ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆଜିର ଦୁନିଆରେ ଇଣ୍ଟରନେଟ ସେବା ଦ୍ବାରା ସବୁ କାର୍ଯ୍ୟ କରାଯାଉଛି। ଦିନକୁ ଦିନ ସୋସିଆଲ ମିଡିଆର ଚାହିଦା ତଥା ପ୍ରାୟ ଲୋକେ ଅଭ୍ୟସ୍ତ ହୋଇଗଲେଣି। ମୋବାଇଲ ହେଉ କି କମ୍ପ୍ୟୁଟର ଜରିଆରେ ନେଟ ବ୍ୟବହାର କରି ଦୁନିଆର ସବୁ ଜିନିଷ ଜାଣି ହେଉଛି। ସେ ଭିତରେ ସୋସିଆଲ ମିଡ଼ିଆର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ।
କିଛି ବର୍ଷ ପୂର୍ବେ ସକାଳୁ ଉଠିଲା ମାତ୍ରେ ଆଗ ପ୍ରଭୁଙ୍କ ନାମ ନ ଧରି ନିଜର ଦୈନନ୍ଦିନ କାର୍ଯ୍ୟ ନ କରି ଉଠିଲା ମାତ୍ରେ ମୋବାଇଲ ବ୍ୟବହାର କରିବା ଦେଖିବାକୁ ମିଳୁଛି। ସେହିପରି ଏହି ସେବାର ବହୁଳ ବ୍ୟବହାର ପରେ କ୍ରାଇମ ର ପରିମାଣ ମଧ୍ଯ ବହୁତ ବଢି ଯାଉଛି, ଏହାକୁ ଆଖି ଆଗରେ ରଖି ଟିଟିଲାଗଡ ପୋଲିସ ପକ୍ଷରୁ ସ୍ଥାନୀୟ ଡିଏଭି ମହାବିଦ୍ୟାଳୟରେ ସାଇବର କ୍ରାଇମ ସଚେତନତା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏସଡିପୀଓ ଶ୍ରୀମତି ଅଙ୍କିତା କୁମ୍ଭାର, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରଣବ ପୁରୋହିତ, ଥାନାଧିକାରୀ ଶ୍ରୀ ମନୋଜ କୁମାର ପ୍ରଧାନ, ସାଇବର ଥାନା ଏସ ଆଇ ଅଭିନାସ ନାୟକ, ଟିଟିଲାଗଡ ଥାନାର ଏସ ଆଇ ଶ୍ରୀ ଦେବାଶିଷ ଶତପଥୀ ମଞ୍ଚାସିଁନ ଥିଲେ। ଏହି ସଚେତନତା ସଭାରେ ଭୂମିକା କଣ ରହିଛି ସାଇବର କ୍ରାଇମ କାହାକୁ କୁହାଯାଏ ? ସୋସିଆଲ ମିଡିଆରେ କିପରି ଫ୍ରଡ କରାଯାଉଅଛି ? କିପରି ସାଇବର କ୍ରାଇମ୍ ଘଟୁଛି ? କେଉଁ କେଉଁ ପ୍ରକାରର ସାଇବର କ୍ରାଇମ ହେଉଛି ଏଥିପାଇଁ କଣ କଣ ପଦକ୍ଷେପ ଗ୍ରହଣ କରିବାକୁ ପଡିବ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ସହ ସତର୍କ ରହିବାକୁ ସୂଚନା ଦେଇଥିଲେ ସାଇବର ଅଧିକାରୀ।
ଯଦି କୌଣସି ସାଇବର କ୍ରାଇମ କାହା ସହିତ ଘଟିଛି ତାହେଲେ ପ୍ରଥମେ ୧୯୩୦ ନମ୍ବର ରେ ଡାଏଲ କରି ଅଭିଯୋଗ ଦାୟର କରିବାକୁ ପଡ଼ିିବ ନଚେତ ପାଖେ ଥିବା ସାଇବର ଥାନାକୁ ଯାଇ ଅଭିଯୋଗ ଦାଖଲ କରିବାକୁ ଅଧିକାରୀ ପରାମର୍ଶ ଦେଇଥିଲେ। ସେହିପରି ଯଦି ମୋବାଇଲ ହଜୁଛି ତାହେଲେ ପ୍ରଥମେ ଥାନାରେ ଏତଲା ଦେବା ପରେ ସିଇଆଇଆର ପୋର୍ଟାଲ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ଶ୍ରୀମତି ସସ୍ମିତା ପାଣିଗ୍ରାହି।