Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

କାଶୀପୁର ଆମ୍ବ ଚାଷୀଙ୍କ ସମସ୍ୟା ର ଆଶୁ ସମାଧାନ କରା ନଗଲେ ଆନ୍ଦୋଳନର ଡାକରା

330 0

କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ଆମ୍ବ ରାଜ୍ୟ ତଥା ରାଜ୍ୟ ବାହାରେ ଦିନକୁ ଦିନ ଚାହିଦା ବଢୁଥିବା ବେଳେ ଅଞ୍ଚଳର ଚାଷୀଙ୍କ ପ୍ରତି ସରକାର ଏବଂ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ହେଉ ନ ଥିବା ହେତୁ ଆଗାମିଦିନରେ ଏକ ବିଶାଳ କୃଷକ ଆନ୍ଦୋଳନର ଆଭାନ କ୍ରମେ PCC ରାଜ୍ୟ କୃଷକ ସମବାୟ ସମିତି ଚ୍ୟାରମେନ ଶ୍ରୀ ଅମିୟ କୁମାର ପଟ୍ଟନାୟକ କାଶୀପୁର ଗସ୍ତ କରିଥିଲେ ।ପାଖାପାଖି ଦୁଇ ଦଶନ୍ଦି ବିତିଗଲାଣି କାଶୀପୁର ବ୍ଲକର ପ୍ରମୁଖ ଚାଷ କହିଲେ ଆମ୍ବ ବୋଲି ସମଗ୍ର ରାଜ୍ୟ ଏବଂ ରାଜ୍ୟବାହରେ ପ୍ରସିଦ୍ଧ ।

କିନ୍ତୁ ପ୍ରତିବର୍ଷ ସହ ସହ ଟୋନ ଆମ୍ବ କାଶୀପୁର ରୁ ପଡୋଶୀ ରାଜ୍ୟକୁ ରପ୍ତାନି ହେଉଛି ଚାଷୀ କିନ୍ତୁ ଉଚିତ ମୂଲ୍ୟ ପାଇପାରୁ ନାହାନ୍ତି । ଆମ୍ବର ମୂଲ୍ୟ ବୃଦ୍ଧି କିମ୍ବା ଚାଷୀଙ୍କୁ କୌଣସି ପ୍ରତ୍ସାହନ, ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେ ନିଆ ଯାଇ ନାହିଁ ଏହି କ୍ଷେତ୍ରରେ ସରକାରଙ୍କ ବୈମାତୃଭାବ ,ପ୍ରଶାସନ ର ଅଣଦେଖା ଏବଂ ବ୍ୟାପରୀଙ୍କ ମନମୁଖୀ ଦରଦାମ୍ ରେ ଆମ୍ବ ଚାଷୀ ବର୍ତ୍ତମାନ ଅଡୁଆରେ । ଆମ୍ବଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ଯାହାଫଳରେ ଆମ୍ବ ବ୍ୟାପାରି ମାନେ ସ୍ୱଳ୍ପ ଦରରେ ଆମ୍ବ କ୍ରୟ କରୁଛନ୍ତି ।

ସରକାରଙ୍କ ସହାୟତା, ଫସଲ ର ଉଚିତ ଦାମ,ଉନ୍ନତି ମାନର କୃଷି ଯନ୍ତ୍ରପାତି ,ଆମ୍ବ ପାଇଁ ଶୀତଳ ଭଣ୍ଡାର ସହ ବିଭିନ ପ୍ରକାର ଦାବୀ କରିଛନ୍ତି ,ଯଦି ରାଜ୍ୟ ସରକାର ଯଥା ଶୀଘ୍ର କାର୍ଯ୍ୟକାରୀ ନକରନ୍ତି ତାହାହେଲେ ଅଞ୍ଚଳର ହଜାର ହଜାର ଚାଷୀଙ୍କୁ ନେଇ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପଟ୍ଟନାୟକପ୍ରକାଶ କରିଛନ୍ତି ।

