ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ବ୍ଲକ ତିଳେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଦୁଇଦିନିଆ ଆମ ସଂସ୍କୃତି ଓ ଆମ ଖେଳନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ତିଳେଶ୍ୱର କ୍ଳଷ୍ଟର ସଂଯୋଜକ ସତ୍ୟନାରାୟଣ ପୃଷ୍ଟି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ସମ୍ବଳ ଶିକ୍ଷକ ସୁବାସ ବିଶି, ଓ ସୁଶୀଲ ବଘାର, ଉକ୍ତ ଦୁଇ ଦିନିଆ କର୍ମଶାଳା ରେ କିପରି ଶିଶୁ ଉପଯୋଗୀ ଖେଳନା, ପ୍ରସ୍ତୁତ କରି ପାରିବେ ଏବଂ ଶିଶୁ ମାନେ ଶିକ୍ଷପ୍ରତି ଆକୃଷ୍ଟ ହେବେ ତାହା ତାଲିମ ପ୍ରଦାନ କରିଥିଲେ l ତିଳେଶ୍ୱର ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନ ରେ ଥିବା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ କର୍ମଶାଳା କୁ ସଫଳ କରାଇଥିଲେ l
