ଝିଅ ଘର ର ଅଭିଯୋଗ ପରେ ଖୋଜି ଧରିଲା ପୋଲିସ
ଖପ୍ରାଖୋଲ :୧୯/୬(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ମଟିଆଭଟା ପଞ୍ଚାୟତ ପୁତଲାମହୁଲ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ କୁ ହତ୍ୟାକରୀ ଏକ ଆଖା ରେ ମୃତଦେହ ପୁରାଇ ପେଟ୍ରୋଲ ଢ଼ାଳି ସମ୍ପର୍କୀୟ ଙ୍କ ସହ ପୋଡ଼ି ଦେଇଥିବା ପୋଲିସ ସୂଚନା ଦେଇଛି। ସୂଚନା ଅନୁସାରେ ଗତ ୧୭ ତାରିଖ କିନ୍ଦ୍ରି ଟାଳ ଗାଁ ର ଶ୍ରୀପତି ଭୋଇ ତାଙ୍କ ଝିଅ ଚୂଳବତି ସାହୁ (୨୮) ପୂତୁଲାମହୁଲ ଗାଁ ର ଜ୍ବାଇଁ ଘରୁ ନିରୁଦ୍ଧିଷ୍ଟ ଥିବା ଖପ୍ରାଖୋଲ ପୋଲିସ ରେ ଜଣାଇଥିବା ବେଳେ ପରେ ଜ୍ବାଇଁ ପରିବାର ଝିଅକୁ ହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ କୁ ଜଣାଇଥିଲେ ।
ଅଭିଯୋଗ କୁ ଭିତ୍ତି କରି ଖପ୍ରାଖୋଲ ଥାନା ଦାୟିତ୍ୱରେ ଥିବା ଲାଠୋର ଥାନା ଅଧିକାରୀ ଝସକେତନ୍ ଭୋଇ ଙ୍କ ନେତୃତ୍ୱରେ ପୂତୁଲାମହୁଲ୍ ଗାଁ କୁ ଯାଇ ତଦନ୍ତ କଲାପରେ ଚୁଲବତି କୁ ତାର ସ୍ବାମୀ ତେଜରାଜ ସାହୁ ( ୩୦ )ହତ୍ୟା କଲାପରେ ମୃତଦେହ କୁ ଆଖା ରେ ପୁରାଇ ରାତିରେ ଗାଁ ଠୁ ଦୂରରେ ଏକ ନାଳ ରେ ପେଟ୍ରୋଲ ଓ ଟାୟାର ସହାୟତାରେ ପୋଡ଼ି ଦେଇ ଅବ ସିଷ୍ଟାଂଶ କୁ ପାଣିରେ ଫୋପାଡି ଦେଇଥିବା ଜାଣିବାକୁ ପାଇଥିଲେ। ଏହି ଘଟଣାରେ ସ୍ଵାମୀ ତେଜରାଜ୍, ତାର ବଡ଼ ଭାଇ ଟିକେଲାଲ୍ ସାହୁ (୩୫)ଓ ମଉସା ଗୁଣନିଧି ସାହୁ(୪୫ )କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି।
ସୂଚନା ଅନୁସାରେ ଚୁଳବତି ଓ ଟିକେ ଲାଲ ନିଜ ନିଜ ପରିବାର ସହ ୮ ବର୍ଷ ତଳେ ଆନ୍ଧ୍ରପ୍ରଦେଶ କୁ ଦାଦନ ଯାଇଥିବା ବେଳେ ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ହେବାସହ ସେଠାରୁ ଉଭୟେ ଫେରାର ହୋଇ ବରଗଡ଼ ଅଞ୍ଚଳରେ ରହିଥିଲେ। ପରେ ଉଭୟ ପରିବାର ସହମତିରେ ନିଜ ଗାଁ ପୁତୁଲାମହୁଲ ଗାଁ ରେ ରହିବା ସହ ତାଙ୍କ ଏକ ୪ ବର୍ଷର ଏକ ଝିଅ ଅଛନ୍ତି। ଝିଅ ନିଖୋଜ ଥିବା ନେଇ ସ୍ଵାମୀ ଘରେ ଖବର ଦେଲା ପରେ ବାପ ଘର ଲୋକେ ପ୍ରଥମେ ନିରୁ ଦିଷ୍ଟ ଥିବା ଥାନାକୁ ଜଣାଇବା ସହ ପରେ ହତ୍ୟା କରିଥିବା ଅଭିଯୋଗ କରିଥିଲେ।
ଏନେଇ ପାଟଣାଗଡ ଉପ ଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ଏକ ଖବର ଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୯୫/୨୩ରେ ଦଫା ୪୯୮(କ),୩୦୨,୨୦୧,ଓ ୩୪ ଆଇପିସି ଓ ଅନୁସୂଚିତ ଜାତି ଜନଜାତି ନିର୍ଯ୍ୟାତନା ନିରୋଧ ଆଇନ ରେ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି।