ଗଜପତି:ନୟାଗଡ଼ରୁ ୩୫ ଜଣ ଏକ ବସ୍ରେ ଗଜପତି ଜିଲ୍ଲା ଜିରଙ୍ଗ ଓ ଖସଡ଼ା ଜଳପ୍ରପାତକୁ ପିକନିକ କରିବା ପାଇଁ ଯାଇଥିଲେ। ସାନ୍ଧ୍ୟ ବେଳେ ସେମାନେ ପିକ୍ନିକ୍ ସାରି ଘରକୁ ଫେରୁଥିଲେ। ତେବେ ତପ୍ତପାଣି ଘାଟି ଉପରେ ବସ୍କୁ ଏକ ବାଇକ ଧକ୍କା ଦେଇଥିଲା। ଫଳରେ ବସଟି ରାସ୍ତାର ବାମ ପଟକୁ ଓଲଟି ପଡ଼ିଥିଲା।ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ବସରେ ଥିବା ୩୫ ଜଣଙ୍କ ମଧ୍ୟରୁ ୧୫ ଜଣ ଗୁରୁତର ଆହତ ହୋଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡ଼ିକଲରେ ଭର୍ତ୍ତି କରିଛି। ୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ନୟାଗଡରୁ ଏକ ପିକ୍ନିକ୍ ଦଳ ତପ୍ତପାଣିରେ ଭୋଜି କରି ଫେରୁଥିବା ବେଳେ ବାଇକ୍ ଚାଳକଙ୍କୁ ଧକ୍କା ଦେଇ ବସ୍ ଟି ଘଟିରୁ ତଳକୁ ଓଲଟି ପଡିଛି। ସ୍ଥାନୀୟ ଲୋକେ ସୂଚନା ପାଇ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ବସ୍ ରୁ ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ ପୋଲିସ ଓ ପ୍ରଶାସନ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ବସ୍ ରୁ ଏବେବି ଉଦ୍ଧାର କାର୍ଯ୍ୟ ଚାଲିଥିବା ଜଣାପଡିଛି।