କାଶୀପୁର;(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ କୁଟିଙ୍ଗ ଗୁଡା ନଦୀରେ ଆଜି ହଟାତ ନଦୀ ର ଜଳସ୍ତର ବୃଦ୍ଧି ହେଇଯିବା ଫଳରେ ସେଠାରେ ବାଲି ସଂଗ୍ରହ କରୁଥିବା ୪ ଜଣ ମହିଳା ଶ୍ରମିକଙ୍କ ମଧ୍ୟରୁ ଦୁଇଜଣ ପାଣି ରେ ଭାସିଯାଉଥିବା ବେଳେ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଓ ଅନ୍ୟ ଜଣେ ମହିଳା ଶ୍ରମିକ ବଢି ପାଣିରେ ଭାସି ଯାଇଥିଲେ ।ଘଟଣାସ୍ଥଳ କୁ ଅଗ୍ନିଶମ ବିଭାଗ ପହଞ୍ଚିବା ପରେ ଶ୍ରମିକଙ୍କ ମୃତ ଦେହ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିଲା।
ସୂଚନା ପ୍ରକାରେ ମୃତ ମହିଳା ଜଣକ ହେଲେ ସଗାରା ମାଝି ଙ୍କର ଝିଅ ମଞ୍ଜୁଳା ମାଝି (୨୨) ବୋଲି ଜଣାପଡିଛି । ଟିକିରି ଥାନା ଅନ୍ତର୍ଗତ ପିତାଯୋଡି ଗ୍ରାମର ଏଜ ଟ୍ରାକ୍ଟର ରେ ନିୟମିତ ଭାବେ ଗୋରଖପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘୁମରା ପୁଟ ଗ୍ରାମର ମହିଳା ବାଲି ପରିବହନ କାମ କରିଆସୁଥିଲେ ।
ନୀତିଦିନ ଭଳି ଆଜି ମଧ୍ୟ ଘୁମୁରାପୁଟ ଗ୍ରାମର ୪ ଜଣ ମହିଳା ଉକ୍ତ ଟ୍ରାକ୍ଟର ରେ ଯାଇ ନଦୀ ମଝି ଠାରୁ ବାଲି ସଂଗ୍ରହ କରିଥିଲେ । କାମ ଆରମ୍ବ ରେ ନଦୀର ଜଳସ୍ତର ସାମାନ୍ୟ ରହିଥିବା ବେଳେ କିଛି ସମୟ ପରେ ହାତଥ ଉପର ମୁଣ୍ଡରେ ଭୀଷଣ ବର୍ଷା ଯୋଗୁଁ ଖରଶ୍ରତ ରେ ଜଳସ୍ତର ବୃଦ୍ଧି ହେଇଯାଇଥିଲା । ଏଥିରେ ୪ ଜଣ ମହିଳା ଙ୍କ ମଧ୍ୟରୁ ଦୁଇଜଣ ଏଥିରୁ ଅଳ୍ପେକ ବର୍ତି ଯାଇ ଥିବାବେଳେ ଅନ୍ୟ ଦୁଇଜଣ ନଦୀଜଳ ରେ ଭାସିଯାଇଥିଲା ।
ସେମଧ୍ୟରୁ ଜଣେ କିଛିବାଟ ପରେ ଉଦ୍ଧାର ହେଇଥିବା ବେଳେ ଅନ୍ୟ ଜଣେ ମହିଳା ନିଖଜ ଥିଲେ । ଖବର ପାଇ କାଶୀପୁର ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଯୁବକ ଙ୍କର ସହଯୋଗ ରେ ବହୁ ଖୋଜାଖୋଜି ପରେ ଶବ ଉଦ୍ଧାର କରିବାରେ ସଫଳ ହେଇଥିବା ବେଳେ ଟିକିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ ଓ ବ୍ୟବଚ୍ଛେଦ ପାଇଁ କାଶୀପୁର ପଠାଇଥିବା ବେଳେ ଘଟଣା ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରୀରଖିଥିବା ପ୍ରକାଶ କରିଛି ।