ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ସଦର ମହକୁମା କୁହାଯାଉଥିବା ଚାରିଛକ ବଜାର ଦେଇ ଖୋର୍ଦ୍ଧା -ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥ ଯାଇଛି l ଏବଂ ବ୍ଲକର ସମସ୍ତ ସରକାରୀ କାର୍ଯ୍ୟାଳୟ, ଥାନା, ବ୍ଲକ, କୋର୍ଟ, ତହସିଲ ଇତ୍ୟାଦି ରହିଥିବା ବେଳେ ଦୈନନ୍ଦିନ ଚାରିଛକ ବଜାର ଉପରେ ସରକାରୀ କାର୍ଯ୍ୟକ୍ଷେତ୍ର ପାଇଁ ଲୋକେ ନିର୍ଭର କରନ୍ତି l ଏବଂ ଜାତୀୟ ରାଜପଥ ଦେଇ ଯାଇଥିବାରୁ ଓଡିଶା ର ବିଭିନ୍ନ ସ୍ଥାନ ରୁ ରାତି, ଦିନ ବସ ଚଳାଚଳ ହେବା, ଯୋଗୁଁ ବଜାର ସବୁବେଳେ ଗହଳି ଲାଗି ରହିଥାଏ l
ବଜାର ର ଉନ୍ନତି କରଣକୁ ଦୃଷ୍ଟି ରେ ପ୍ରଶାସନ ପକ୍ଷରୁ ବଜାର ଉପରେ ବେଆଇନ ଭାବେ ମାଡି ଆସିଥିବା ଦୋକାନ ବଜାର, ଏବଂ ଜବର ଦଖଲ ଉଛେଦ ପାଇଁ ପୂର୍ବରୁ ପ୍ରଶାସନ ପକ୍ଷରୁ ଜମି ଚିନ୍ହଟ ପ୍ରକ୍ରିୟା ସରିବା ସହ ରାସ୍ତା ଉପରୁ ହଟିବା ପାଇଁ କୁହାଯିବା ସହ ଆବଶ୍ୟକ ସମୟ ମଧ୍ୟ ଦିଆଯାଇଥିଲା l କିନ୍ତୁ ପରବର୍ତୀ ସମୟ ରେ କେତେକ ଦୋକାନ ମାଲିକ ମାନେ ଜବର ଉଛେଦ ରୁ ହଟି ନଥିବାରୁ ପୁନର୍ବାର ବୁଧବାର ଦିନ ହରଭଙ୍ଗା ତହସିଲଦାର ସୁଶ୍ରୀ ଶିବାନୀ ଦାସ ଚାରିଚକ ବଜାର ପହଁଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ତୁରନ୍ତ ଜବର ଉଛେଦ ହଟିବା ପାଇଁ ନିର୍ଦେଶ ଦେଇଥିଲେ l
ଅନ୍ୟପଟେ କେତେକ ସ୍ଥନୀୟ ମହିଳାମାନେ ଆମେ ପୂର୍ବରୁ ଏଠି ଦୋକାନ ବାଡ଼ି କରି ଆମ ପରିବାର ଚଳି ଆସୁଥିଲୁ ବର୍ତମାନ ଭଙ୍ଗିଲେ ଆମେ ଚଳିବୁ କିପରି ବୋଲି ତହସିଲଦାର ଙ୍କୁ ଗୁହାରି କରିଥିବା ଜଣାପଡିଛି l ଏହି ଆଲୋଚନା ସମୟ ରେ ହରଭଙ୍ଗା ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ, ପୁରୁଣା କଟକ, ଓ ଆଡ଼େନିଗଡ଼ ରାଜସ୍ୱ ନିରୀକ୍ଷକ, ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ l