ତ୍ରିକୋଣ ପ୍ରେମ କୁ ନେଇ ହତ୍ୟାକାଣ୍ଡ :ନୂଆ ପ୍ରେମିକ କୁ ଭଲପାଇ ପୁରୁଣା ପ୍ରେମିକ କୁ ସଙ୍ଘବଦ୍ଧ ଭାବେ ହତ୍ୟା କଲା ପ୍ରେମିକା

32 0

୫ ଅଭିଯୁକ୍ତ ଗିରଫ 
ଭୁବନେଶ୍ଵର: (ନରେନ୍ଦ୍ର ନେଗୀ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଶାଡୀଙ୍ଗିଆ ଗ୍ରାମ ପଞ୍ଚାୟତ ର କିଆମୁଣ୍ଡା ଜଙ୍ଗଲ ରୁ ଫିରିଙ୍ଗିଆ ଥାନା ପୋଲିସ ତା ୧୩/୬/୨୦୨୩ ଦିନ ଏକ ଝୁଲନ୍ତା ଶବ ଉଦ୍ଧାର କରିଥିଲା। ମୃତ ଦେହ ଟି ମାଲା ଗ୍ରାମର ରମେଶ ଦିଗାଲ ଙ୍କ ସାନପୁଅ ବସ୍ୟାନନ୍ଦ ଦିଗାଲ ର ବୋଲି ଜଣାପଡିବା ପରେ ମୃତ ଯୁବକ ର ବାପା ରମେଶ ଦିଗାଲ ପୁଅ କୁ ହତ୍ୟା କରାଯାଇଇଥିବା ସନ୍ଦେହ କରି ଫିରିଙ୍ଗିଆ ଥାନା ରେ ଏତେଲା ଦେଇଥିଲେ । ପୋଲିସ ଘଟଣା ସ୍ଥଳକୁ ଯାଇ ଶବ ଉଦ୍ଧାର କରି ଗୋଡ଼ ରେ ଆଘାତ ଲାଗିଥିବା ଏବଂ ପାରିପାର୍ଶ୍ବିକ ସ୍ଥିତି କୁ ଅନୁଧ୍ୟାନ କରିବା ସହ ହତ୍ୟା କରାଯାଇଥିବା ସନ୍ଦେହ କରି ତଦନ୍ତ ଜାରି ରଖିଥିଲା।

ଦୀର୍ଘ ୧୫ ଦିନର ତଦନ୍ତରେ ପୋଲିସ ଏହା ଏକ ତ୍ରିକୋଣ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଜାଣିବାପରେ ହତ୍ୟାକାଣ୍ଡ ରେ ସମ୍ପୃକ୍ତ କାଠ ଫାଳିଆ,ଶାବଳ ଜବତ କରିଥିବା ବେଳେ ଘଟଣା ସମ୍ପୃକ୍ତ ୫ ଜଣ ଅଭିଯୁକ୍ତ ଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ସୂଚନାଯୋଗ୍ୟ ମୃତ ଯୁବକ ବସ୍ୟାନନ୍ଦ ଦିଗାଲ ବିବାହିତ ହୋଇଥିଲେ ସୁଧା ଗିରଫ ହୋଇଥିବା ପ୍ରେମିକା ଚନ୍ଦ୍ରିକା ଦିଗାଲ କୁ ୪ବର୍ଷ ହେବ ଭଲପାଇ ଆସୁଥିଲେ। କିଛି ଦିନ ତଳେ ଚନ୍ଦ୍ରିକା କୋଟଗଡ ପାରିଗଡ଼ ଗ୍ରାମର ଯତୀନ ବଡ଼ସେଟ ନାମକ ଯୁବକ କୁ ନୂଆ କରି ଭଲପାଇବାରୁ ପୁରୁଣା ପ୍ରେମିକ ବସ୍ୟାନନ୍ଦ ଙ୍କୁ କଥା ବାର୍ତ୍ତା କରିବାକୁ ମନା କରିଦେଇଥିଲା ।

ସେପଟେ ପ୍ରେମିକା ଚନ୍ଦ୍ରିକା ଭିଣୋଇ ଅନନ୍ତ ଦିଗାଲ କୁ ମଧ୍ଯ ଭଲପାଇ ବସିଥିଲେ। ବସ୍ୟାନନ୍ଦ ଚନ୍ଦ୍ରିକା କୁ ବାହା ହେବା ପାଇଁ ବାଧ୍ୟ କରିଥିଲା । କିନ୍ତୁ ପ୍ରେମିକା ଚନ୍ଦ୍ରିକା ବସ୍ୟାନନ୍ଦ ଙ୍କୁ ଅଣଦେଖା କରୁଥିଲା। ବସ୍ୟାନନ୍ଦ ସନ୍ଦେହ କରି ଚନ୍ଦ୍ରିକା ଘରକୁ ଆସିଥିଲେ। ଚନ୍ଦ୍ରିକା ଘର ଲୋକେ ବସ୍ୟାନନ୍ଦ କୁ ତାଙ୍କ ଘରକୁ ନ ଆସିବା ପାଇଁ ମନା କରିଥିଲେ । ୧୨ /୬ ରିଖ ଦିନ ପ୍ରେମିକା ଚନ୍ଦ୍ରିକା ପୁରୁଣା ପ୍ରେମିକ ବସ୍ୟାନନ୍ଦ ଏବଂ ନୂଆ ପ୍ରେମିକ ଭିଣୋଇ ଅନନ୍ତ ଙ୍କୁ ଏକାଠି ଡାକି ମୁ ଅନନ୍ତ କୁ ଭଲ ପାଉଛି ଏ ମୋର ପ୍ରେମିକ ବୋଲି କହିବାରୁ ବସ୍ୟାନନ୍ଦ ଅନନ୍ତ କୁ ଚନ୍ଦ୍ରିକା ସହ ଥିବା କେତେକ ଅନ୍ତରଙ୍ଗ ଫୋଟ ଦେଖାଇଥିଲେ। ଏହି କାରଣ କୁ ସେମାନଙ୍କ ମଧ୍ୟ ଗଣ୍ଡଗୋଳ ହୋଇଥିଲା।

ବସ୍ୟାନନ୍ଦ ଙ୍କୁ ରାସ୍ତାରୁ ହଟାଇ ଦେବା ପାଇଁ ପ୍ରେମିକା ଚନ୍ଦ୍ରିକା ତାଙ୍କ ଘର ଲୋକେ ଏବଂ ନୂଆ ଭିଣୋଇ ପ୍ରେମିକ,ପାରିଗଡ଼ ପ୍ରେମିକ ମିଶି ଯୋଜନା ପ୍ରସ୍ତୁତ କରି ବସ୍ୟାନନ୍ଦ ଙ୍କୁ ଫୋନ ଯୋଗେ ଘରକୁ ଡାକି ମାଡ଼ ମାରି ହତ୍ୟା କରି କିଆମୁଣ୍ଡା ନିକଟସ୍ଥ ଜଙ୍ଗଲରେ ଝୁଲାଇ ଦେଇଥିଲେ। ପୋଲିସ ଗିରଫ କରିଥିବା ଏହି ଅଭିଯୁକ୍ତ ମାନେ ଯୋଜନା ବଧ ଭାବେ ବସ୍ୟାନନ୍ଦ ଦିଗାଲ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ପୋଲିସ ଅଭିଯୁକ୍ତ ପ୍ରେମିକା ଚନ୍ଦ୍ରିକା ଦିଗାଲ, ପ୍ରେମିକା ର ଭାଇ ସମୋନାଥ ଦିଗାଲ, ପ୍ରେମିକାର ବାପା ଗୁଜାରା ଦିଗାଲ, ଏହି ତିନିଜଣ ଫିରିଙ୍ଗିଆ ଥାନା ଅନ୍ତର୍ଗତ କିଆମୁଣ୍ଡା ଗାଁ ନିକଟ ଗୁଜାକାଡୁ ଗ୍ରାମର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ନୂଆ ପ୍ରେମିକ କୋଟଗଡ ଥାନା ଅନ୍ତର୍ଗତ ପରିଗଡ଼ ଗ୍ରାମର ଯତୀନ ବଡ଼ସେଟ ଏବଂ ବାଲିଗୁଡା ଥାନା ଅନ୍ତର୍ଗତ ସରୁପଡା ଗ୍ରାମର ଅନନ୍ତ ମଲ୍ଲିକ ବୋଲି ଜଣାପଡିଛି। ଫିରିଙ୍ଗିଆ ଥାନା ପୋଲିସ କେସ ନଂ ୬୯/୨୦୨୩ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

Related Post

ସୁବର୍ଣ୍ଣପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ

Posted by - November 26, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ବଣ୍ଟନ କରା ଯାଇଛି I ଆଜି ଦିନ ୧୧ ଟା ୩୦ମିନିଟ…

କଣ୍ଟାବାଞ୍ଜିକୁ ରାଜସ୍ବ ଜିଲ୍ଲା ମାନ୍ୟତା ଦାବି,ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ

Posted by - September 5, 2023 0
କଣ୍ଟାବାଞ୍ଜି ବ୍ୟୁରୋ 🙁 ନରେନ୍ଦ୍ର ନେଗୀ)କଣ୍ଟାବାଞ୍ଜିକୁ ରାଜସ୍ବ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଇଛି। ଜିଲ୍ଲା ସଙ୍ଘର୍ଷ ସମିତିର…

ଗଳି କନ୍ଦିରେ ମଦ ଦୋକାନ,ଅବକାରୀ ବିଭାଗ ନିଦାବିଷ୍ଣୁ,କୋଚିଆ ମାଲାମାଲ

Posted by - June 8, 2023 0
ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଗ୍ରାମଞ୍ଚଳ ଠୁ ଆରମ୍ଭ କରି ସହର, ରାସନ ଦୋକାନ, ପାନ ଦୋକାନ, ମନ୍ଦିର ପାଖ, ସ୍କୁଲ କଲେଜ ନିକଟରେ ଛତୁ…

ବହୁପ୍ରତୀକ୍ଷାର ଅନ୍ତ ଘଟାଇବ ସଂପର୍କର ସେତୁ, ଫାସେଡ଼_କେନ୍ଦୁଘାଟ ତେଲ ନଦୀ ସେତୁ

Posted by - December 23, 2022 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅନ୍ତର୍ଗତ ତେଲ ନଦୀ ଉପରେ ନିର୍ମାଣଧୀନ ଫାସେଡ଼-କେନ୍ଦୁଘାଟ ସେତୁ ଶେଷ ପର୍ଯ୍ୟାୟରେ। ଶୁକ୍ରବାର ସେତୁର କାର୍ଯ୍ୟ ଦେଖିବା ପାଇଁ…

ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଉପଖଣ୍ଡ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Posted by - May 13, 2023 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ):ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଉପଖଣ୍ଡ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ପାଟଣାଗଡ ବ୍ଲକ ସଭାପତି ଅସ୍ତରତ୍ନ…