୀ ଯଶୋଦା କୁ ଧରି ନିଜ ଘର। ବେହେରାଗୁଡା କୁ ଫେରି ଆସିଥିଲେ।ତେବେ ଗୁରୁବାର ଦିନ ସକାଳ ସମୟରେ କେହି ନ ଥିବା ବେଳେ ଏଭଳି ଘଟଣା ଘଟାଇଥିବା ମୃତ ଙ୍କ ବାପା ଅନାମ ବାଗ ପ୍ରକାଶ କରନ୍ତି।ବର୍ତ୍ତମାନ ପୋଲିସ ଏକ କେଶ ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ୍ୟାସତ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।

Related Post

ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର

Posted by - July 19, 2023 0
ବିଷମକଟକ:୧୬/୦୭ (ନିର୍ବାଣ ଟ୍ରଷ୍ଟ ଗୁଣୁପୁର ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ…

ଘଣ୍ଟାପଡ଼ା-ପୋଡ଼ାପଦରରେ ଲାଗିଲା ୨୫୦ କେ.ଭି ଏ.ର ଟ୍ରାନ୍ସଫରମର,ଉଦଘାଟନ କଲେ ବିଧାୟକ

Posted by - April 24, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଲୋ-ଭୋଲଟେଜ ବିଜୁଳିର ସମସ୍ୟାର ଆବଶ୍ୟକତାକୁ ଉପଲବ୍ଧି କରି ସମାଜସେବୀ ସୁଶାନ୍ତ ମାଝୀ ଓ ବଣିକ ସଂଘର ସଭାପତି ଅଶୋକ ସାହୁଙ୍କ ଅନୁରୋଧ କ୍ରମେ ସ୍ଥାନୀୟ କଣ୍ଟାମାଳ…

ସୁରକ୍ଷିତ ଆମେ ସୁରକ୍ଷିତ ତୁମେ ଅଭିଯାନ ” ର ସଂପର୍କରେ ଭରଚୁଆଲ ମିଟିଂ

Posted by - June 13, 2021 0
ନବରଙ୍ଗପୁର 🙁 ବେଣୁ ଗୋପାଳ ରାଓ) ସୁରକ୍ଷିତ ଆମେ ସୁରକ୍ଷିତ ତୁମେ ଅଭିଯାନ  ” ର ସଂପର୍କରେ ଆଜି ଭରଚୁଆଲ ରେ ନିତି ଆୟୋଗଙ୍କ ଦ୍ୱାରା ଅନୁମୋଦିତ…

ହରଭଙ୍ଗା ବ୍ଲକ ସବୁ ଶୈବ ପୀଠରେ ମକର ମେଳା ମହା ଆଡମ୍ବର ରେ ପାଳିତ

Posted by - January 16, 2023 0
ହରଭଙ୍ଗା :୧୪/୦୧(ଚିତ୍ତରଞ୍ଜନ ସିଂ)ପୁନ୍ୟ ମାଘ ମାସ ମକର ସଂକ୍ରାନ୍ତି ହିନ୍ଦୁଧର୍ମlବଲମ୍ବୀ ପାଇଁ ଏକ ପୁଣ୍ୟ ତିଥି!ଏହି ତିଥିରେ ସବୁ ଶିବlଳୟ, ରାଧାକୃଷ୍ଣ ପୀଠ ଗୁଡିକରେ ମକର ଯାତ୍ରା…

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଐତିହାସିକ ଚାରିଶମ୍ଭୁ ମନ୍ଦିର ପରିଦର୍ଶନ

Posted by - September 2, 2021 0
ବୌଦ୍ଧ(ଚିତ୍ତ ରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଜଗତି ନିକଟସ୍ଥ ଐତିହାସିକ ଚାରିଶମ୍ଭୁ ମନ୍ଦିରକୁ ଆଜି ଦିନିକିଆ ଗସ୍ତରେ ଆସି ବିଜେପିର ରାଷ୍ଟ୍ରୀୟ ଉପ।ଧ୍ୟକ୍ଷ ବୈଜୟନ୍ତ…