ଲୁଣିବାହାଲ ପଞ୍ଚାୟତ ରେ ଜିଲ୍ଲାପାଳ ଙ୍କ ଶେଷ ଅଭିଯୋଗ ଜନଶୁଣାଣୀ

83 0

୧୫୧ ଜଣଙ୍କ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ହରଭଙ୍ଗା :୨୬/୦୬ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ବୌଦ୍ଧ ଜିଲ୍ଲା ପାଳ ଙ୍କ ଶେଷ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଜିଲ୍ଲା ପାଳ ଙ୍କ ଆଉ ତିନି ଦିନ ପରେ ପ୍ରଶାସନିକ କାର୍ଯ୍ୟ କ୍ଷେତ୍ର ରୁ ଅବସର ନେଉଥିବା ବେଳେ ସୋମବାର ଦିନ ଏହା ଥିଲା ଶେଷ ଅଭିଯୋଗ ଶୁଣାଣି ଜିଲ୍ଲା ପାଳ ଙ୍କର କାର୍ଯ୍ୟ କ୍ଷେତ୍ର କୁ ପ୍ରଶଂସା ସହ ନ୍ୟାୟ ପ୍ରଦାନ ର ସଂପୂର୍ଣ୍ଣ ଆସ ଭରସା କୁ ପାଥେୟ କରି ଶିବିରକୁ ଜିଲ୍ଲା ର ତିନିଗୋଟି ବ୍ଲକ ର ଅଭିଯୋଗ କାରୀଙ୍କୁ ଦେଖିବାକୁ ମିଳିଥିଲା।

ସୁଦୂର କଣ୍ଟlମାଳ ବ୍ଲକ କଳତାପାଲି , ବୌଦ୍ଧ ବ୍ଲକ ବାଉଁସୁଣୀ ଓ ବଘୀଆ ପଡା ଓ ହରଭଙ୍ଗା ବ୍ଲକ ର ବିଭିନ୍ନ ଅନୁକୋଣରୁ ସମୁଦାୟ ୧୫୧ ଜଣ ଅଭିଯୋଗ କlରି ଅଭିଯୋଗ ପ୍ରଦାନ କରିଥିବା ଜଣାପଡିଛି!ଶିବିରରେ ରେଡ଼କ୍ରସ ପାଣ୍ଠିରୁ ୩୫ ଜଣଙ୍କୁ୨ ଲକ୍ଷ୍ୟ ୪୦ ହଜାର,୯ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା,୩ ଜଣକୁ ଟ୍ରାଏ ସାଇକେଲ,୨ ଜଣକୁ ହୁଇଲ ଚେୟାର, ଜଣକୁ ଆଶାବାଡି ପ୍ରଦାନ କରାଯାଇଥିବା ବେଳେ ଆବାସ ଯୋଜନା, ବିଦ୍ୟୁତ ସେବା, ପାନୀୟ ଜଳ ବ୍ୟବସ୍ଥା, ରାସ୍ତା ଘାଟ, ଆଦି ସମସ୍ୟା ନେଇ ଆସିଥିବା ଅଭିଯୋଗ ର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦିଆଯାଇଥିବା ଜଣାପଡିଛି!

ଏହି ଶିବିରରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଅତିତିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ରାଉତ,ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,, ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ଜିଲ୍ଲା ସୁଚନା ଲୋକ ସମ୍ପକ ଅଧକାରୀ ରୀତିକାନ୍ତି ବଳିୟାର ସିଂ,ହରଭଙ୍ଗା ତହସିଲ ଦାର ସୁଶ୍ରୀ ଶିବାନୀ ଦାସ, ବିଡ଼ିଓ ସ୍ୱପ୍ନିତା ନାୟକ, ଙ୍କ ସମେତ ଜିଲ୍ଲା ର ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିବା ବେଳେ ଜିପିଓ ଯତୀନ ମିଶ୍ର ଓ ଏସ ଇ ଓ ସୁନିଲ ମହାନ୍ତି ଶିବିରକୁ ପରିଚାଳନା କରିଥିଲେ।

ଅଭିଯୋଗ ଶୁଣାଣି ପରେ ସେଠାରୁ ଜିଲାପାଳ ହରଭଙ୍ଗାବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ, କୁ ପରିଦର୍ଶନ ଯିବା ସହ ବ୍ଲକରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ର ସ୍ଥାନ, ଓ ବିଭିନ୍ନ ସମସ୍ୟାଉପରେ ଆଲୋଚନା କରିଥିଲେ l ପରେ ଦେବଗଡ଼ ଗ୍ରାମକୁ ଯାଇ ଗ୍ରାମବାସୀ ଙ୍କ ସହ ଆଲୋଚନା କରି ଯୋଗ୍ୟ ହିତାଧିକାରୀ ଙ୍କୁ ଭତା, ଆବାସ ଗୃହ ଆଦି ବିଭିନ୍ନ ସମସ୍ୟା ର ସମାଧାନ କରିଥିଲେ l ଏବଂ ଗ୍ରାମ ରେ ଅସମ୍ପୂଣ ଥିବା ଅଙ୍ଗନବାଡି କେନ୍ଦ୍ର ର କାର୍ଯ୍ୟ ତଦାରଖ କରିଥିଲେ l

Related Post

ବାଣିଜ୍ୟ ମେଳା ପରିଦର୍ଶନ କଲେ ନାବାର୍ଡ ର ଡିଡିଏମ

Posted by - November 5, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରରେ କୁସୁମା ନିକଟରେ ଚାଲିଥିବା ବିରଜା ଶ୍ରୀ ବାଣିଜ୍ୟ ମେଳା ପରିଦର୍ଶନ କଲେ ନାବାର୍ଡ ର ଡିଡିଏମ । ସେ ଏହି ପରିଦର୍ଶନ କରି ମହିଳା…

ଯାଜପୁରର ପୁରାତନ ଜଗନ୍ନାଥ ମନ୍ଦିର ପାଚେରୀ ଭୁଷୁଡିଲା

Posted by - July 9, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରର ପୁରାତନ ଜଗନ୍ନାଥ ମନ୍ଦୀର ପାଚେରୀ ଭୁଷୁଡିଲା । ଏ ଏସ ଆଇ ବା ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଅଧିନରେ ରହିଥିବା…

କଟକ ସହର ତାଳଦଣ୍ଡାର ଦୁଇ ପାର୍ଶ୍ବରେ ତିନି ଥାକିଆ ରାସ୍ତା ଉଦ୍‌ଘାଟିତ

Posted by - October 11, 2020 0
କଟକ :କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ ସ୍ବରୂପ ଆଜି ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଜୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ…

ବାରମ୍ବାର ଦାବୀ ସତ୍ୱେ ଶୁଣିଲେ ନାହିଁ ସରକାର ,କାର୍ଯ୍ୟବନ୍ଦ କଲେ ଓଡିଶା ସ୍ୱାସ୍ଥ୍ୟ ମିଶନ କର୍ମଚାରୀ

Posted by - February 5, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ବାରମ୍ବାର ଦାବୀ ସତ୍ୱେ ଶୁଣିଲେ ନାହିଁ ସରକାର । ଆଜି ଠାରୁ କାର୍ଯ୍ୟବନ୍ଦ କରିବାକୁ ନିଷ୍ପତି ନେଲେ  ଓଡିଶା ସ୍ୱାସ୍ଥ୍ୟ ମିଶନ ଅଧିନରେ…

ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କାଳିଆ ଯୋଜନାର ଶୁଭାରମ୍ଭ

Posted by - January 1, 2019 9
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି।ଚାଷୀଙ୍କ ଆୟ ବୃଦ୍ଧି ଓ ସହାୟତା ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୨୫ ତାରିଖ…