ଏହି ବୈଠକରେ ରାଜ୍ୟ କିଷାନ ସେଲ ଉପ ସମ୍ପଦକ ପି. ଦେବେନ୍ଦ୍ର ରାଓ,ରାଜ୍ୟ କିଷାନ ସେଲ ମେମ୍ବର ବୃନ୍ଦାବନ ଖଟେଇ ଗଞ୍ଜାମ, ଗଞ୍ଜାମ କିଶନସେଲ ସଭାପତି ଶ୍ୟାମସୁନ୍ଦର ଦରା ,କାଶୀପୁର ଲ୍ୟାମ୍ପ ସଭାପତି ମଦନ ମାଝୀ, ବ୍ଲକ କଂଗ୍ରେସ ସଭାପତି ଅଙ୍ଗଦ ନାଏକ, ଅନିଲ ଜଏନ ଓ ଅଞ୍ଚଳର ଚାଷୀ ମାନେ ଉପସ୍ଥିତ ଥିଲେ ।

 

Related Post

ପୂର୍ବତନ ବିଧାୟକ ଶିବାଜୀ ମାଝି ଙ୍କ କଂଗ୍ରେସ ରୁ ଇସ୍ତଫା

Posted by - November 7, 2021 0
ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ପୁର୍ବତନ ବିଧାୟକ ଶିବାଜୀ ମାଝି କଂଗ୍ରେସ ଦଳର ପ୍ରାଥମିକ ସଦସ୍ଯ ପଦବୀରୁ ଇସ୍ତଫା ଦେଇଛନ୍ତି।ଶ୍ରୀ ମାଝୀ ୨୦୦୭ ମସିହା ରେ କଂଗ୍ରେସ…

ଚାରିପ୍ରାଣୀଙ୍କୁ ଜାଳି ଦେବା ଉଦ୍ୟମରେ ଓ ଘର ପୋଡି ଘଟଣାରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ

Posted by - January 26, 2023 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ସଦର ଇନ୍ଦ୍ରା ଆବାସ କଲୋନୀ ଠାରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଥିଲା।ଅଭିଯୁକ୍ତ ମଦନ ନାଏକ ପିତା…

ମୂଲ ଲାଗିଲେ ଚୁଲି ଜଳେ,ଚଳୁନି ହାତ ଗୋଡ,ବିଧବା ମାର କାନ୍ଦଣା ଶୁଣୁନି ସରକାର

Posted by - August 13, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ମା ମନସ୍କ କରିଥିଲା ବୃଦ୍ଧା ବେଳକୁ ମର ସେବା କରିବ।୨୫ବର୍ଷ ଆଗରୁ ତା ବାପା ଚାଲିଗଲା,ଦାରିଦ୍ର୍ୟ ବିକଳ ରେ ମା ଓ ପୁଅ।ଗ୍ରାମର…

ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଫସିଲା ଦେଶୀ ଡଙ୍ଗା, ୨୫ ମୂଲ୍ୟବାନ ଜୀବନ ବଞ୍ଚାଇଲା ୧୦୮ ଆମ୍ବୁଲାନ୍ସ

Posted by - September 16, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ର ମରଣଯନ୍ତା ପାଲଟିଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ୨୫ ମୂଲ୍ୟବାନ ଜୀବନ। ୧୦୮…

ହରିଶଙ୍କର ରୁ ନୃସିଂହନାଥ କୁ ରୁପୱେ ନିର୍ମାଣ ଦାବିରେ ହରିଶଙ୍କର ଝରଣା ରେ ଜଳ ସତ୍ୟାଗ୍ରହ

Posted by - October 11, 2022 0
ଖପ୍ରାଖୋଲ :୧୦/୧୦(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୂଣ୍ୟ କ୍ଷେତ୍ର ହରିଶଙ୍କର ଠାରେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ ହରିଶଙ୍କର ଠାରୁ…