Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ହାତୀଙ୍କ ଚାଲପ୍ରଚଳ ନେଇ ଭୟଭୀତ ଜନତା

290 0

ମୁନିଗୁଡା :(ରମାକାନ୍ତ ପୋଡାଳ )ବିଷମ କଟ ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ଚାଞ୍ଚଡା ଗୁଡା ପଞ୍ଚାୟତର ସାନ ସାଥିଲି ଓ କ ୮\୭ ସାଥିଲି ସଂରକ୍ଷିତ ଜଙ୍ଗଲରେ ହାତୀପଲ ଚଳପ୍ରଚଳ କରୁଥିବା ଦେଖି ଲୋକେ ଆତଙ୍କ ହୋଇପଡ଼ିଛନ୍ତି। ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁ ଜଙ୍ଗଲୀ ଜୀବଜନ୍ତୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି। ଦୁଇ ଟିକିଆ ହାତୀପଲ ଗୋଟିଏ ଦାନ୍ତ ହାତୀ ଓ ଅନ୍ୟଟି ମାଇ ହାତୀ ଥିବା ଅନୁମାନ କରାଯାଉଛି ଚାଞ୍ଚଡା ଗୁଡା ଗ୍ରାମପଞ୍ଚାୟତର ଆଖପାଖ ଅଞ୍ଚଳରେ ଚଳପ୍ରଚଳ କରୁଥିବା ଜଣାପଡ଼ିଛି। ଏହି ହାତୀପଲ ସାନ ସାଥିଲି ଓ ବଡ଼ ଶ୍ରଥିଲି ଗ୍ରାମରେ କଦଳୀ ଗଛ ଓ ପଣସ ଓ ସଲଫ ଗଛ ଖାଇଥିବା ଦେଖିବାକୁ ମିଳିଛି।

ବନ ବିଭାଗ ତୁରନ୍ତ ହାତୀମାନଙ୍କୁ ନ ଘୋଉଡ଼ାଇଲେ ଗାଁରେ ପଶି ଉପଦ୍ରବ କରିପାରନ୍ତି ବୋଲି ଆଶଙ୍କା କରିଛନ୍ତି ଗ୍ରାମବାସୀ। ଆଦିବାସୀ ମାନଙ୍କ ଜୀବିକା କହିଲେ ଜଙ୍ଗଲକୁ ବୁଝାଉଥିବା ବେଳେ ଜଙ୍ଗଲୀ ହାତୀ ଭୟରେ ଆଖପାଖ ଗ୍ରାମବାସୀ କିଛି ଦିନ ହେଲା ଜଙ୍ଗଲକୁଯିବା ଛାଡ଼ି ଦେଇଛନ୍ତି। ଓ ବନ ବିଭାଗ ପକ୍ଷରୁ ହାତୀ ଜଙ୍ଗଲ ରେ ଥିବ ପ୍ରଯ୍ୟନ୍ତ ଏହି ଜଙ୍ଗଲ ରେ ପୋଡ଼ୁ ଚାଷ କରୁଥିବା ଲୋକଙ୍କୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି ,। ଅନ୍ୟ ପଟେ ବର୍ଷା ଦିନ ହେତୁ ଚାଷ କରିବା ନିମନ୍ତେ ବିଭିନ୍ନ ପ୍ରକାର ବିହନ ଡଙ୍ଗରରେ ବୁଣିଥିବା ବେଳେ ହାତୀ ଭୟରେ କେହି ହେଲେ ଜଙ୍ଗଲକୁ ଯାଉ ନଥିବା ଜଣାପଡ଼ିଛି।

ସେହିପରି ହାତୀ ଭୟରେ ଲୋକେ ସନ୍ଧ୍ୟା ହେଲେ ଘରେ ରହି ତାଟି କବାଟ ବନ୍ଦ କରି ଆଉ ଘରୁ ବାହାରକୁ ବାହାରୁ ନଥିବା ଜଣାପଡ଼ିଛି। କୌଣସି ଘଟିବା ସନ୍ଦେହ କରି ବିଦ୍ୟୁତ୍ ବିଭାଗ ତରଫରୁ ବିଦ୍ୟୁତ୍ ବିଚ୍ଛିନ୍ନ କରି ଦେଇଥିବା ସୂଚନା ମିଳିଛି। ଓ ଅନ୍ୟ ପଟେ ରେଲ ଲାଇନି ଜଙ୍ଗଲ ରୁ ମାତ୍ର 50 ମିଟର ଦୁରରେ ଥିବାରୁ ସମ୍ବଲପୁର ରେଳବାଇ ବିଭାଗର ମୁଖ୍ୟ କ୍ରାଯ୍ୟାଳୟ କୁ ଲେଟର no ,9851 ରେ cup love – 294/00 to 305/00 Downline – 305/00 to 294/00 ଦୃତ ଗତିରେ ଟ୍ରେନ ଚଳାଚଳ ନକରିବା ପାଇଁ ବନ ବିଭାଗ ପକ୍ଷରୁ କୁହାଯାଇଛି ।

ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ରେଞ୍ଜର ପ୍ରଶ୍ନ କୁମାର ମିଶ୍ର , ବିଷମ କଟକ ଫରେଷ୍ଟ ହେମ ଚରଣ ବେହେରା , ଓ ବନ ରଖି କମଳା ନାଗ , ଓ ଅହଲ୍ୟା କୁମାରୀ ପାତ୍ର , ଘଟଣା ସ୍ଥଳରେ ପହଞ୍ଚି ହାତୀ କୁ ଦେଖିବା ପାଇଁ ଗ୍ରାମ ବସି ଙ୍କ ଭିଡ ଜମାଇ ଥିଲେ , ସେଠାରୁ ଲୋକ ଙ୍କୁ ଖାଲି କରିଥିଲେ ଓ ଗଙ୍ଗଲ ମଧ୍ୟ କୁ ଯିବା ପାଇଁ ବରଣ କରିଥିଲେ , ଓ ସେଠାରେ ଦୁଇ ଜଣ ବନ କ୍ରମ ଚାରି ସେହି ସ୍ଥାନରେ ଉପସ୍ଥିତ ରହି ହାତୀ ଗତି ପଥ ଉପରେ ନଜରବା ପାଇଁ ନିୟୋଜିତ କରିଥିଲେ ,।

Related Post

ଜିଲା ଆଦିବାସୀ କଲ୍ୟାଣ ସଂଘ୍ ତରଫରୁ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ

Posted by - July 7, 2023 0
ଭୁବନେଶ୍ବର /ପାଟଣାଗଡ / ବଲାଙ୍ଗୀର : (ନରେନ୍ଦ୍ର ନେଗୀ)ବେଲପଡା ବ୍ଲକ ଶାଖା ଜିଲା ଆଦିବାସୀ କଲ୍ୟାଣ ସଂଗଠନ ତରଫରୁ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବିପତ୍ର ଦିଆଯାଇଛି…

ପଟ୍ଟା ପାଇବା ପାଇଁ ଗୁହାରୀ ଜଣାଇଲେ ପେରାଗ ଗ୍ରାମବାସୀ

Posted by - January 30, 2023 0
କାଶୀପୁର:(ରମାକାନ୍ତ ପୋଢାଳ) ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିରିପାଇ ପଞ୍ଚାୟତର ପେରାଗ୍ ଗ୍ରାମରେ ଅନେକ ଦିନରୁ 25 ରୁ ଉର୍ଦ୍ଧ ପରିବାର ଏହି ଗ୍ରାମରେ ବସବାସ କରି…

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପାଇଁ ଦସ୍ତଖତ ଅଭିଯାନ

Posted by - December 22, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ସୋନପୁର ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ବ୍ଲକ ଛକରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି…

ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଜେନେରେଟର – ତିନି ବର୍ଷ ହେଲାଣି ବିଭାଗ ର ନଜର ପଡୁନି

Posted by - December 24, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲାର କେସିଙ୍ଗା ପୋଷ୍ଟଅଫିସ୍ ରେ ଥିବା ଜେନେରେଟର ବିଗତ ଦୁଇ ବର୍ଷ ହେଲାଣି ଖରାପ୍ ହେଇକି ପଡ଼ିରହିଛି।ଦୁଃଖ ର ବିଷୟ ତିନି ବର୍ଷ ବିତି…