ହରଭଙ୍ଗା :୦୧/୦୭ (ଚିତ୍ତରଞ୍ଜନ ସିଂ)ହଚଳିତ ଜୁଲାଇ ମାସ ୫ ତାରିଖ ରେ ବୌଦ୍ଧ ଜିଲ୍ଲା କୁ 5ଟି ସଚିବ VK ପାଣ୍ଡିଆନ ଙ୍କ ଗ୍ରସ୍ତ ନେଇ ବୌଦ୍ଧ ଜିଲ୍ଲା ଚଳ ଚଞ୍ଚଳ ହୋଇ ଉଠିଛି!ପ୍ରସ୍ତୁତି ପଥେ ହେଲିପେଡ,ଗ୍ରସ୍ତ ର ସଫଳ ରୂପାୟନ ପାଇଁ ଜିଲ୍ଲା ର ବିଭିନ୍ନ ସ୍ଥାନକୁ ଥିବା ଗ୍ରସ୍ତ ସ୍ଥାନ କୁ ଆଗୁଆ ସମୀକ୍ଷା କରାଯାଉଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାଇ ପାଣ୍ଡିଆନ ଙ୍କ ଏହି ଗ୍ରସ୍ତ ବୌଦ୍ଧ ଜିଲ୍ଲା ତିନିଗୋଟି ବ୍ଲକ କୁ ଥିବା ବେଳେ ଶନିବାର ଜଙ୍ଗଲ ପରିବେଶ, ପାନୀୟ ଜଳ, ପଞ୍ଚାୟତ ରାଜ ଓ ସୂଚନା ଓ ଲୋକ ସମ୍ପର୍କ ମନ୍ତୀ ପ୍ରଦୀପ କୁମାର ଅମାତ, ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ,ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ -ସୋଭାଗ୍ୟ ରଞ୍ଜନ ନାଏକ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ -ସୁବୋଧ ପ୍ରଧାନ ଙ୍କ ସମେତ ବିଜେଡି ର ବହୁ ତୁଙ୍ଗ ନେତା କିପରି ସଚିବ ଙ୍କ ଗ୍ରସ୍ତ ସଫଳ ହେବ ତାହାକୁ ନେଇ ଶନିବାର ଦିନ ହରଭଙ୍ଗା ବ୍ଲକ ର ପୁରୁଣାକଟକ ମିନିଷ୍ଟାଡିୟମ ଠାରେ ହେଉଥିବା ହେଲିପ୍ୟାଡ଼, ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ, ବିରନରସିଂପୁର ସ୍ଥିତ ନନ୍ଦନ ବନ, ଓ ଭୈରବୀ ମନ୍ଦିର ପରିକ୍ରମା ସହିତ ସ୍ଥିତି ସମୀକ୍ଷା କରିଥିଲେ!ଉକ୍ତ ଗ୍ରସ୍ତ କୁ ନେଇ ମନ୍ତ୍ରୀ ଙ୍କ ସମେତ ଅନ୍ୟ ସମସ୍ତେ ପୁରୁଣା କଟକ ଭୈରବୀ ମହୋତ୍ସବ କମିଟି ଓ ଉନ୍ନୟନ କମିଟି ସହିତ ମନ୍ଦିର ଉନ୍ନତି କରଣ ସହିତ 5ଟି ସଚିବ ଙ୍କ ଗ୍ରସ୍ତ ସଫଳ ରୂପାୟନ ପାଇଁ ଆଲୋଚନା କରିଥିଲେ।
ଅନ୍ୟପଟେ ସଚିବ ଙ୍କ ପୁରୁଣା କଟକ ଭୈରବୀ ମନ୍ଦିର ପରିଦର୍ଶନ ଥିବାବେଳେ ପୁରୁଣା କଟକ ଉନୟନ କମିଟି ଓ ଭୈରବୀ ମନ୍ଦିର ପରିଚାଳନା କମିଟି ର ମିଳିତ ଭାବେ ଏକ ବୈଠକ ଉନୟନ କମିଟିର ଆବାହକ ସଲିଳ ଭୋକ୍ତା ଙ୍କ ଅଧକ୍ଷତା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକ ରେ ପାଣ୍ଡିଆନ ଙ୍କ ଗ୍ରସ୍ତ କୁ ସଫଳ ଓ ଶାନ୍ତି ଶୃଙ୍ଖଳା ପାଇଁ ନିଷ୍ପତି ନିଆଯାଇଥିଲା l ଏବଂ ତାଙ୍କୁ କିପରି ପୁରୁଣା କଟକ ମିନି ଷ୍ଟାଡିୟମ ନିକଟରୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ମାଁ ଙ୍କ ମନ୍ଦିରକୁ ଅଣାଯିବ ସେନେଇ ଖସଡ଼ା ପ୍ରସ୍ତୁତ କରାଯାଇଥିଲା ।
ଏବଂ ପାଣ୍ଡିଆନ ଙ୍କ ଗ୍ରସ୍ତ କୁ ସମସ୍ତେ ଶାନ୍ତି ଶୃଙ୍ଖଳା ସହ କିପରି ସଫଳ କରାଇବେ କମିଟିର ସମସ୍ତ ସଦସ୍ୟ ଙ୍କ ସହଯୋଗ କାମନା କରାଯାଇଥିଲା l ଏହି ପ୍ରସ୍ତୁତି ବୈଠକ ରେ ପୁରୁଣା କଟକ ଉନୟନ କମିଟିର ସଭାପତି ଅଶୋକ ଅଗ୍ରୱାଲ, ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନ ଙ୍କ, ସମେତ ସୁକାନ୍ତ ପଟ୍ଟନାୟକ, କୈଳାଶ ଅଗ୍ରୱାଲ, ସୁଷେଣ ପ୍ରଧାନ, ପ୍ରାଣବନ୍ଧୁ ସାହୁ, ସତୀଶ ବେହେରା, ସୁକାନ୍ତ ଦାସ, ସଜନ ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ ଅଶୋକ ସେଠି, ଗରୁଡ଼ ପ୍ରଧାନ, ସରୋଜ ପ୍ରଧାନ ଙ୍କ ସହ କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ l