ହରଭଙ୍ଗା:୬ /୭ (ଚିତ୍ତରଞ୍ଜନ ସିଂହ)ଆଜି ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ହରଭଙ୍ଗା ବ୍ଲକ ର୮ ନମ୍ବର ମଣ୍ଡଳ ପୁରୁଣା କଟକ କଲ୍ୟାଣି ମଣ୍ଡପ ଠାରେ ମଣ୍ଡଳ ସଭାପତି ଶ୍ରୀ ବାମନ ବାରିକ ଙ୍କ ନେତୃତ୍ୱରେ'”ମହାଜନସମ୍ପର୍କ ଅଭିଯାନ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଆରମ୍ଭରେ ଡ଼. ଶ୍ୟାମପ୍ରସଦ ମୁଖାର୍ଜୀ ଙ୍କ ଜୟନ୍ତୀ ଅବସରରେ ତାଙ୍କ ବହୁମୁଖୀ ପ୍ରତିଭା ଉପରେ ବକ୍ତା ମାନେ ଅଭିଭାଷଣ ପ୍ରଦାନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ରଚରଣ ମହାନ୍ତି ଯୋଗଦାନ କରି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କର ନ ବର୍ଷ ଶାସନପୂର୍ତ୍ତୀ ଉପଲକ୍ଷେ ମଣ୍ଡଳ ସ୍ତରରେ ଜନ ସମ୍ପର୍କ ଅଭିଯାନ ର ଲକ୍ଷ ଓ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ।
ବିଗତ ୯ ବର୍ଷ ଧରି ଶାସନ କାଳରେ ଭାରତ ର ବିଶେଷ କରି ଓଡିଶା ରେ କେନ୍ଦ୍ରସରକାର ଙ୍କ ପକ୍ଷ ରୁ ସେବା, ସୁଶାସନ, ଗରିବୀ କଲ୍ୟାଣ ଯୋଜନା ଉପରେ ମନ୍ତବ୍ୟ ଦେଇଥିଲେ।ଓଡିଶା ରେ୧୮ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କୁ ମାଗଣାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଣ, ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ, ୭୬ ଲକ୍ଷ ପରିବାର କୁ ଶୌଚାଳୟ ୫୪ ଲକ୍ଷ ଲୋକଙ୍କୁ ମାଗଣା ରେ ରୋଷେଇ ଗ୍ୟାସ,୨୪ ଲକ୍ଷ ଲୋକଙ୍କୁ ମାଗଣା ବିଦ୍ୟୁତ ସଂଯୋଗ,ଜଳ ଜୀବନ ମିଶନ ରେ ୫୩ ଲକ୍ଷ ପରିବାରକୁ ଟ୍ୟାପ ଯୋଗେ ପିଇବା ପାଣି ଯୋଗେଇଦେବା ଇତ୍ୟାଦି ଉପରେ ମଧ୍ୟ ଆଲୋକ ପାତ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଲୋକ ସଭା ସଂଯୋଜକ ଶ୍ରୀ ରମେଶ ମହାନ୍ତି ତାଙ୍କ ଅଭିଭାଷଣ ରେ ବୁଥ ସ୍ତରୀୟ କମିଟି କୁ ସକ୍ରିୟ କାର୍ଯ୍ୟକ୍ଷମ କରିବା ଉପରେ ସଚେତନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଶ୍ୟାମସୁନ୍ଦର ମହାନ୍ତି,ରମେଶ ମହାନ୍ତି, ସୁଶାନ୍ତ ପ୍ରଧାନ, ଶିଶିର ଘୋଷ, ପୂର୍ଣ ଚନ୍ଦ୍ର ଗାଇଗଉରିଆ, ସୁବାସ ପ୍ରଧାନ, ମାଗୁଣି ଗାଈ ଗୌରୀଆ, ସୁକାନ୍ତ ପାଣି ଗ୍ରାହୀ, ପ୍ରଣବ ନାୟକ, କାଳନ୍ଦୀ ଖେତି, କାଳିଆ ସାହୁ, ବୁଲୁ ଯୋଶୀ, ବାସନ୍ତୀ ବେହେରା,କଲ୍ୟାଣି ବେହେରା, ଗୀତାଞ୍ଜଳି ପ୍ରଧାନ, ବିସିକେସନ ପ୍ରଧାନ, ସୂର୍ଯ୍ୟନାରାୟଣ ମହାପାତ୍ର ପ୍ରମୁଖ ଦଳିଅ କର୍ମକର୍ତା ମାନେ ଉପସ୍ଥିତ ଥିଲେ।