Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ନୂଆଦିଲ୍ଲୀ ରେ “ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର କଲ୍ୟାଣ ସଂସଦୀୟ କମିଟି” ର ଉଚ୍ଚ ସ୍ତରୀୟ ବୈଠକ

49 0

ଭୁବନେଶ୍ଵର :(ନରେନ୍ଦ୍ର ନେଗୀ):ସଂସଦ ଭବନ ପରିସର ସ୍ଥିତ କମିଟି କକ୍ଷ ରେ “ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ ସଂସଦୀୟ କମିଟି” ର ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଲୋକସଭା ସାଂସଦ ଡକ୍ଟର କିରିଟ୍ ପ୍ରେମଜି ଭାଇ ସୋଲାଙ୍କି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ରେ ବିଜେଡି ସାଂସଦ ନିରଞ୍ଜନ ବିଶି ଯୋଗଦେଇ ପବ୍ଲିକ୍ ସେକ୍ଟର ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ, ପବ୍ଲିକ୍ ସେକ୍ଟର ବୀମା କମ୍ପାନୀ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ, ପେନ୍ସନ୍ ପାଣ୍ଠି ନିୟାମକ ବିକାଶ ପ୍ରାଧିକରଣ ଗୁଡିକ ରେ ନିଯୁକ୍ତି ଏବଂ ପଦୋନ୍ନତି କ୍ଷେତ୍ରରେ ଏସ୍.ସି. ଏବଂ ଏସ୍.ଟି ପାଇଁ ସଂରକ୍ଷଣ ନୀତିର କାର୍ଯ୍ୟକାରୀ କରିବା , ବ୍ୟାଙ୍କ, ବୀମା ସଂସ୍ଥା, ରାଷ୍ଟ୍ରୀୟ ବୀମା କମ୍ପାନୀ, ରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ର ପ୍ରାର୍ଥୀ ମାନଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ପ୍ରଦାନ, ଏସସି,ଏସଟି ଯୁବକ ମାନଙ୍କୁ ପ୍ରାକ ନିଯୁକ୍ତି ତାଲିମ ଭଳି ପ୍ରସଙ୍ଗ ଉଠାଇଛନ୍ତି।

ଏସସି ଏବଂ ଏସଟି କର୍ମଚାରୀ କଲ୍ୟାଣ ସଂଘ ର କର୍ମକର୍ତ୍ତା ଙ୍କ ସହିତ ତ୍ରିମାସିକ ବୈଠକ କରିବା,ସମସ୍ତ ବ୍ୟାଙ୍କ ବୀମା ପ୍ରତିଷ୍ଠାନ ୱେବସାଇଟରେ 200 ପଏଣ୍ଟ ସଂରକ୍ଷଣ ରୋଷ୍ଟର ଉପଲବ୍ଧ କରାଇବା ,ଜାଲ ଜାତି ପ୍ରମାଣପତ୍ର ଧାରୀ କର୍ମଚାରୀଙ୍କୁ ଚାକିରିରୁ ହଟାଇବା, ସିଧାସଳଖ ନିଯୁକ୍ତି ଏବଂ ପଦୋନ୍ନତି ପାଇଁ ଏସସି ଏବଂ ଏସଟି ପ୍ରାର୍ଥୀଙ୍କୁ ରିହାତି , ଏସସି ଏବଂ ଏସଟି କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟାକଲଗ୍ ଖାଲି ସ୍ଥାନ ସ୍ଵତନ୍ତ୍ର ନିଯୁକ୍ତି ଡ୍ରାଇଭ୍ ରେ ନିଯୁକ୍ତି କରିବା,ଏସସି ଏସଟି କର୍ମଚାରୀ କଲ୍ୟାଣ ଏସୋସିଏସନ ର ପଦାଧିକାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଛୁଟି,ଯାତାୟାତ ଖର୍ଚ୍ଚ ପ୍ରଦାନ କରିବା, ଏସସି ଏବଂ ଏସଟି କର୍ମଚାରୀ ଙ୍କ ପାଇଁ ସ୍ୱତନ୍ତ୍ର ସେଲ୍ ମାଧ୍ୟମରେ କର୍ମଚାରୀଙ୍କ ଅଭିଯୋଗର ସମାଧାନ | ଏସସି ଏସଟି ସମ୍ପ୍ରଦାୟ ର ବିକାଶ ପାଇଁ ସି ଏସ ଆର ପାଣ୍ଠି ପ୍ରଦାନ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ l

