ଖପ୍ରାଖୋଲ: ୧୬/୬(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ହରିଶଙ୍କର ଫାଣ୍ଡି ଅଧୀନ କୁଠୁର୍ଲା ଗାଁ ନିକଟ ଜଙ୍ଗଲ ପାଖରେ ରେ ଏକ ନିମ୍ବ ଗଛରେ ଜଣେ ବ୍ୟକ୍ତି ଙ୍କ ଝୁଲନ୍ତା ମୃତ ଶୁକ୍ରବାର ପୋଲିସ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ବାଘଝରନ ଗାଁ ର ଉସ୍ତ ବାଗ (୪୮) ବୋଲି ଜଣାଯାଇଛି। ସୂଚନା ଅନୁସାରେ ମୃତ ବ୍ୟକ୍ତି ଟି ବେଲପଡ଼ା ବ୍ଲକ୍ ଗୋଡଭଙ୍ଗା ଗାଁ ର ମୂଳ ବାସିନ୍ଦା ହୋଇଥିବା ବେଳେ ୨୦ ବର୍ଷ ହେବ ନିଜ ପରିବାର ମହରାପଦର୍ ପଞ୍ଚାୟତ ବାଘଝରନ ଗାଁ ରେ ରହି ଆସୁଥିଲେ।
କିଛିଦିନ ହେଲା ଦାଦନ ରୁ ପରିବାର ଫେରିଥିଲେ ହେଲେ ଗତ ୧୪ ତାରିଖ ରୁ ଘରୁ କୁଆଡେ ଚାଲି ଯାଇଥିଲେ। କୌଣସି ସମ୍ପର୍କୀୟ ଘରକୁ ଯାଇଥିବେ ଭାବି ପରିବାର ତରଫରୁ କୌଣସି ଅଭିଯୋଗ ଥାନାରେ କରିନଥିଲେ। ଶୁକ୍ରବାର ସକାଳେ କୁଠୁର୍ଲା ଗାଁ ଜଙ୍ଗଲ ପାଖରେ ଏକ ମୃତ ଦେହ ଝୁଲୁଥିବା ଜାଣି ପରିବାର ତରଫରୁ ଘଟଣା ସ୍ଥଳକୁ ଯାଇ ଚିହ୍ନି ଏ ନେଇ ଖପ୍ରାଖୋଲ ଥାନାରେ ମୃତକଙ୍କ ଭାଇ ଲିଖିତ ଜଣାଇଥିଲେ। ଖପ୍ରାଖୋଲ ଥାନା ପୋଲିସ୍ ଘଟଣା ସ୍ଥଳକୁ ପହଞ୍ଚି ମୃତଦେହ ଉଦ୍ଧାର ପରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଖପ୍ରାଖୋଲ ଥାନା କେସ ନମ୍ବର ୭/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ହରିଶଙ୍କର ଫାଣ୍ଡି ଅଧିକାରୀ ସେବନ କରେକେଟା ପ୍ରକାଶ କରିଛନ୍ତି।