ଏକ ନିଆଁରା ଢଙ୍ଗରେ ରଜ ପର୍ବ ପାଳନ

533 0

କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଏକ ପାହାଡିଆ ଓ ଉପାନ୍ତ ଅଞ୍ଚଳ ବୋଲି ସମଗ୍ର ରାଜ୍ୟରେ ପରିଚିତ । କିଛି ବର୍ଷ ହେଲା କାଶୀପୁର ବ୍ଲକ ରେ ରଜ ସଂକ୍ରାନ୍ତି ପର୍ବ ବ୍ଲକ ର ବିଭିନ୍ନ ଅଞ୍ଚଳରେ ସୁରୁଖୁରୁ ଭାବେ ପାଳନ କରିବାର ଦେଖିବାକୁ ମିଳିଥିଲା।ଚଳିତ ବର୍ଷ କିନ୍ତୁ ଏହି ରଜ ପର୍ବ ବିଶେଷ ଭାବେ ଦୁର୍ଗମ ତଥା ଉପାନ୍ତ ଅଞ୍ଚଳରେ ଅତି ଆଡମ୍ବରରେ ପାଳନ ହେଉଥିବାର ଦେଖିବାକୁ ମିଳିଛି।ଏହିଭଳି ବାବେ କାଶୀପୁର ବ୍ଲକ ଅନ୍ତର୍ଗତ ମଇକଞ୍ଚ GP ର ପାଇକ କୁପାଖାଲ ଗ୍ରାମରେ ପ୍ରାୟ ତେର ବର୍ଷ ଧରି ଗ୍ରାମବାସୀଙ୍କ ମିଳିତ ସହଯୋଗରେ ରଜ ପର୍ବ ଉପଲକ୍ଷେ ଏକ ନିଆରା ଢଙ୍ଗରେ ଆଗ୍ରହର ସହିତ ପାଳନ କରାଯାଉଛି ।

ଏହି ଅବସରରେ ଚଳିତ ମାସ ତା ୧୪/୧୫/୧୬ ତିନିଦିନ ଧରି ଗ୍ରାମର ଯୁବକ ଯୁବତୀ, କୁନି କୁନି ଶିଶୁ କଳାକାର ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଢେମଶା ନାଚ ଗୀତ, କଳା କୌଶଳର ପରିବେଷଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ନିଆରା ଅତିଥି ସଷ୍କାର ଦେଖିବାକୁ ମିଳିଥିଲା ଯାହାକି’ ପାରମ୍ପରିକ ବାଦ୍ୟ ନୃତ୍ୟର ପରିବେଷଣ କରି ଫୁଲ ଚାଉଳ ଓ ପାଣି ଟୀକା କରି ପୁଷ୍ପ ମାଲ୍ୟ ଉପଢକନ ଅର୍ପଣ କରିବା ସହ ଗାଁ ଭିତରକୁ ତଥା ମଞ୍ଚକୁ ପାଛଟି ନିଆ ଯାଉଥିଲା । ରାୟଗଡା ଓ କାଶୀପୁର ବ୍ଲକ ଓଡିଶା ଡ୍ରାଇବର ମହାସଂଘ କୁ ରଜ ପର୍ବ ଉପଲକ୍ଷେ ଆମନ୍ତ୍ରଣ କରି ସମ୍ମାନିତ କରାଯାଇଥିଲା ଏବଂ କାଶୀପୁର ବ୍ଲକ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଅତିଥିଭାବେ ନିମନ୍ତ୍ରଣ କରି ସଂମାନିତ କରାଯାଇଥିଲା ।

ଗ୍ରାମ ର ଯୁବ ଗୋଷ୍ଠୀ ଏବଂ ରଜ କମିଟି ରଜ ଉତ୍ସାବ ର ସମ୍ପୂର୍ଣ୍ଣ ଆୟୋଜନର ଦାୟିତ୍ବ ବହନ କରିଥିଲେ ଏବଂ ଶ୍ରୀ ଗୁଣନିଧି ବାଗ ତିନି ଦିନ ଧରି ରଜ ଉତ୍ସବ ର ପରିଚାଳନା କରିଥିଲେ । ପୂର୍ବତନ ମାଇକଞ୍ଚ ସମିତି ସଭ୍ୟ ଶଙ୍କର ନାଏକ, ୱାର୍ଡ ସଭ୍ୟ ରମେଶ ନାଏକ, ରତନ ମାଝୀ ମକ୍ରିୟା ନାଏକ ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

 

Related Post

ଜିଲ୍ଲା ପ୍ରାଣୀ ସମ୍ପଦ ଆନୁକୂଲ୍ୟରେ ୭୦ ତମ ଗୋ ସମ୍ବର୍ଦ୍ଧନା ଉତ୍ସବ

Posted by - November 9, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ଠାରେ ଆଜି 70ତମ ଗୋ ସମ୍ବର୍ଦ୍ଧନା ଉତ୍ସବ ବୌଦ୍ଧ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ପାଳିତ…

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଙ୍କ ଦୁଇ ଦିନିଆ ବୌଦ୍ଧ ଗସ୍ତ

Posted by - October 30, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ର ଅନୁସୂଚିତ ଜାତି ନିର୍ଦ୍ଦେଶକ ଶ୍ରୀଯୁକ୍ତ ଲକ୍ଷ୍ମଣ ମଲ୍ଲିକ ଦୁଇ ଦିନିଆ ବୌଦ୍ଧ ଗସ୍ତରେ ଆସି ପ୍ରଥମ ଦିନ…

ସବଡ଼ିଭିଜନ ସ୍ତରୀୟ ୱେବମିଡ଼ିଆ ସଙ୍ଘ ଗଠନ ଲାଗି ବୈଠକ

Posted by - August 5, 2021 0
l ନବରଙ୍ଗପୁର:( ବେଣୁ ଗୋପାଳ ରାଓ) ଉମେରକୋଟ ସବଡ଼ିଭିଜନ ସ୍ତରୀୟ ୱେବମିଡ଼ିଆ ସଙ୍ଘ ଗଠନ ଲାଗି ଉମରକୋଟ ଝରୀଗାଁ ଡାବୁଗାଁ ରାଇଘର ଏବଂ ଚନ୍ଦାହାଣ୍ଡି ବ୍ଲକର ୱେବମିଡ଼ିଆ…

ରାସ୍ତା କଡ଼ରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଅଂଶୁଘାତରେ ମୃତ୍ୟୁ ସନ୍ଦେହ

Posted by - April 8, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ମହରାପଦର ବାଗଝରଣ ରାସ୍ତା କଡ଼ରୁ ଗୁରୁବାର ସକାଳୁ ଖପ୍ରାଖୋଲ ପୋଲିସ ଏକ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର କରିଥିଲା l…

ଯେସିଆଇ ଟିଟିଲାଗଡ ସିଟିର ୧୫ ତମ ସ୍ଥାପନା ଦିବସ ପାଳନ,୨୦୨୩ ପାଇଁ ନୂତନ ସଭାପତିଙ୍କ ଶପଥ ଗ୍ରହଣ

Posted by - December 12, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଯେସିଆଇ ଟିଟିଲାଗଡ ସିଟିର ୧୫ ତମ ସ୍ଥାପନା ଦିବସ ଓ ନୂତନ ସଭାପତିଙ୍କ ଶପଥ ଗ୍ରହଣ ସମାରୋହ ସ୍ଥାନୀୟ ଡି ଏନ ରିସର୍ଟ…