Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଆସନ୍ତା ନୂଆଖାଇରେ ରିଲିଜ ହେବ ଚଳଚ୍ଚିତ୍ର ଖରା

42 0

ଶୁଭମୁକ୍ତି ଘୋଷଣା ଅବସରରେ ଯୋଗଦେଲେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ସ୍ଥାନୀୟ ପୌରପରିଷଦ କଲ୍ୟାଣ ମଣ୍ଡପ ଠାରେ ଯୁଗଳ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମାତା ମାନସୀ ପାଣିଗ୍ରାହୀ ଓ ସହ ନିର୍ମାତା ତଥା ସଙ୍ଗୀତ ନିର୍ଦ୍ଦେଶକ ପଙ୍କଜ ଜାଲଙ୍କ ଚଳଚିତ୍ତ୍ର ଖରା ଆସନ୍ତା ନୂଆଁଖାଇ ଅବସରରେ ଶୁଭମୁକ୍ତି ହେବାର ଆଜି ଘୋଷଣା କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜଳ ସମ୍ପଦ, ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଯୋଗ ଦେଇଥିବା ବେଳେ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ସମସ୍ତ କଳାକାର ଉପସ୍ଥିତ ଥିଲେ। ଏହି ଚଳଚ୍ଚିତ୍ରଟିକୁ ଚୟନ କର୍ତ୍ତା ମାନଙ୍କ ଠାରୁ ସାତଟି ପୁରସ୍କାର ପାଇଥିବା ବେଳେ ଏହାର ସଫଳତା ସହ ଶୁଭ ମୁକ୍ତି ଘୋଷଣା କରାଯାଇଛି।

ଏହି ଚଳଚ୍ଚିତ୍ରରେ ଜଗଦାନନ୍ଦ ଛୁରିଆ, ଶ୍ରୀକର ମିଶ୍ର, ଗଦାଧର ବାରିକ, ସୁଶୀଳା ନାୟର, ଅଶୋକ ବେହେରା, ଲଳିତ ପୁଝାରୀ, ସଭ୍ୟ ଦୀପ, ସୈରେନ୍ଦ୍ରି ବାରିକ, ପଦ୍ମଜା ବହିଦାର, ସର୍ବେଶ୍ଵର ଭୋଇ, ଏଲୋରା ତନ୍ତୀ, ହମିତ ସାଗର, ଶ୍ରୀକାନ୍ତ ଷଡଙ୍ଗୀ, ଅସ୍ମୀ ମିଶ୍ର, ସକମ୍ବରି ବାରି, ଅଧ୍ୟାନ ବାରିକ ଅଭିନୟ କରିଥିବା ବେଳେ କଣ୍ଠ ଦାନ କରୀଛନ୍ତି ଦୁଃଖିଶ୍ୟ।ମ ତ୍ରିପାଠୀ, ପଙ୍କଜ ଜାଲ, ମାନସୀ ପାଣିଗ୍ରାହୀ, ରୁକୁ ସୁନା, ସର୍ବେସ୍ୱର ଭୋଇ, ସାନ ଛତ୍ରିଆ, ବଡ଼ ଛତ୍ରିଆ।

ଟିଟିଲାଗଡ଼ ସହରର ଖରା, ଦାଦନ ଶ୍ରମିକର କାହାଣୀ, ଅଭାବ ଅନାଟନ ସହ ପାଣିର ଅଭାବ ଯୋଗୁଁ ଚାଷ ନ ହେବା ଯୋଗୁଁ ମହାଜନୀ ଠାରୁ ସୁଧ ଆଣି କିପରି ବାହାର ରାଜ୍ୟକୁ ଦାଦନ ଖଟିଯିବାର ଦୁଃଖ ସହ ଏହି ଅଞ୍ଚଳରେ ଥିବା ଲୋକଙ୍କ ସଂଘର୍ଷର କାହାଣୀର ଝଲକ ହେଉଚି ଏହି ଚଳଚ୍ଚିତ୍ର ଖରା ବୋଲି ନିର୍ଦ୍ଦେଶକ ଜୁଗଳ ସାହୁ କହିଛନ୍ତି।

Related Post

ପୌରପାଳିକା ପକ୍ଷରୁ ସ୍ୱଚ୍ଛତା ସମ୍ପର୍କିତ ନାଟକ ପରିବେଷିତ

Posted by - January 11, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ପୌରପାଳିକା ପକ୍ଷରୁ ସ୍ୱଚ୍ଛତା ସମ୍ପର୍କିତ ଏକ ନାଟକ ପରିବେଷିତ ହୋଇଯାଇଛି। ପୌର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ନାଟକ ପରିବେଷଣ…

ରଘୁନାଥପୁର ଗ୍ରାମରେ ଦୋଳ ମହୋତ୍ସବ ପାଳିତ

Posted by - March 21, 2022 0
ଭୁବନେଶ୍ୱର:(ପାୟଲ ରାଉତ)ଭୁବନେଶ୍ବର ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମରେ ଗତ ତିନି ଦିନ ହେବ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ରେ ଯାତ୍ରା ଖିଲାଡି ପାର୍ବତୀ ଗଣନାଟ୍ୟ…

ଜାତୀୟ ଫିଲ୍ମ ସଂଗ୍ରହାଳୟରେ ଓଡ଼ିଆ ଫିଲ୍ମକୁ ଅଧିକ ସ୍ଥାନ ମିଳିବ

Posted by - February 7, 2019 0
ଜାତୀୟ ଫିଲ୍ମ ସଂଗ୍ରହାଳୟରେ ଓଡ଼ିଆ ଫିଲ୍ମକୁ ସ୍ଥାନ ନ ମିଳିବା ପରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

“ଗଡଜାତ ମହୋତ୍ସବ ର ଚତୁର୍ଥ ଦିବସ

Posted by - December 19, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ସମାଜ କୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନାରୀ ବିଭିନ୍ନ ରୂପରେ ନିଜର କର୍ତ୍ତବ୍ୟ ସମ୍ପା ଦନ କରି…

ହରଭଙ୍ଗା ଲୋକ ମହାତ୍ସବ ର ଚତୁର୍ଥ ସନ୍ଧ୍ୟା,ବିଶିଷ୍ଟ ସଂଗୀତକାର ଙ୍କୁ ସମ୍ମାନିତ

Posted by - January 30, 2023 0
ହରଭଙ୍ଗା :୨୯/୦୧(ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହାତ୍ସବ ଆଜି ଚତୁର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି!ହରଭଙ୍ଗା ଅଂଚଳରେ ମା ରୁଦ୍ର କାଳୀଙ୍କୁ ପୂଜାର୍ଚନା ପରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ…