ବାଇକୁ ଧକ୍କାଦେଲା ଟ୍ୟାଙ୍କର ୨ ମୃତ ଜଣେ ଗୁରୁତର ଆହତ, ଘଟଣା ସ୍ଥଳରେ ଜଳିଗଲା ଟ୍ୟାଙ୍କର

95 0

ଘଟଣା ସ୍ଥଳରେ ଟିକିରି ପୋଲିସ ପହଞ୍ଚି ତଦନ୍ତ କରୁଛି
ମୁନିଗୁଡା :(ରାମାକାନ୍ତ ପୋଡାଳ )ବାଇକୁ ଧକ୍କାଦେଲା ଟ୍ୟାଙ୍କର ୨ ମୃତ ଜଣେ ଗୁରୁତର ଆହତ, ଘୋଟଣା ସ୍ଥଳରେ ଜଳିଗଲା ଟ୍ୟାଙ୍କର। ଘଟଣା ସ୍ଥଳରେ ଟିକିରି ପୋଲିସ ପହଞ୍ଚି ତଦନ୍ତ କରୁଛି। ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଶଙ୍କରଡା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ ଟ୍ୟାଙ୍କର ବାଇକ୍ କୁ ଧକ୍କା ଦେବା ଫୋଳରେ ୨ ବାଇକ୍ ଆରୋହୀଂକ ମୃତ୍ଯୁ ଘୋଟିଥିବା ବେଳେ ଜଣେ ଗୁରୁତର ଆହତ ହେଇଛନ୍ତି।

ମୃତକଙ୍କ ମଧ୍ୟରେ ଟିକିରି ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ଗାଁର ମହେଶ୍ଵର ମାଝୀ ଓ ଶଙ୍କରଡା ପଞ୍ଚାୟତ ଅନ୍ତର୍ଗତ କୁପାଖାଲ ଗାଁର ଓଡିଆ ମାଝୀ ବୋଳି ଜଣାପଡ଼ିଛି । ଆହତ ଜଣକ ହେଉଛନ୍ତି ଡେଙ୍ଗାଗୁଡା ଗାଁର ସୁରେଶ ମାଝୀ, ଏମାନେ ରାତି ପାଖାପାଖି ୧ଘଣ୍ଟା ସମୟରେ କୌଣସି କାମର ରାଫକଣା ଠାରୁ ଟିକିରି ଅଭିମୁଖେ ଫେରୁଥିବା ସମୟରେ ଉତ୍କଳ ଆଲୁମିନା କାରଖାନା ରୁ ଆଲୁମିନା ପାଉଡର ବୋଝେଇ କରି ଟ୍ୟାଙ୍କର ବାଇକ୍ କୁ ଧକ୍କା ଦେବା ଫୋଳରେ ଘୋଟଣା ସ୍ଥଳରେ ହିଁ ୨ ଜଣ ଙ୍କର ମୃତ୍ୟ ଘୋଟିଥିବା ବେଳେ ବାଇକୁ ପ୍ରାୟ ୨ ଶହ ମିଟର ଘୋଷାଡି ଘୋଷାଡି ନେବା ଫୋଳରେ ବାଇକ ଏବଂ ଟେଙ୍କରରେ ନିଆଁ ଲାଗି ଜଳି ଯାଇଛି।

ଆହତ ସୁରେଶ ମାଝୀଙ୍କୁ ଉଷାପଡା ସ୍ଥିତ ଉତ୍କଳ ହଷ୍ପିଟାଲରେ ଭର୍ତି କରାଯାଇଛି ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି। ଖବର ପାଇ ଟିକିରି ଅଗ୍ନିଶମ ବିଭାଗ ଘଟଣାର ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ରାୟଗଡ଼ା ଏସଡିପିଓ ଦେବଜ୍ୟତି ଦାଶ ଙ୍କ ସହିତ ଟିକିରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କ୍ଷତି ପୂରଣ ଦାବିରେ ଘଟଣା ସ୍ଥଳରେ ରାସ୍ତା ଅବରୋଧ କରାଯାଇଛି ଜଫଳରେ ରାୟଗଡ଼ା ଠାରୁ ଟିକିରି ଓ କାଶୀପୁର କୁ ଯାତାୟାତ ଠାପ ହୋଇଯାଇଛି ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।

Related Post

ଲାଦେରପାଲି ଗ୍ରାମବାସୀ ମାନଙ୍କ ଦ୍ୱାରା ପବିତ୍ର ଅଁଲା ଚତୁର୍ଦ୍ଦଶି ପାଲନ

Posted by - November 19, 2021 0
ବରଗଡ/ଅତାବିରା: କାର୍ତ୍ତିକ ମାସ ର ଚତୁର୍ଦ୍ଦଶି ତିଥି ।ହିନ୍ଦୁ ଧର୍ମ ଅନୁସାରେ ଏହି ମାସ ହେଉଛି ଅତି ଶୁଭ ଏବଂ ପବିତ୍ର।ଭଗବାନ ଶ୍ରୀକୃଷ୍ଣ ଏବଂ ମାତା ଲକ୍ଷ୍ମି…

ଶ୍ରୀ ଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ

Posted by - July 13, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବାଙ୍ଗରା ପଂଚାୟତ ଛନ୍ଦାମୁଣ୍ଡ ଗ୍ରାମର ତାରିଣୀ ପଡିଆରେ ସାଂସ୍କୃତିକ ଅନୁଷ୍ଠାନ ‘ଆହ୍ୱାନ’ ଓ ତାରିଣୀ ପୀଠ କମିଟି…

ଟିଟିଲାଗଡ ଓକିଲ ସଂଘର ସଭାପତି ଭାବେ ନିର୍ବାଚିତ ହେଲେ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା

Posted by - March 26, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି, ଏଥିରେ ୧୪୭ ଖଣ୍ଡ ଭୋଟ ମଧ୍ୟରୁ ୯୮ ଖଣ୍ଡ ଭୋଟ ପାଇ ସହରର ବରିଷ୍ଠ ଓକିଲ…

ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଙ୍ଘ କର୍ମକର୍ତ୍ତା ନିର୍ବାଚନ

Posted by - September 11, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ସଦମହକୁମାରେ ଥିବା ଡାକବଙ୍ଗଳା ଠାରେ ଜିଲ୍ଲା ଠିକାଦାର ସଙ୍ଘ ର ପୂର୍ବତନ ସାଧାରଣ ସମ୍ପାଦକ କୁଶ…

ଯାଜପୁରରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

Posted by - September 5, 2019 444
ଯାଜପୁର ଲଳିତେଶ୍ୱର ନଗରରେ ବିଜୁ ଜନତା ଦଳ ପକ୍ଷରୁ “ଜୀବନ ବିନ୍ଦୁ” ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଳକ ସଭାପତି ପରେଶ ବିଶ୍ୱାଳଙ୍କ ନେତୃତ୍ୱ…