ଯାଜପୁରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ

655 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଆଜି ଦିନିକିଆ ଯାଜପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ। ପ୍ରଥମେ ବଡ଼ଚଣା ବ୍ଲକ ଅଣକା ପଂଚାୟତ କୃଷ୍ଣପୁରଶାସନ ଗ୍ରାମର ଜଗନ୍ନାଥ ସରକାରୀ ବିଦ୍ୟାପୀଠରେ ପହଂଚି ସ୍କୁଲର ପ୍ରତିଷ୍ଠାତା ସ୍ବର୍ଗତ ଜଗନ୍ନାଥ ଶତପଥୀଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ। ଏହି ଉତ୍ସବରେ ସ୍ବର୍ଗତ ଶତପଥୀଙ୍କ ପୁତ୍ର ବଡ଼ଚଣାର ବିଧାୟକ ଅମର ପ୍ରସାଦ ଶତପଥୀ ଓ ଗ୍ରାମବାସୀ ଯୋଗଦେଇ ରାଜ୍ୟପାଳଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ବାଲିଚନ୍ଦ୍ରପୁର ସରକାରୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇଥିଲେ।

ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ମତଲୁବ ଅଲ୍ଲୀ, ବିଧାୟକ ଅମର ପ୍ରସାଦ ଶତପଥୀ ଅତିଥି ଭାବେ ଯୋଗଦେଇଥିଲେ। ଏହାପରେ ଧର୍ମଶାଳା ବ୍ଲକ ନେଉଳପୁରସ୍ଥିତ ନୀଳସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରିବା ସହ ଶିକ୍ଷା ହିଁ ମଣିଷକୁ ଅଜ୍ଞାନ ରୂପୀ ଅନ୍ଧକାରରୁ ଜ୍ଞାନ ରୂପୀ ଆଲୋକକୁ ଆଣିଥାଏ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ସମଗ୍ର ଅଂଚଳ ପାଇଁ ଏହି ଅନୁଷ୍ଠାନ ମଣିଷ ଗଢ଼ା କାରଖାନା ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉପଲକ୍ଷେ ପ୍ରକାଶିତ ସ୍ମରଣୀକାକୁ ଅତିଥିମାନେ ଲୋକାର୍ପିତ କରିଥିଲେ। ଏଥିସହ ଅନୁଷ୍ଠାନ ପ୍ରତିଷ୍ଠା ଦିଗରେ ଅବଦାନ ଥିବା ବ୍ୟକ୍ତିବିଶେଷ ଓ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମହାମହିମ ରାଜ୍ୟପାଳ। ଏହି ସମାରୋହରେ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା, ସଦସ୍ୟ, ସ୍କୁଲର ଛାତ୍ରଛାତ୍ରୀ ଏବଂ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ।

Facebook Notice for EU! You need to login to view and post FB Comments!

Related Post

ରାଜ୍ୟପାଳଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପିତ “ଗାନ୍ଧୀ ମଣ୍ଡପ” ନିର୍ମାଣ ସରିବେ କେବେ.!!

Posted by - October 2, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଭାରତୀୟ ସ୍ୱାଧିନତା ଆନ୍ଦୋଳନର ମୁଖ୍ୟ ପୁରୋଧା, ଅହିଂସା ଓ ସତ୍ୟାଗ୍ରହ ଆନ୍ଦୋଳନ ଦେଇ ପରାଧିନ ଭାରତକୁ ସ୍ୱାଧୀନତା ଆଣିଥିବା ମୋହନ ଦାସ କରମଚାନ୍ଦ ଗାନ୍ଧୀ (ମହାତ୍ମା…

ପଞ୍ଚଦଶ ବିଧାନସଭାର ଶେଷ,ବଜେଟ୍ ଅଧିବେଶନରେ ଚାଷୀ ଓ ନିଯୁକ୍ତି ତାତି

Posted by - February 8, 2019 807
ଭୁବନେଶ୍ବର:ବିଧାନସଭା ଶେଷ ଦିନରେ ବି ଗୃହରେ ତାତି । ଶାସକ ଓ ବିରୋଧି ସବୁଥର ଭଳି ନାରାବାଜି, କଥାକଟାକଟିରେ ପରସ୍ପରକୁ ବ୍ୟାକ ଫୁଟରେ ରଖିବାକୁ ଚେଷ୍ଟା କରିଛନ୍ତି…

ପଂଚାୟତ ନିର୍ବାଚନରେ ୭୦ବର୍ଷ ହେବ ଅନୁସୂଚିତ ଜାତି -ମହିଳାଙ୍କ ସ୍ଥାନ ସଂରକ୍ଷିତ ନ ଥିବାରୁ ବିକ୍ଷୋଭ

Posted by - October 18, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ମୁଣ୍ଡିପଦର ଗ୍ରାମପଞ୍ଚାୟତ ରେ ଦେଖିବାକୁ ମିଳିଛି ଏକ ବିରାଟ ସମସ୍ୟା ର ଦୃଶ୍ୟ!ଯାହାକି ବୌଦ୍ଧ ଜିଲ୍ଲା ବାସୀଙ୍କୁ ଚକିତ କଲାପରି…

ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଆରପିଏଫ କନେଷ୍ଟବଳ ଦ୍ୱାରା ଯାତ୍ରୀଙ୍କ ଜୀବନ ରକ୍ଷା

Posted by - June 25, 2019 0
ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଚଳନ୍ତା ଭଦ୍ରକ-ଭୁବନେଶ୍ୱର ମେମୁ ଟ୍ରେନ୍ରୁ ଓହ୍ଲାଉ ଥିବାବେଳେ ପଶ୍ଚିମ ବଙ୍ଗ ର ୨୪ ବର୍ଷ ବୟସ୍କ ଜଣେ ଯାତ୍ରୀ ନାଜିର ମାଲିକ…

ଆୟୁଷ ଡାକ୍ତର ଙ୍କ ଅସହଯୋଗ ଆନ୍ଦୋଳନ ଆରମ୍ଭ

Posted by - October 3, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଅଲ ଓଡ଼ିଶା ଆୟୁଷ ଡାକ୍ତର ଆସୋସିଏସନ ଆହ୍ୱାନ କ୍ରମେ ଆୟୁଷ ଡାକ୍ତର ମାନେ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ତ୍ତବ୍ୟରେ…

Leave a comment

Your email address will not be published.