Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

କୁସଙ୍ଗ ବନ୍ୟପ୍ରାଣୀ ପଦ୍ମତୋଳା ଅଭ୍ୟାରଣ୍ୟରୁ ସମ୍ବର ଶିକାର

100 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବନ୍ୟ ପ୍ରାଣୀ ଙ୍କ ସୁରକ୍ଷା ନେଇ ସରକାର ସବୁବେଳେ ଚିନ୍ତିତ ଓ ତତ୍ପର l ଏପରିକି ତାଙ୍କ ସୁରକ୍ଷା ପାଇଁ ବିଭାଗୀୟ କର୍ମଚାରୀ ଙ୍କୁ ଦିଆଯାଉଛି ତାଲିମ, ରହିଛି କଡା ନିର୍ଦେଶ l କିନ୍ତୁ ବନ୍ୟ ପ୍ରାଣୀ କର୍ମଚାରୀ ଙ୍କ ଅବହେଳା ହେତୁ ନିରୀହ ବନ୍ୟଜନ୍ତୁ ପ୍ରାଣୀ ଙ୍କ ଜୀବନ ଯାଉଛି l ଏପଟେ ବନ୍ୟପ୍ରାଣୀ ଅଭ୍ୟାରଣ୍ୟ ଭିତରେ ସାଧରଣ ଲୋକଙ୍କୁ ବାରଣ ଥିବା ବେଳେ ବନ୍ୟ ଜନ୍ତୁ ଙ୍କ ସୁରକ୍ଷା ନେଇ ଉକ୍ତ ଅଭ୍ୟାରଣ୍ୟ ଭିତରେ 11 ବିଟ ରେ ବିଭିନ୍ନ କର୍ମଚାରୀ ନିୟୋଜିତ ଅଛନ୍ତି l କିନ୍ତୁ ଜଙ୍ଗଲ ଭିତରକୁ ଶିକାରୀ ପ୍ରବେଶ କରି ନିୟୋଜିତ କର୍ମଚାରୀ ଙ୍କ ଆଖିରେ ଧୂଳି ଦେଇ ବନ୍ୟ ଜନ୍ତୁ ଶିକାର କରୁଥିବା ବେଳେ କେମିତି ପ୍ରକୃତ ଶିକାରୀ କୁଜାଣି ପାରୁନାହିଁ ବିଭାଗ l

ଏହାକୁ ନେଇ ସାଧରଣ ରେ ଏକ ପ୍ରଶ୍ନ ଉଠୁଛି l ଉକ୍ତ ଅଭ୍ୟାରଣ୍ୟ ଭିତରେ ଶିକାରୀ ହାତରେ ଯିବ ଜନ୍ତୁ ଙ୍କ ଶିକାର ହେଉଥିଲେ ମଧ୍ୟ ବିଭାଗ ଜାଣି ପାରୁ ନାହିଁ ନା ଏସବୁ ଜାଣିଶୁଣି ନୀରବ ରହୁଛି ବୋଲି ସାଧରଣ ରେ ଏକ ପ୍ରଶ୍ନ ବାଚୀ ଉଠୁଛି l ସୂଚନା ଥାଉକି ଶନିବାର ବିଳମ୍ବିତ ରାତିରେ କୁସଙ୍ଗ ରେଞ୍ଜ ଶ୍ରୀପଜୁ ବିଟ ପଦ୍ମତୋଳା ଅଭ୍ୟାରଣ୍ୟ ଜଙ୍ଗଲ ଭିତରେ ଶିକାରୀ ହାତରେ ଏକ ସମ୍ବର ଶିକାର ହୋଇଥିଲା l ଉକ୍ତ ସମ୍ବର ମାଂସ କୁ ଲୁକାୟତ ଭାବରେ ବିକ୍ରି କରିବା ପାଇଁ ଯୋଜନା ରହିଥିବା ବେଳେ ହରଭଙ୍ଗା ଥାନା ମହାଳିକପଡା ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ସଂଜୟ ସେନାପତି ସେହି ଗ୍ରାମକୁ ଯାଇ 2କେଜି ଓଜନ ର ମାଂସ କିଣି ବାଇକ ଯୋଗେ ଫେରୁଥିଲେ l

ପୂର୍ବରୁ ବିଭାଗୀୟ କର୍ମଚାରୀ ଖବର ପାଇ ସେମିଗୁଡା ଫାଟକ ରେ ଜଗି ବସି ରହିଥିଲା l ପରେ ଉକ୍ତ ବାଇକ ଡ଼ିକି ରେ 2କେଜି କଞ୍ଚା ମାଂସ ଥିବା ବେଳେ ଅଭିଯୁକ୍ତ ଓ ମାଂସ ଏବଂ ବାଇକ କୁ ଜବତ କରାଯାଇଥିଲା l ଏନେଇ କୁସଙ୍ଗ ବନ୍ୟ ପ୍ରାଣୀ ରେଞ୍ଜ ପକ୍ଷରୁ 2/23ରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବନ୍ୟ ପ୍ରାଣୀ ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି l ଏହି ଚଢ଼ାଉ ସମୟ ରେ ରେଞ୍ଜ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା, ଫୋରେଷ୍ଟର ପ୍ରଶାନ୍ତ ଗୁରୁ, ଅଜୟ ସ୍ୱାଇଁ, ସାଥୁଆ ବାବୁ ଓ ସ୍କୁଆଡ଼ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