ଏହି ବୈଠକ ରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ, ପବ୍ଲିକ୍ ସେକ୍ଟର ବୀମା କମ୍ପାନୀ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ, ପେନ୍ସନ୍ ପାଣ୍ଠି ନିୟାମକ ବିକାଶ ପ୍ରାଧିକରଣ ବିଭାଗ ର ଅଧିକାରୀ ଗଣ ଉପସ୍ଥିତ ଥିଲେ l ବିତ୍ତ ସେବା ବିଭାଗ ର ସଚିବ ଡ଼.ବିବେକ ଯୋଶୀ , ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଭାରତୀୟ ଜୀବନ ବୀମା ନିଗମ ର ଟବଳେଶ ପାଣ୍ଡେ ପରିଚାଳନା ନିର୍ଦ୍ଦେଶକ, ଦୀନେଶ ଭଗତ ଜୋନାଲ ମ୍ୟାନେଜର, ଆରକେ ଦୁବେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ନ୍ୟାସନାଲ୍ ଇନସୁରାନ୍ସ କମ୍ପାନୀ ଲି. ର ଚେୟାରମ୍ୟାନ ତଥା ପରିଚାଳନା ନିଁର୍ଧେଶକ ଶ୍ରୀମତୀ ସୂଚିତl ଗୁପ୍ତା, ଜେନେରାଲ ମ୍ୟାନେଜର ମଧୁସ୍ମିତା ଜେନା , ସତ୍ୟଜିତ୍ ତ୍ରିପାଠୀ ଚେୟାରମ୍ୟାନ୍ ତଥା ୟୁନାଇଟେଡ୍ ଇଣ୍ଡିଆ ଇନସୁରାନ୍ସ କମ୍ପାନୀ ଲିମିଟେଡ୍, ସିଏସ୍ ରାଧିକା ଜିଏମ୍, ଆର ଆର ସିଙ୍ଗ୍ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଏ କେ ସାକ୍ସେନା ଜିଏମ୍ ଓରିଏଣ୍ଟାଲ ଇନସୁରାନ୍ସ କମ୍ପାନୀ ଲି. ସମୀକ୍ଷା ବୈଠକ ରେ ଉପସ୍ଥିତ ଥିଲେ l

Related Post

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଯଶବନ୍ତ ସିହ୍ନା,ରାହୁଲ ଗାନ୍ଧି ଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ

Posted by - June 29, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧିଦଳର ପ୍ରାର୍ଥୀ ଯଶଵନ୍ତ ସିହ୍ନା ଜୁନ୍ ୨୭ ତାରିଖ ଦିନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।…

ବେଙ୍ଗାଲୁରୁ ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପାଳନ

Posted by - June 20, 2023 0
ବେଙ୍ଗାଲୁରୁ:୨୦/୦୬(କିଶୋର ଦ୍ବିବେଦୀ )ବେଙ୍ଗାଲୁରୁର ଆଗରାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ଭକ୍ତିପୁତ ପରିବେଶ ମଧ୍ୟରେ ପବିତ୍ର ରଥଯାତ୍ରା ପର୍ବ ପାଳନ କରାଯାଇଛି। ଏଠାରେ ବଢି ଭୋରରୁ ମଂଗଳ ଆରତୀ,…

ନୃସିଂହ ଚରଣ ପତିଙ୍କ ସ୍ମୃତିରେ ଆନ୍ତର୍ଜାତିକ ଆଭାସି ଶୋକସଭା

Posted by - May 11, 2022 0
ରୋଡସଆଇଲ୍ୟାଣ୍ଡ/ମସ୍କୋ/ଲଣ୍ଡନ/ମାଞ୍ଚେଷ୍ଟର/ସିଓଲ/ଦୁବାଇ/ସିଡନୀ/ଭୁବନେଶ୍ୱର/କଟକ, ତା ୧୧.୦୫ ପୂର୍ବତନ ଭାରତୀୟ ରେଳବାଇର ଅଧିକାରୀ ସ୍ୱର୍ଗତଃ ନୃସିଂହ ଚରଣ ପତିଙ୍କ ଉଦ୍ଦେଶ୍ୟରେ ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱାଓସୋ) ପକ୍ଷରୁ ଏକ ଆନ୍ତର୍ଜାତିକ ଆଭାସି…

ବେଙ୍ଗାଲୁରୁଠାରେ ମହାବିନାୟକ ମହୋତ୍ସବ ସମାପନ

Posted by - September 3, 2022 0
ବେଙ୍ଗାଲୁରୁ:୩ା୯ : ବେଙ୍ଗାଲୁରୁଠାରେ ଓଡ଼ିଶା ପୂଜା କମିଟି ତରଫରୁ ମହାସମାରୋହରେ ୨୮ତମ ମହାବିନାୟକ ମହୋତ୍ସବ ପାଳନ କରାଯାଇଥିବା ଜଣାଯାଇଛି । ଏହି ଉପଲକ୍ଷେ ପୂଜାସ୍ଥଳୀ ଏମ୍‌. ବିଶ୍ୱେଶରାୟ…

କେମିକାଲ୍ ଫ୍ୟାକ୍ଟ୍ରିରେ ଭୟଙ୍କର ବିଷ୍ଫୋରଣ

Posted by - March 21, 2021 0
ରତ୍ନଗିରି: ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲା ଖେଡ଼ ଅଞ୍ଚଳସ୍ଥିତ ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଭୟଙ୍କର ବିଷ୍ଫୋରଣ। ଘଟଣାରେ ୪ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ହୋଇଛନ୍ତି।…