ଅଧ୍ୟାପକ ପ୍ରବୀର ଦାସ ଙ୍କୁ ଅନ୍ତରାଷ୍ଟ୍ରୀୟ ପରିବେଶ ବିଜ୍ଞାନୀ ପୁରସ୍କାର

57 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଜାମ୍ମୁକାଶ୍ମୀର ର ରାଜଧାନୀ ଶ୍ରୀନଗର ଠାରେ ଅନୁଷ୍ଟିତ ପାଞ୍ଚମ ଆନ୍ତର୍ଜାତିକ ଜଳବାୟୁ ପରିବର୍ତ୍ତନ ଓ ତାର ପ୍ରଭାବ ସମ୍ମିଳନୀ ରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ର ବିଭାଗ ମୁଖ୍ୟ ତଥା ପରିବେଶବିତ୍ ଅଧ୍ୟାପକ ଡ. ପ୍ରବୀର କୁମାର ଦାସ ଙ୍କୁ ସମ୍ମାନ ଜନକ “ପରିବେଶ ବିଜ୍ଞାନୀ ସମ୍ମାନ” ରେ ସମ୍ମାନିତ କରାଯାଇଅଛି l ଚଳିତ ଜୁନ ମାସ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ସମ୍ମିଳନୀରେ ଡ. ଦାସ “ବୌଦ୍ଧ ଜଙ୍ଗଲ ରେ ଲାଗୁଥିବା ବନାଗ୍ନି ଓ ତାର ପରିଚାଳନା” ବିଷୟ ଉପରେ ତାଙ୍କର ଗବେଷଣାଗତ ନିବନ୍ଧ ଉପସ୍ଥାପନା କରିଥିଲେ ଯାହାକି ଉଚ୍ଚକୋଟୀର ହୋଇଥିଲା l

ଏହି ସମ୍ମିଳନୀରେ ପୃଥିବୀ ର ୧୨ ଟି ଦେଶର ୧୩୫୦ ଜଣ ବିଜ୍ଞାନୀ ଅଂଶଗ୍ରହଣ କରି ନିଜ ନିଜର ନିବନ୍ଧ ଉପସ୍ଥାପନା କରିଥିଲେ l ଉଚ୍ଚକୋଟୀର ଗବେଷଣା ଏବଂ ଅନେକ ବର୍ଷଧରି କରିଆସୁଥିବା ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି l ୨୦୦୧ ମସିହା ଠାରୁ ସେ ଭାରତ ସରକାରଙ୍କ ଇକୋ କ୍ଲବ କାର୍ଯ୍ୟକ୍ରମ ର ମୁଖ୍ୟ ପ୍ରଶିକ୍ଷକ ରୂପେ କାର୍ଯ୍ୟ କରି ଆସୁଚନ୍ତି l

ନିକଟରେ ସେ ଗଚ୍ଛ ସୁରକ୍ଷାପାଇଁ ଏକ ବିଶ୍ଵ ରେକର୍ଡ ସୃଷ୍ଟି କରିଥିଲେ l ସେ ଦୁଇ ଥର ପ୍ରକୃତି ବନ୍ଧୁ, ଥରେ ପ୍ରକୃତି ମିତ୍ର, ବିଜୁପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ରେ ସମ୍ମାନିତ ହେବା ସହ ଅନେକ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି l ଏହି ବିରଳ ସଫଳତା ପାଇଁ ତାଙ୍କୁ ବୌଦ୍ଧ ଜିଲ୍ଲାପାଳ, ଉପଜିଲ୍ଲାପାଳ ,ବୌଦ୍ଧ ବନଖଣ୍ଡ ଅଧିକାରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ ଇତ୍ଯାଦି ଶୁଭେଚ୍ଛା ଜ୍ଞାପନ କରିଛନ୍ତି l ଏଥିପାଇଁ ତାଙ୍କର ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ଇକୋ କ୍ଲବ ଶିକ୍ଷକ ମହଲରେ ଆନନ୍ଦ ଖେଳିଯାଇଛି l

Related Post

ଜନ୍ମ ଦିନରେ ଚକ୍ଷୁଦାନ ପାଇଁ ଆବେଦନ

Posted by - June 30, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ନିଜର ଜନ୍ମ ଦିନରେ ଦେବାଦେବୀ ଦର୍ଶନ, ବସ୍ତ୍ର ଦାନ ତ କିଏ ରକ୍ତଦାନ କରିଥାନ୍ତି l ହେଲେ ସୁବର୍ଣ୍ଣପୁର ଜିଲ୍ଲାର ଏପରି ଜଣେ ଯୁବକ…

ବେସାହାରା ମିନି କଅଁର ଙ୍କୁ ଉଦ୍ଧାର କଲା ସିନିୟର ସିଟିଜନ୍ ହୋମ “ବନଦୂର୍ଗା ଓଲଡେଚ୍ ହୋମ ଚାରିଛକ”

Posted by - November 22, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତ ରୁଗୁଡିଘୁରା ଗ୍ରାମ ର ମିନି କଅଁର। ବୟସ ଆସି ପହଞ୍ଚିଲାଣି ଅନ୍ତିମ ରେ ।ନିଜର…

ନୂଆଁଣିଆ କୁଡ଼ିଆରେ କଟୁଛି ଦୁର୍ବିସହ ଜୀବନ, ଆବାସ ଯୋଜନା ସାତସପନ

Posted by - November 13, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ଯୋଗ୍ୟ ହିତାଧିକାରୀଙ୍କ ପାଇଁ ରହିଛି ସରକାରଙ୍କ ଆବାସ ଯୋଜନା। କିନ୍ତୁ ଆଜିବି ଚାଳ ଛପର ଘରେ ବିତୁଛି ଯୋଗ୍ୟ ହିତାଧିକାରୀଙ୍କ ଜୀବନ।…

ଶିବରାମ ନାୟକ ପାଇଲେ ଏସିଆ ପେସିଫିକ ଏକ୍ସସିଲେନ୍ସସି ଆୱାର୍ଡ ୨୦୨୨

Posted by - March 1, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭବାନୀପାଟଣା  ବିଭିନ୍ନ ସାମାଜିକ ଉନ୍ନତିମୂଳକ ସଚେତନତା ତଥା ଶିକ୍ଷା ମୂଳକ କାର୍ଯ୍ୟକ୍ରମରେ ଅହରହ ସକ୍ରିୟ ଭୂମିକା ତଥା ଦେଶର ଅନୁନ୍ନତ…