ପ୍ରକାଶ ଥାଉକି ଉକ୍ତ ଅଭ୍ୟାରଣ୍ୟ ଭିତରେ ଶିକାରୀ ଙ୍କ ଦ୍ୱାରା ବନ୍ୟ ଜନ୍ତୁ ଶିକାର ହେଉଥିବା ଏବଂ ପ୍ରକୃତ ଶିକାରୀ କୁ ବିଭାଗ ଧରିବାରେ ବିଫଳ ହେଉଥିବା ବେଳେ ସାଧରଣ ଲୋକ ପଡୁଛି ହାବୁଡ଼ରେ l ଆଗାମୀ ଦିନ ରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଦିଗରେ କର୍ମଚାରୀ ଏଥିପ୍ରତି ତତ୍ପର ରହିବା ସହ ପ୍ରକୃତ ଆସାମୀ କୁ ଧରିବା ପାଇଁ ସାଧାରଣ ରେ ଦାବି ହେଉଛି l ଅନ୍ୟପଟେ ଏଭଳି ଅଭିଯୋଗ ସାମ୍ମା କୁ ଆସୁଥିଲେ ମଧ୍ୟ ବନ୍ୟପ୍ରାଣୀ ବିଭାଗ ଗଣ ମାଧ୍ୟମକୁ ତଥ୍ୟ ଦେବାକୁ ଅନିଚ୍ଛା ପ୍ରକାଶ ରହୁଥିବାରୁ ବିଭାଗର ସ୍ୱଚ୍ଛ କାର୍ଯ୍ୟପ୍ରତି ଏକ ସନ୍ଦେହ ପ୍ରକାଶ ପାଉଛି l

Related Post

କୋରୋନା ମୁକାବିଲା ପାଇଁ ସୁକିନ୍ଦା ବିଜେପି ବିଧାୟକ ପାର୍ଥି ପ୍ରଦୀପ ବଳ ସାମନ୍ତଙ୍କ ଦାନ

Posted by - April 3, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) କୋରୋନା ମୁକାବିଲା ପାଇଁ ଯାଜପୁର ଜିଲାରେ ଅନେକ ବଦାନ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରିଲିପଂ ପଂଣ୍ଡ ଏବଂ ପ୍ରଧାନମନ୍ତ୍ରୀ କେୟାର ପଂଣ୍ଡକୁ ଦାନ କରୁଛନ୍ତି…

ସମ୍ବଲପୁର ଯାଦବ ସଂଘ ପକ୍ଷରୁ ଯାଦବ ଶୋର୍ଯ୍ୟ ଦିବସ ପାଳିତ

Posted by - November 19, 2022 0
ସମ୍ବଲପୁର: ୧୯/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର କଚେରୀ ଛକ ସହିଦ ସ୍ତମ୍ଭ ଠାରେ ଯାଦବ ସଂଘ ସମ୍ବଲପୁର ତରଫରୁ ଯାଦବ ଶୋର୍ଯ୍ୟ ଦିବସ ପାଳନ କରାଯାଇଛି l ଆଜି…

ପଶ୍ଚିମ ପ୍ରାନ୍ତ ରେଲୱେ ଶ୍ରମିକ କଂଗ୍ରେସ କଣ୍ଟାବାଞ୍ଜି ପକ୍ଷରୁ ସାଧାରଣ ବୈଠକ

Posted by - September 5, 2023 0
କଣ୍ଟାବାଞ୍ଜି ବ୍ୟୁରୋ :(ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନ ପଶ୍ଚିମ ପ୍ରାନ୍ତ ରେଲୱେ ଶ୍ରମିକ କଂଗ୍ରେସ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ହରଭଙ୍ଗା ବ୍ଲକ ରେ ସମାରୋହରେ ପାଳିତ ହେଲା ମହା ଶିବରାତ୍ରି

Posted by - February 20, 2023 0
ହରଭଙ୍ଗା :୨୦/୦୨(ଚିତ୍ତରଞ୍ଜନ ସିଂ)ନୀଳ କଣ୍ଠେଶ୍ଵର ଦେବ ଙ୍କ ଦେବ ମହାଦେବ ଙ୍କ ମହା ଶିବରାତ୍ରି ବା ଜାଗର ଯାତ୍ରା ମହା ସମାରୋହରେ ପାଳିତ ହୋଇଛି ହରଭଙ୍ଗା ବ୍ଲକ…

ପୁଵର୍ତନ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜୀବନ ବିନ୍ଦୁ ପାଇଁ ପ୍ରସ୍ତୁତି ବୈଠକ

Posted by - July 19, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଆସନ୍ତା 26 ତାରିଖ ଦିନ ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପୁଵର୍ତନ ଅଧ୍ୟକ୍ଷ ସ୍ୱର୍ଗତ ଅମୂଲ୍ୟ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ…