ବିଜେଡ଼ିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ

328 0

ବୌଦ୍ଧ :(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ବିଜେଡ଼ିର ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ବିଜେଡ଼ି ସଭାପତି ତଥା କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିବା ବେଳେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ, ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ଜସ୍ମିନ ପ୍ରଧାନ, ରାଜ୍ୟ ଯୁବ ବିଜେଡ଼ି ଯୁଗ୍ମ ସମ୍ପାଦକ ଅଶୋକ ସାହୁ, ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାଏକଙ୍କ ସମେତ ବିଭିନ୍ନ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ମତେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ସାଙ୍ଗଠନିକ ସମ୍ପାଦକ ଶ୍ରୀ ଦାସ ସମସ୍ତ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ ।  ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲା ପରିଷଦ ୩  ନଂ ଜୋନ କଂଗ୍ରେସ ପ୍ରାର୍ଥୀ କର୍ମୁ ସାଗର, ବାଉଁଶୁଣୀ ସରପଞ୍ଚ ଅଇଁଠୁ ମହାଲିକ, ଗୁଡଭେଲିପଦର ସରପଞ୍ଚ ଗହଳ ମିଶ୍ର, ଗୋଛାପଡା ପୂର୍ବତନ ସମିତି ସଭ୍ୟ ଶୈଳେନ୍ଦ୍ର ଦନ୍ତା ଓ ରାଜେଶ କର୍ଣ୍ଣ, ବହିରା ପୂର୍ବତନ ସମିତି ସଭ୍ୟ ସଞ୍ଜୀବ ମେହେର, ଦପଲା ପୂର୍ବତନ ସମିତି ସଭ୍ୟ ଗୋବର୍ଦ୍ଧନ ପ୍ରଧାନ, ସମାଜସେବୀ ସତ୍ୟବାନ ଦନ୍ତାଙ୍କ ସମେତ ତଳସରଡ଼ା ପଞ୍ଚାୟତର ଅନେକ ବିଜେପି କର୍ମୀ ବିଜେଡ଼ିରେ ଯୋଗଦାନ କରିଛନ୍ତି l ଏହି ମିଶ୍ରଣ ଯୋଗୁଁ ଦଳୀୟ ସଙ୍ଗଠନ ଆହୁରି ମଜବୁତ ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା l

Related Post

କୋରୋନା ଅପଡେଟ (୧୬ମଇ ଘ୧୬.୪୯ମି)

Posted by - May 16, 2020 274
ଭୁବନେଶ୍ଵର : ରାଜ୍ୟରେ ଆଜି ଆଉ ୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଛି ।…

ସରକାରୀ ସଂଗରୋଧ କେନ୍ଦ୍ରରେ ଯୁବତୀ ଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା, ପୀଡିତା ନ୍ୟାୟ ଭିକ୍ଷା କଲେ

Posted by - June 8, 2020 611
ନୀଳଗିରି:୦୮/୦୬(ସୌମ୍ୟାସାଇ ବାରିକ୍)ମାନବିକତା ର ମୃତ୍ୟୁ ଘଟିଲେ ପାଶବିକତା ଓ ରାକ୍ଷସ ପ୍ରକୃତି ର ଜନ୍ମ ଘଟେ। ସେହି ଭଲି ଏକ ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ…

କାର୍ତ୍ତିବ୍ୟରେ ରହି ଅସହଯୋଗ ଆନ୍ଦୋଳନ ରେ ତାଲପାଲି ଡାକ୍ତର ଖାନା ର ଆୟୂଷ ଡାକ୍ତର

Posted by - October 8, 2021 0
ବରଗଡ:ବରଗଡ ଜ଼ିଲ୍ଲା ଅନ୍ତର୍ଗତ ବିଜେପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗାଇସିଲେଟ ବ୍ଲକ ର ତାଲପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ମଧ୍ୟ ଅସହଯୋଗ ଆନ୍ଦୋଳନ ରେ…

ସୁବର୍ଣ୍ଣପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ

Posted by - November 26, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ବଣ୍ଟନ କରା ଯାଇଛି I ଆଜି ଦିନ ୧୧ ଟା ୩୦ମିନିଟ…

ମହାମହିମ ରାଜ୍ୟପାଳକଂ ଆଦିଭୂମି ବଣ୍ଡା ଭୂମି ସୀତାକୁଣ୍ଡ ତୀର୍ଥ ସ୍ଥଳୀ ଗ୍ରସ୍ତ

Posted by - March 23, 2022 0
ମାଲକାନଗିରି:କୁଡୁମୁଲୁଗୁମ୍ମା/ଖଇରପୁଟ ,ରାଷ୍ଟ୍ରୀୟ କବି ସଂଗମ, ନୂଆଦିଲ୍ଲୀ ଆନୁକୂଲ୍ୟରେ ମାଲକାନଗିରି ଜିଲ୍ଲା ଶାଖା (ଓଡିଶା)ପକ୍ଷରୁ ଆୟୋଜିତ ରାମ ବନଗମନ ଆଧ୍ୟାତ୍ମିକ ଯାତ୍ରା ପରିପ୍ରେକ୍ଷୀରେ ଆଦିବାସୀ ଆଦିଭୂମି ମାଲକାନଗିରି ମାଟି…