ତୁରେକେଲା ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

97 0

ଭୁବନେଶ୍ବର :(ନରେନ୍ଦ୍ର ନେଗୀ)ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନସନ ଅନ୍ତର୍ଭୁକ୍ତ) ତୁରେକେଲା ତରଫରୁ ନବାଗତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନ୍ତ ପ୍ରଧାନଙ୍କୁ ସ୍ୱାଗତ କରାଯାଇଥିଲା । ସଂଘର ସଭାପତି ବିରଞ୍ଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ତୁରେକେଲା ବ୍ଲକରେ ନୂତନ ଭାବେ ଯୋଗ ଦେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଫୁଲତୋଡା ଓ ଉପଢୌକନ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ।

ଏହି ଅବସରରେ ତୁରେକେଲା ବ୍ଲକରେ ଶିକ୍ଷକ, ଶ୍ରେଣୀ କୋଠରୀ ଓ ପାନୀୟ ଜଳର ଅଭାବ ରହିଛି ତେଣୁ ଏହାପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ଦାଶ କହିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀମାନେ ଯେପରି ଦରମା ନିୟମିତ ମାସର ଶେଷ ଦିବସରେ ପାଇବେ ଓ ସେମାନଙ୍କର କାର୍ଯ୍ୟ ଗୁଡିକ ଶୀଘ୍ର ସମାଧାନ ହୋଇପାରିବ ବୋଲି ଶ୍ରୀ ଦାଶ ଦାବୀ କରିଥିଲେ ।

ତୁରେକେଲା ବ୍ଲକରେ ଶିକ୍ଷା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଯେପରି ହେବ ସେଥିପ୍ରତି କାର୍ଯ୍ୟାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବାକୁ ଶିକ୍ଷା ଅଧିକାରୀ ସମ୍ମତି ପ୍ରଦାନ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ସମ୍ପାଦକ ଜାନକୀରାମ ସାମବେଦମ, ପରାମର୍ଶ ଦାତା ଧନସିଂ ମାଝୀ, ପ୍ରେମରାଜ ପାଣିଗ୍ରାହୀ, ଶିକ୍ଷୟିତ୍ରୀ ଟିକେଶ୍ୱରୀ ସେଠ, ବିନୋଦିନୀ ତାଣ୍ଡୀ, ଶୁଭଦୀପ୍ତା ଦାଶ, ବିମଳ ପାଣ୍ଡେ, କୃତିକର ଜାଲ, ରବୀନ୍ଦ୍ର ରଥଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Related Post

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ କଳାହାଣ୍ଡି ଗସ୍ତ

Posted by - February 21, 2023 0
କଳାହାଣ୍ଡି :(ଅର୍ଜୁନ ପଟ୍ଟନାୟକଙ୍କ ସହ ନରେନ୍ଦ୍ର ନେଗୀ)ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀଯୁକ୍ତ ଅସିତ ତ୍ରିପାଠୀଙ୍କ କଳାହାଣ୍ଡି ଗସ୍ତ…

ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ “ଚଇତି”-୨୦୨୨ ଓଡ଼ିଶା ର ଅନ୍ୟତମ ତ୍ରିବେଣୀ ସଙ୍ଗମ ଶ୍ରୀ ମିନଝୋଲା ରୁ ଗଙ୍ଗା ଆବାହନ ଚଇତି ରଥ ଉନ୍ମୋଚନ

Posted by - January 4, 2023 0
ମୁନିଗୁଡା:(ରମାକାନ୍ତ ପୋଢାଳ )ରାୟଗଡ଼ା ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ଙ୍କ ପ୍ରସିଦ୍ଧ ଚଇତିଜାତ କୁ ଉପଲକ୍ଷ୍ୟ କରି ପ୍ରତି ବର୍ଷ ପାଳିତ ହୋଇ ଆସୁଥିବା ଜିଲ୍ଲାସ୍ତରୀୟ…

ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ବୈଠକ

Posted by - May 27, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ବୈଠକ ଗୋପାଳଜୀ ଯୋଗାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ନାଗରିକ ସଙ୍ଘ ସଭାପତି ଜ୍ୟୋତି ରଞ୍ଜନ…

ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଷୀଙ୍କ ପାଇଁ ଗର୍ଜିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - January 8, 2019 0
ନୂଆଦିଲୀ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି। ଭାରତୀୟ ଜନତା ପାର୍ଟି ମଧ୍ୟ ୨୦୧୪…

ଚିକିତ୍ସାଳୟ ରେ ମଧ୍ଯ ଭି ଆଇ ପି ରାଜ, ବିଧାୟକ ଙ୍କ ସୁବିଧା ପାଇଁ ସାଧାରଣ ୱାର୍ଡ କୁ ଗୁରୁତର ଶିଶୁ ସ୍ଥାନାନ୍ତର

Posted by - May 5, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବିଧାୟକ ଙ୍କ ସୁବିଧା ପାଇଁ ଜଣେ ୮ ବର୍ଷ ର ଗୁରୁତର ଶିଶୁ କୁ ସାଧାରଣ ୱାର୍ଡ କୁ ସ୍ଥାନାନ୍ତର…