ସମ୍ବଲପୁର ୟୁନିଭର ସିଟି ରେ ଇତିହାସ ବିଭାଗ ରେ ୪ର୍ଥ ସ୍ଥାନ ଅଧିକା
ହରଭଙ୍ଗା:୧୭/୦୬ (ଚିତ୍ତରଞ୍ଜନ ସିଂହ)ଗତ ୧୬ ତାରିକରେ ୨୨/୨୩ ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପରେ ଛାତ୍ର ଛାତ୍ରୀ ଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି!ଏହି ସ୍ନାତକ ଫଳ ପ୍ରକାଶ ରେ ବୌଦ୍ଧ ଜିଲ୍ଲା ର ଟପର ହୋଇଛନ୍ତି ହରଭଙ୍ଗା ବ୍ଲକ ଫକୀର ପୁର ଗ୍ରାମର ଶକ୍ତିମୟ ରଣା! ସେ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଛାତ୍ର ଥିବାବେଳେ ମହାବିଦ୍ୟାଳୟ ଶେଷ ବର୍ଷ ର ପ୍ରଥମ ବ୍ୟାଚ ଛାତ୍ର,ଏହାକୁ ନେଇ ସାରା ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ଉକ୍ତ ମହାବିଦ୍ୟାଳୟ।
ଏବଂ ଏହି ଫଳ ପ୍ରକାଶ ପାଇବା ପରେ ଅଧ୍ୟାପକ ଅଧ୍ୟାପିକା ମାନେ ଶକ୍ତିମୟ କୁ ପ୍ରଶଂସା କରିବା ସହିତ ଗର୍ବ ଅନୁଭବ କରିଛନ୍ତି!ଗତ କାଲି ସମ୍ବଲପୁର ୟୁନିଭର ସିଟ ର ଟପର ଲିଷ୍ଟ ପ୍ରକାଶ ପାଇବା ପରେ ଶକ୍ତିମୟ 83.2%ହାର ପାଇ A+ଗ୍ରେଡ଼ ରେ ୟୁନିଭର ସିଟ ରେ ଇତିହାସ ବିଭାଗରେ ଚତୁର୍ଥ ସ୍ଥାନ ଅଧିକାର କରିଥିବାରୁ ଭୈରବୀ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଓ ପରିବାର ରେ ଖୁସିର ଲହରୀ ଦ୍ବିଗୁଣିତ ହୋଇଯାଇଛି!ବାପା ବିନୋଦ ରଣା, ମାତା ପୁଷ୍ପାଞ୍ଜଳି ରଣlଙ୍କ ସୁଯୋଗ୍ୟ ସନ୍ତାନ ଶକ୍ତିମୟ ରଣା ଙ୍କ ଏହି କୃତି କୁ ନେଇ ଗ୍ରାମର ନାମ ଉଲ୍ଲେଖ ନିୟ କରିଛନ୍ତି ବୋଲି ଗ୍ରାମର ବାସିନ୍ଦା ଖୁସିରେ ବିଭୋର ହୋଇ ଉଠିଛନ୍ତି!ଶକ୍ତିମୟ ଙ୍କ ଏହି କୃତିକୁ ନେଇ ବିଭିନ୍ନ ମହାଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି!