ଧର୍ମଗଡ଼:୧୮/୬(ହେମନ୍ତ କୁମାର ମାଝୀ)୩ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଭୁବନେଶ୍ୱର ଦ୍ୱାରା ସହ ବନ୍ଦିତ ସମସ୍ତ ଶିଶୁମନ୍ଦିର,ବିଦ୍ୟାନିକେତନ ର ଆଚାର୍ଯ୍ୟ, ଆଚାର୍ଯ୍ୟା ମାନଙ୍କୁ ନେଇ କଳାହାଣ୍ଡି ଜିଲ୍ଲା ସ୍ତରୀୟ ୨ଦିନିଆ ପ୍ରଶିକ୍ଷଣ ଶିବିର ଭାରତୀୟ ବିଦ୍ୟା ନିକେତନ ଜୁନାଗଡ଼ ଠାରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ମା ସରସ୍ଵତୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଓ ବନ୍ଦନା ଗାନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
ମୁଖ୍ୟ ଅତିଥି ଭାବେ ଦକ୍ଷିଣ ପଶ୍ଚିମ କ୍ଷେତ୍ର ସଭାପତି ରାଧେଶ୍ୟାମ ପଣ୍ଡା, ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ମନୋରଞ୍ଜନ ପାଣିଗ୍ରାହୀ, ଶିଶୁବାଟୀକା ପ୍ରାନ୍ତ ପ୍ରମୁଖ ଡମ୍ବରୁଧର ନାଗ ,ନିରୀକ୍ଷକ କୁରୁକ୍ଷେତ୍ର ଧଙ୍ଗଡ଼ାମାଝୀ, ଜିଲ୍ଲା ସଂଯୋଜକ ସୁଧୀର ଗୋପାଳ,ଜିଲ୍ଲା ସହ ପ୍ରମୁଖ ଧନଞ୍ଜୟ ଦାସ, ପରୀକ୍ଷା ପ୍ରମୁଖ ସୁବେନ୍ଦୁ ତ୍ରିପାଠୀ, ପ୍ରଦୀପ ଧଙ୍ଗଡାମାଝୀ,ଯୋଗଦାନ କରି ଆଗାମୀ ଶିକ୍ଷାବର୍ଷରେ କେମିତି ଶିଶୁମନ୍ଦିର ଗୁଡିକ ଠିକ ଭାବରେ ପରିଚାଳିତ ହେବ ଓ ଛାତ୍ରଛାତ୍ରୀ ଗୁଣାତ୍ମନ ଶିକ୍ଷା ପାଇ ଏକ ଆଦର୍ଶ ଛାତ୍ର ଭାବେ ଗଢି ତୋଳବା ପାଇଁ ଆଚାର୍ଯ୍ୟ, ଆଚାର୍ଯ୍ୟ ମାନଙ୍କ ପ୍ରଶିକ୍ଷଣ ନିତାନ୍ତ ଆବଶ୍ୟକ ବୋଲି ଅତିଥି ଗଣ କହିଥିଲେ
ଶିବିରର ପ୍ରଥମ ଦିନରେ ପ୍ରଶିକ୍ଷକ ସୁବେନ୍ଦୁ ତ୍ରିପାଠୀ,ଅଚ୍ୟୁତାନନ୍ଦ ବଣିଆ, ଧର୍ମେନ୍ଦ୍ର ନାଏକ, ଭଗବତୀ ଦେବୀ ଦାୟିତ୍ୱ ତୁଳଇ ଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଦକ୍ଷିଣ ପଶ୍ଚିମ କ୍ଷେତ୍ର ସଂଯୋଜକ ତଥା ଭାରତୀୟ ବିଦ୍ୟା ନିକେତନ ଜୁନାଗଡ଼ ପ୍ରଧାନାଚାର୍ଯ୍ୟ ସନତ କୁମାର ଯୋଶୀ ପରିଚାଳନା କରିଥିଲେ । ଶିବିରର ଦ୍ଵିତୀୟ ଦିନ ସକାଳ ୫ଟା ରେ ପ୍ରାର୍ଥନା କାର୍ଯ୍ୟକ୍ରମ ସରିବା ପରେ ଯୋଗ ଓ ବ୍ୟାୟାମ ପ୍ରଶିକ୍ଷକ ସନତ ଯୋଶୀଙ୍କ ଦ୍ୱାରା ସୁନ୍ଦର ଭାବରେ ଆଚାର୍ଯ୍ୟ, ଆଚାର୍ଯ୍ୟା ମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ ।