ଯାଜପୁର;( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଧର୍ମଶାଳା ହାଟ ହେଉଛି ସର୍ବ ପୁରାତନ । ଏହି ସାପ୍ତାହିକ ହାଟକୁ ଏକ ହାଇଟେକ ହାଟରେ ପରିଣତ କରିବାକୁ ନିଆଯାଉଛି ପଦକ୍ଷେପ । ଏନେଇ ଆଜି ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ହାଟ ଅଂଚଳ ପରିଦର୍ଶନ କରିଛନ୍ତି । ଅଂଚଳର ବହୁ ଚାଷୀ ପନି ରିବା ଚାଷ ଉପରେ ନିର୍ଭର କରିଥାନ୍ତି । ଏଣୁ ଚାଷୀମାନେ ଜାତୀୟ ରାଜପଥ ଅତିକ୍ରମ କରି ବାରବାଟୀ ବଜାରକୁ ପରିବା ବିକ୍ରୟ କରିବାକୁ ନେଇଥାନ୍ତି ।
ଏହି ସମସ୍ୟାକୁ ଦୂର କରିବା ସହ ଚାଷୀମାନଙ୍କ ଉତ୍ପାଦିତ ଫସଲର ବିକ୍ରୟ ସୁଯୋଗ ସୃଷ୍ଟି ପାଇଁ ଏଭଳି ପଦକ୍ଷେପ ନିଆଯାଉଥିବା କହିଛନ୍ତି ଜିଲ୍ଲାପାଳ । ଖୁବ୍ ଶୀଘ୍ର ଏହାର ଡି ିଆର ପ୍ରସ୍ତୁତ କରାଯିବ । ଆରକେଭିୱାଇ ଜରିଆରେ ପାଖପାଖି ଦେଢ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଏହି ହାଇଟେକ ହାଟ ନିର୍ମାଣ କରାଯିବ । ଏଥିସହ ଏଠାରେ ଚାଷୀ ଓ ଖାଉଟି ମାନଙ୍କ ପାଇଁ ସବୁ ପ୍ରକାର ଆନୁସଙ୍ଗିକ ସୁବିଧା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।